www.samajalive.in
Saturday, December 13, 2025
26.1 C
Bhubaneswar

 କଏଦୀ ଫେରାର ଘଟଣାରେ ଦୁଇ ୱାର୍ଡର ନିଲମ୍ବିତ

କେନ୍ଦ୍ରାପଡା : ବାରିମୂଳସ୍ଥିତ କେନ୍ଦ୍ରାପଡା ଜେଲରୁ ଶନିବାର ରାତିରେ ଜଣେ କଏଦୀ ଜେଲ ପାଚେରି ଡେଇଁ ଫେରାର ହେବା ଘଟଣାରେ ଦୁଇ ୱାର୍ଡରଙ୍କୁ ନିଲମ୍ବିତ କରାଯାଇଛି। ଏହି ଘଟଣା ପରେ ଜିଲା ଆରକ୍ଷୀ ଅଧିକ୍ଷକ ଦୟାନିଧି ଗୋଛାୟତ ଏବଂ ଚୌଦ୍ୱାର ଜେଲର ମୁଖ୍ୟ ତତ୍ତ୍ୱାବଧାରକ ନିରଞ୍ଜନ ଦାସ ଗତକାଲି ରାତିରେ ଜେଲ ପରିସରକୁ ଆସି ଘଟଣାର ଅନୁଧ୍ୟାନ କରିଛନ୍ତି। ଆଜି ଜେଲ ଅତିରିକ୍ତ ଡି.ଜି ବିନୟ କୁମାର ଝା ଆସି ପ୍ରାଥମିକ ତଦନ୍ତ କରିବା ପରେ ମୁଖ୍ୟ ୱାର୍ଡର ନିକୁଞ୍ଜ ବିହାରି ମହାନ୍ତି ଏବଂ ୱାର୍ଡର ରମାକାନ୍ତ ମହାନ୍ତିଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ ନିଳମ୍ବିତ କରିଛନ୍ତି। ତେବେ ଜେଲ ପାଚେରିକୁ ଉଚ୍ଚା କରାଯାଉଥିବା ସମୟରେ ଏହାର ସୁଯୋଗ ନେଇ ସଂପୃକ୍ତ ଏକଦୀ ଫେରାର ହୋଇଥିବା ଜଣାପଡିଛି।
ଜେଲ ପାଚେରିକୁ ଦୁଇଫୁଟ ଉଚ୍ଚ କରାଯିବା ପାଇଁ ନିର୍ମାଣ କାର୍ଯ୍ୟ ଶେଷ ଅବସ୍ଥାରେ ପହଞ୍ଚିଥିବାବେଳେ ପାଚେରି ଉପରେ କେତେଗୁଡିଏ ଲୁହା ଆଙ୍ଗଲ ଲଗାଯାଇଥିଲା। ଫେରାର ହୋଇଯାଇଥିବା କଏଦୀ ଦୁଇଟି ଗାମୁଛା ଏବଂ ଖଣ୍ଡେ ଲୁଙ୍ଗିରେ ଗଣ୍ଠି ପକାଇ ସେଥିରେ ରଶି ତିଆରି କରି ଜେଲ୍‌ ପାଚେରି ଉପରେ ଥିବା ଆଙ୍ଗଲରେ ଲଗାଇ ତା ଉପରକୁ ଚଢି ପାଚେରି ଡେଇଁ ଫେରାର ହୋଇଯାଇଛି। ଫେରାର କଏଦୀ କେନ୍ଦ୍ରାପଡା ବ୍ଲକ ପଳସିଂହା ପଞ୍ଚାୟତ ମିର୍ଜାପୁର ଗ୍ରାମର ଉପେନ୍ଦ୍ର ବିଶ୍ୱାଳଙ୍କ ପୁଅ ରଙ୍ଗାଧର ବିଶ୍ୱାଳ(୪୦)। ସେହି ଗ୍ରାମର ଅନ୍ତର୍ଯ୍ୟାମୀ ସ୍ୱାଇଁଙ୍କ ପୁଅ ଶ୍ରୀକାନ୍ତ ଓରଫ ଭରତ (୪୦) ସହିତ ତା’ର ପୂର୍ବରୁ ଉଚ୍ଚବାଚ ହୋଇଥିଲା। ସେହି ଗଣ୍ଡଗୋଳକୁ କେନ୍ଦ୍ରକରି ରଙ୍ଗାଧର ୨୦୧୪ ଫେବୃଆରୀ ୨୮ ତାରିଖରେ ସ୍ପଷ୍ଟ ଦିବାଲୋକରେ ଗାଁ ଦାଣ୍ଡରେ ଶ୍ରୀକାନ୍ତଙ୍କୁ ଭୁଜାଲିରେ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ନିକିରାଇ ଥାନା ପୁଲିସ ରଙ୍ଗାଧର ବିରୋଧରେହତ୍ୟା ମାମଲା ରୁଜୁ କରି ୨୦୧୪ ମାର୍ଚ୍ଚ ପହିଲାରେ ତାକୁ ଗିରଫ କରିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories