www.samajalive.in
Saturday, December 13, 2025
18.1 C
Bhubaneswar

ଶୀତଦିନ : କିଛି ସରଳ ଉପାୟ

ଶୀତଦିନର ଖରା ମୁହଁ ପାଇଁ ମଧ୍ୟ ଲାଭଦାୟକ ଅଟେ। ମୁହଁର ଥିବା ବିଭିନ୍ନ ଜୀବାଣୁକୁ ନଷ୍ଟ କରିଥାଏ। ନିୟମିତ ଖରା ମୁହଁରେ ବାଜିଲେ ମୁହଁ କୁଣ୍ଡାଇ ହେବା ଭଳି ସମସ୍ୟା ଦୂର ହୋଇଥାଏ।
ନିୟମିତ ୧୫ ମିନିଟ୍ ଖରାରେ ରହିବା ଦ୍ୱାରା ମେଲାଟୋନିନ ହରମୋନର ମାତ୍ରା ବଢିଥାଏ। ଫଳରେ ଭଲ ନିଦ ହୋଇଥାଏ ଏବଂ ଅନିଦ୍ରା ସମସ୍ୟାରୁ ମୁକ୍ତି ମିଳେ।
ରକ୍ତଚାପ ଜନିତ ସମସ୍ୟା ଥିବା ଲୋକେ ଶୀତ ଦିନେ ସକାଳ ସମୟରେ ଖରାରେ ୧୫ ମିନିଟ୍ ରହିବା ଦ୍ୱାରା ଏହାର ମାତ୍ରା କମ୍ ହୋଇଥାଏ।
ଶୀତଦିନରେ ନିଜର ରକ୍ତଚାପ ଓ ରକ୍ତରେ ଶର୍କରାର ମାତ୍ରା ସଠିକ ରଖିବା ପାଇଁ ଖାଦ୍ୟରେ ଲୁଣ ମାତ୍ରା କମ କରନ୍ତୁ। ଏତଦ ବ୍ୟତୀତ ଲୁଣର ମାତ୍ରା କମ କରିବା ଦ୍ୱାରା ହୃଦଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।
ଏହି ଦିନରେ ଭାତ, ଦଲିଆ ଆଦି ଖାଇବା ଦ୍ୱାରା ମଧ୍ୟ ସ୍ୱାସ୍ଥ୍ୟ ଭଲ ରହିଥାଏ।
ଭିଟାମିନ ଡ଼ି – ସୂର୍ୟ୍ୟକିରଣ ଶରୀରରେ ଭିଟାମିନ ଡ଼ି ର ମାତ୍ରାକୁ ପ୍ରାୟ ୯୦ ଭାଗ ବଢାଇଥାଏ। ବିଭିନ୍ନ ରୋଗରୁ ମଧ୍ୟ ଏହା ଶରୀରକୁ ରକ୍ଷା କରିଥାଏ। ତେଣୁ ପ୍ରତିଦିନ ୧୦ ରୁ ୧୫ ମିନିଟ ସକାଳର ଖରାରେ ରହିବା ଆବଶ୍ୟକ ଅଟେ।
ବହୁ ଲୋକେ ଶୀତଦିନେ ମାନ୍ଦା ହୋଇଯାଆନ୍ତି। ଅଧିକ ହାଲିଆ ଅନୁଭବ କରିଥାଆନ୍ତି। କାର୍ୟ୍ୟ କରିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ତେଣୁ ନିୟମିତ ଶୀତଦିନେ ୧୦ ରୁ ୧୫ ମିନିଟ ଖରାରେ ରହିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ଫଳ ଓ ପନିପରିବା ଅଧିକ ମାତ୍ରାରେ ଖାଇବା ମଧ୍ୟ ଆବଶ୍ୟକ। ଏଥିରେ ଥିବା ଭିଟାମିନ ଓ ମିନେରାଲ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ।
ସକାଳର ଜଳଖିଆରେ ଅଣ୍ଡା, ପାଉଁରୁଟି, ଦୋସା, ଉପମା, ଉଷୁମ କ୍ଷୀର ପିଇବା ଦ୍ୱାରା ଶରୀରକୁ ଅଧିକ ପରିମାଣରେ ଭିଟାମିନ ମିଳିଥାଏ।
ଶୀତଦିନରେ ଅଧିକ ମାତ୍ରାରେ ପାଣି ପିଅନ୍ତୁ।
ଏହି ଦିନରେ ଭାତ ଖାଇବା ମଧ୍ୟ ଶରୀର ପାଇଁ ଉତ୍ତମ ଅଟେ।
ରାତିରେ ଶୋଇବା ପୂର୍ବରୁ ଉଷୁମ କ୍ଷୀରରେ ହଳଦୀ ମିଶାଇ ପିଅନ୍ତୁ।
ଏହାସହ କ୍ଷୀରରେ ଘିଅ ମିଶାଇ ପିଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ଯେଉଁମାନଙ୍କ ପାଚନ ତନ୍ତ୍ର ଦୁର୍ବଳ, ସେମାନେ ନିୟମିତ ରାତିରେ କ୍ଷୀରରେ ଘିଅ ମିଶାଇ ପିଇବା ଉଚିତ। ଏହାସହ ଏହି ଉପାୟ କରିବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ।
ବହୁ ସମୟରେ ପାଟି ଭିତରେ ଲାଲ ଦାଗ ସୃଷ୍ଟି ହୋଇଥାଏ। ଏହି ସମୟରେ ନିଶ୍ଚୟ କ୍ଷୀରରେ ଘିଅ ମିଶାଇ ପିଅନ୍ତୁ। ଏହା ଖୁବ ଉପକାରୀ।
ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇଥାଏ। ଗର୍ଭବତୀ ମହିଳା ଏହାର ସେବନ କଲେ ଗର୍ଭସ୍ଥ ଶିଶୁ ସୁସ୍ଥ ଓ ବୁଦ୍ଧିମାନ ହୋଇଥାଏ।
ଆୟୁର୍ବେଦ ଅନୁଯାୟୀ, ଏକ ଗ୍ଲାସ କ୍ଷୀରରେ, ଏକ ଚାମଚ ଘିଅ ମିଶାଇ ନିୟମିତ ପିଇବା ଦ୍ୱାରା ଶାରୀରିକ, ମାନସିକ ଓ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories