www.samajalive.in
Saturday, December 6, 2025
19.1 C
Bhubaneswar

ଦଳରୁ ବିଦା ହୋଇ ପାରନ୍ତି ଦାମ !

ଭୁବନେଶ୍ୱର : ସରକାରଙ୍କର ବିଭିନ୍ନ ପ୍ରକାର ଦୁର୍ନୀତିର ମୁଖା ଖୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିବା ବିଜୁଜନତା ଦଳର ବରିଷ୍ଠ ନେତା  ତଥା ପୂର୍ବତନ ମନ୍ତ୍ରୀ  ଡ଼ାକ୍ତର ଦାମୋଦର ରାଉତଙ୍କ ବିରୁଦ୍ଧରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖରେ ଫେରାଦ ହୋଇଛନ୍ତି ଜିଲ୍ଲାର ଦୁଇ ବରିଷ୍ଠ ନେତା। ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ବିଷ୍ଣୁ ଦାସ ଏବଂବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ଡ଼ାକ୍ତର ରାଉତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଏରସମାରେ ଏକ ସଭାରେ କଂଗ୍ରେସ ଓ ବିଜେପି ନେତାଙ୍କ ସହିତ ମିଶି ସେ ଦଳ ବିରୋଧୀ ମନ୍ତବ୍ୟ ଦେଇଥିବା ଏହି ଦୁଇ ନେତା ଲିଖିତ ଅଭିଯୋଗ କରିଛନ୍ତି । ତେଣୁ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀ ମୁଦୁଲି ଦାବି କରିଛନ୍ତି। ଅନ୍ୟ ପକ୍ଷରେ ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ, ଡ଼ାକ୍ତର ରାଉତଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି।

ତେବେ ଏନେଇ ଡ଼ାକ୍ତର ରାଉତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରଶାନ୍ତ ଏବଂ ବିଷ୍ଣୁଙ୍କ କଥାରେ ନବୀନ କ’ଣ ତାଙ୍କୁ ଦଳରୁ କାଢିଦେବେ ବୋଲି କହି କଟାକ୍ଷ କରିଛନ୍ତି । ଡ଼ାକ୍ତର ରାଉତ କହିଛନ୍ତି କି, ବିଷ୍ଣୁ ଦାସ କଣ ସେ କଥା ନବୀନ ବାବୁ ଭଲ ଭାବେ ଜାଣିଛନ୍ତି । ପ୍ରଶାନ୍ତ ମୁଦୁଲିଙ୍କ ମୁଣ୍ଡରେ କଙ୍କଡା ବିଛା ପଶିଲାଣି । ଏତେ ସବୁ ପରେ ବି ଯଦି ନବୀନ ବାବୁ ବହିସ୍କାର କରିବେ ତେବେ ସେ କିଛି କହିବେ ନାହିଁ । ପୂର୍ବରୁ ମନ୍ତ୍ରୀମଣ୍ଡଳରୁ ବିଦା କରିବା ପରେ ସେ ନବୀନଙ୍କ ଭେଟିବା ପାଇଁ ଯାଇ ନାହାନ୍ତି । ଏବେ ମଧ୍ୟ ଯିବେ ନାହିଁ ବୋଲି କଡା ଆଭିମୁଖ୍ୟ ରଖିଛନ୍ତି । ଲୋକ ଚାହୁଁଥିବା ଯାଏଁ ସେ ନିର୍ବାଚନ ଲଢିବେ ବୋଲି କହିଛନ୍ତି ଡ଼ାକ୍ତର ରାଉତ ।
ଅନ୍ୟ ପକ୍ଷରେ ବିଜେପିକୁ ଯିବା ପ୍ରସଙ୍ଗକୁ ସେ ସିଧା ସିଧା ଖଣ୍ଡନ କରିଛନ୍ତି । ଯଦି ତାଙ୍କୁ ୧୦ କୋଟି ଟଙ୍କା ମିଳେ ତେବେ ମଧ୍ୟ ବିଜେପିକୁ ଯିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories