www.samajalive.in
Saturday, December 6, 2025
23.1 C
Bhubaneswar

ନ୍ୟାସନାଲ ହେରାଲ୍ଡ ମାମଲା : ଦିଲ୍ଲୀ ହାଇକୋର୍ଟରେ ରାହୁଲ, ସୋନିଆଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲା ପରିପ୍ରେକ୍ଷୀରେ ନିଜର ଆୟକର ଆକଳନ ସମ୍ବନ୍ଧୀୟ ସମୀକ୍ଷା ବିରୋଧରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ତାଙ୍କ ମା’ ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ନେତା ଓସ୍କାର ଫର୍ଣ୍ଣାଣ୍ଡିଜ୍‍ଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ଫଳରେ ଗାନ୍ଧୀ ପରିବାର ଏବଂ ଓସ୍କାର ଫର୍ଣ୍ଣାଣ୍ଡିଜ୍‍ଙ୍କ ଆୟକର (୨୦୧୦-୧୨ ବର୍ଷ ପାଇଁ) ପୁନଃସମୀକ୍ଷା କରିବା ନେଇ ବିଭାଗୀୟ ଅଧିକାରୀଙ୍କ ପାଇଁ ପଥ ପରିସ୍କାର ହୋଇଛି। ଆୟକର କର୍ତ୍ତୃପକ୍ଷଙ୍କ ନିକଟରେ ସୋନିଆ ଏବଂ ରାହୁଲ ନିଜର ଆପତ୍ତି ପ୍ରକାଶ କରିପାରିବେ ବୋଲି ବିଚାରପତି ଏସ୍‍ ରବିନ୍ଦ୍ର ଭଟ୍ଟ ଏବଂ ଏ. କେ. ଚାୱଲାଙ୍କ ଖଣ୍ଡପୀଠ କହିଛନ୍ତି। ଗତମାସରେ ମାମଲାର ଶୁଣାଣି ବେଳେ ସୋନିଆ କୋର୍ଟରେ କହିଥିଲେ, ୟଙ୍ଗ ଇଣ୍ଡିଆ କମ୍ପାନୀର ୯୦ କୋଟିର ଋଣ ଅଂଶଧନରେ ପରିବର୍ତ୍ତନ ହେବା ପରେ ଏହା ଉପରେ ଆଉ ଶୁଳ୍କ ଆଦାୟ ଆବଶ୍ୟକ ନାହିଁ। ଉଲ୍ଲେଖ ଯେ, ୨୦୧୦ ନଭେମ୍ବରରେ ୫୦ ଲକ୍ଷ ଟଙ୍କାରେ ଆରମ୍ଭ ହୋଇଥିବା ୟଙ୍ଗ ଇଣ୍ଡିଆ ଇତିମଧ୍ୟରେ ଆସୋସିଏଟ ଜର୍ଣ୍ଣାଲସ ଲିମିଟେଡ (ଏଜେଏଲ)ର ସମସ୍ତ ଅଂଶଧନ ଅଧିଗ୍ରହଣ କରିଛି। ଏଜେଏଲ ଅଧୀନରେ ନ୍ୟାସନାଲ ହେରାଲ୍ଡ ରହିଛି। ଏହିକ୍ରମରେ ୟଙ୍ଗ ଇଣ୍ଡିଆ ଏଜେଏଲ୍‍ର ୯୦ କୋଟି ଟଙ୍କାର ଋର ଗ୍ରହଣ କରିଛି। ମାତ୍ର ସୋନିଆ ଓ ରାହୁଲ ୟଙ୍ଗ ଇଣ୍ଡିଆରେ ନିଜ ଅଂଶଧନ ମିଶାଇବା ବେଳେ ଏଜେଏଲ୍‍ର ସମ୍ପତ୍ତିର ଅନୁଚିତ ଉପଯୋଗ କରିଥିବା ନେଇ ଅଭିଯୋଗ ହୋଇଥିଲା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories