www.samajalive.in
Sunday, December 14, 2025
16.1 C
Bhubaneswar

ସରକାରୀ ଜମି ଉପରେ କମ୍ୟୁନିଟି ହଲ୍ ନିର୍ମାଣ ପାଇଁ ବିଡିଓଙ୍କୁ ଦାବିପତ୍ର

ବାଙ୍କୀ: ବାଙ୍କୀ ବ୍ଲକ ଅଧିନ ଗୋଳାଗଣ୍ଡ ଗ୍ରାମପଞ୍ଚାୟତରେ ଏକ କମ୍ୟୁନିଟି ହଲ୍ ନିର୍ମାଣ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଇଛି । ନିକଟରେ ଗୋଳାଗଣ୍ଡ ଗ୍ରାମର ସମସ୍ତ ମୁଖିଆ ଏବଂ ଗ୍ରାମ କମିଟିର ଉପସ୍ଥିତିରେ କମ୍ୟୁନିଟି ହଲ୍ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ ଶ୍ରୀ ରଘୁନାଥ ଛକ ନିକଟରେ ଥିବା ସରକାରୀ ଜାଗା ଉପରେ ନିର୍ମାଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପ୍ରଶାସନିକ ଅଧିକାରୀଙ୍କ ସୂଚନାକ୍ରମରେ ଉକ୍ତ ସ୍ଥାନଟିକୁ ପରିସ୍କାର କରାଯିବା ସହ ଗ୍ରାମବାସୀଙ୍କ ସହଯୋଗରେ ମଧ୍ୟ ଖାଲଟି ପୋତା ଯାଇଥିଲା । ମାତ୍ର ପରେ ଏହି ନିର୍ମାଣ କାର୍ଯ୍ୟ ପାଇଁ ମୁଷ୍ଟିମେୟ ଲୋକଙ୍କ ସହାୟତାରେ ଅନ୍ୟ ସ୍ଥାନରେ କମ୍ୟୁନିଟି ହଲ୍ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ପ୍ରତିବାଦରେ ସୋମବାର ଦିନ ଗୋଳାଗଣ୍ଡ ଗ୍ରାମର ଗ୍ରାମବାସୀ, ମହିଳା ସ୍ୱଂୟସହାୟକ ଗୋଷ୍ଠୀର ସଦସ୍ୟଙ୍କ ସମେତ କମଳାକାନ୍ତ ପ୍ରହରାଜ, ରଘୁନାଥ ଗ୍ରାମ୍ୟ କମିଟିର ସଭାପତି ଭୋଳେଶ୍ୱର ପ୍ରଧାନ, ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ପରମଗୁରୁ, ମହିଳା ସ୍ୱଂୟସହାୟକ ଗୋଷ୍ଠୀର ସଭାପତି ସରସ୍ୱତୀ ପ୍ରଧାନ, ସମ୍ପାଦିକା କୁନି ପ୍ରଧାନ ପ୍ରମୁଖ ବହୁ ଗୋଷ୍ଠୀ ସଦସ୍ୟା ବିଡିଓ ପ୍ରଦୀପ୍ତ କୁମାର ଶତପଥୀଙ୍କୁ ଭେଟି ପ୍ରସ୍ତାବିତ ସରକାରୀ ଜାଗା ଉପରେ କମ୍ୟୁନିଟି ହଲ୍ ନିର୍ମାଣ କରିବା ପାଇଁ ଦାବିପତ୍ର ଦେଇଛନ୍ତି । ଏହାର ଏକକିତା ନକଲ ବାଙ୍କୀ ବିଧାୟକ, ଉପଜିଲ୍ଲାପାଳ, ତହସିଲଦାର, ବ୍ଲକ ଅଧ୍ୟକ୍ଷା, ଗୋଳାଗଣ୍ଡ ପଞ୍ଚାୟତ ସରପଞ୍ଚ, ବାଙ୍କୀ ଓ ବୈଦେଶ୍ୱର ଥାନା ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ସମ୍ପର୍କରେ ଦାବିପତ୍ରରେ ଉଲ୍ଲେଖ୍ୟ କରାଯାଇଛି । ଏ ସମ୍ପର୍କରେ ବାଙ୍କୀ ବିଡିଓଙ୍କ ସହ ଆଲୋଚନା କରିବାରୁ ପୁନଃ ଗୋଳାଗଣ୍ଡା ପଞ୍ଚାୟତକୁ ବିଭାଗୀୟ ଅଧିକାରୀଙ୍କୁ ପଠାଯାଇ ସ୍ଥାନ ପର୍ଯ୍ୟବେକ୍ଷଣ କରି ନିର୍ମାଣ କାର୍ଯ୍ୟ ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories