www.samajalive.in
Sunday, December 14, 2025
19.1 C
Bhubaneswar

ନରମିଲା ପାକିସ୍ତାନ: ନିଜ ଦେଶ ଦେଇ ଭାରତରୁ ଆଫଗାନିସ୍ତାନକୁ ଗହମ ପଠାଇବାକୁ ରାଜି ହେଲା

ଇସଲାମାବାଦ: ଆଫଗାନିସ୍ତାନରେ ତାଲିବାନ ଶାସନ କ୍ଷମତା ଦଖଲ କରିବା ଦିନଠାରୁ ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ସାଂଘାତିକ ରୂପ ନେବା ସହିତ ଦେଶରେ ଗୁରତର ଖାଦ୍ୟାଭାବ ଦେଖାଦେଇଛି । ଆନ୍ତର୍ଜାତିକ ସହାୟତା ନମିଳିଲେ ଲକ୍ଷ ଲକ୍ଷ ଆଫଗାନ ନାଗରିକ ଅନାହାରରେ ପ୍ରାଣ ହରାଇବା ନେଇ ଜାତିସଂଘ ଚେତାବନୀ ଦେଇଥିବାବେଳେ ଭାରତ ସରକାର ଆଫଗାନିସ୍ତାନ ନାଗରିକଙ୍କ ପାଇଁ ଗହମ ପଠାଇବାକୁ ପ୍ରସ୍ତାବ ଦେଇଥିଲେ । ତେବେ ଏହା ପାକିସ୍ତାନ ଭୂଖଣ୍ଡ ଦେଇ ପରିବହନ କରାଯିବାକୁ ଇମ୍ରାନ ଖାଁ ସରକାର ଅନୁମତି ଦେଇନଥିଲେ । ଏହାକୁ ନେଇ ଭାରତ ତୀବ୍ର ଆପତ୍ତି ଜଣାଇବା ସହିତ ବିଭିନ୍ନ ମଞ୍ଚରେ ଏହି ପ୍ରସଙ୍ଗ ଉଠାଇବା ପରେ ପାକିସ୍ତାନ ସରକାର ଶେଷରେ ଭାରତରୁ ତାଙ୍କ ଦେଶ ଦେଇ ଆଫଗାନିସ୍ତାନକୁ ଗହମ ପଠାଯିବାକୁ ଅନୁମତି ଦେବେ ବୋଲି କହିଛନ୍ତି ।
ଇମ୍ରାନ ଖାଁଙ୍କ ସରକାର ସୋମବାର ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଭାରତରୁ ୫୦ ହଜାର ଟନ ଗହମ ଆଫଗାନିସ୍ତାନକୁ ମାନବୀୟ ସହାୟତା ଆକାରରେ ତାଙ୍କ ଦେଶ ବାଟ ଦେଇ ପ୍ରେରଣ କରିବାକୁ ଅନୁମତି ପ୍ରଦାନ କରିବେ । ଗହମ ପଠାଯିବା ସମ୍ପର୍କିତ ସମସ୍ତ ବିଷୟ ଚୂଡାନ୍ତ ହେବାପରେ ଏହି ଅନୁମତି ଦିଆଯିବ । ନୂଆକରି ଗଠିତ ଆଫଗାନିସ୍ତାନ ଆନ୍ତଃମନ୍ତ୍ରିସ୍ତରୀୟ ସମନ୍ୱୟ ପ୍ରକୋଷ୍ଠ (ଏଆଇସିସି)ର ପ୍ରଥମ ବୈଠକ ଇସଲାମାବାଦରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଅଧ୍ୟକ୍ଷତା କରି ଇମ୍ରାନ ଏହା ପ୍ରକାଶ କରିବା ସହିତ ଆଫଗାନିସ୍ତାନରେ ମାନବୀୟ ସଙ୍କଟକୁ ଟାଳିବା ସକାଶେ ଆନ୍ତର୍ଜାତିକ ସମୁଦାୟ ଉକ୍ତ ରାଷ୍ଟ୍ରକୁ ସମୂହ ଭାବରେ ସହଯୋଗ କରିବାକୁ ସ୍ମରଣ କରାଇ ଦେଇଥିଲେ । ସୂଚନାଯୋଗ୍ୟ ଯେ ପାକିସ୍ତାନ ସଂପ୍ରତି କେବଳ ଆଫଗାନିସ୍ତାନରୁ ବିଭିନ୍ନ ସାମଗ୍ରୀ ତାହା ଦେଶଦେଇ ଭାରତକୁ ରପ୍ତାନି କରାଯିବାକୁ ଅନୁମତି ଦେଉଛି । କିନ୍ତୁ ଭାରତରୁ ସାମଗ୍ରୀ ଆଫଗାନିସ୍ତାନକୁ ପଠାଯିବାକୁ ଅନୁମତି ପ୍ରଦାନ କରୁନାହିଁ । ଗତ ମାସରେ ଭାରତ ଆଫଗାନିସ୍ତାନ ଜନସାଧାରଣଙ୍କ ପାଇଁ ମାନବୀୟ ସହାୟତା ଆକାରରେ ୫୦ ହଜାର ଟନ୍‌ ଗହମ ଯୋଗାଇଦେବା ଏବଂ ତାହାକୁ ୱାଗାହ ସୀମାନ୍ତ ଦେଇ ପଠାଇବାକୁ ଘୋଷଣା କରିଥିଲେ । ପାକିସ୍ତାନ ସରକାର ଏଥିପାଇଁ ଅନୁମତି ଦେବାକୁ ଭାରତ ପକ୍ଷରୁ ଅନୁରୋଧ କରାଯାଇଥିଲା । ତାଲିବାନ ସରକାର ଏହି ସହାୟତା ଗ୍ରହଣ କରିବାକୁ ରାଜି ହୋଇଥିବାରୁ ପାକିସ୍ତାନ ଉକ୍ତ ଦେଶ ବାଟ ଦେଇ ତାହା ପରିବହନ କରିବାକୁ ରାଜି ହୋଇଛି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories