www.samajalive.in
Friday, December 12, 2025
16.1 C
Bhubaneswar

ଆଇଏନଏସ୍‌ ବିଶାଖାପାଟଣାର ଜଳାବତରଣ

ମୁମ୍ବଇ : ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ଷେପଣାସ୍ତ୍ର ପରିବହନକାରୀ ଯୁଦ୍ଧ ଜାହାଜ ଆଇଏନଏସ୍‌ ବିଶାଖାପାଟଣାକୁ ଜଳାବତରଣ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ବିଧିବଦ୍ଧ ଭାବେ ନୌସେନାରେ ସାମିଲ କରିଛନ୍ତି। ପ୍ରତିରକ୍ଷା ନିର୍ମାଣ କ୍ଷେତ୍ରରେ ଏହି ଯୁଦ୍ଧଜାହାଜ ଆତ୍ମନିର୍ଭରତାକୁ ପ୍ରତିପାଦିତ କରିଛି ବୋଲି ରାଜନାଥ କହିଛନ୍ତି। ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ପରିଚାଳିତ ଏହି ଯୁଦ୍ଧଜାହାଜ ବର୍ତ୍ତମାନ ଓ ଆଗାମୀ ଦିନରେ ସାମରିକ ଆବଶ୍ୟକତାକୁ ପୂରଣ ଦିଗରେ ସଫଳ ହୋଇପାରିବ। ଏହି ଯୁଦ୍ଧ ଜାହାଜର ଲମ୍ବ ୧୬୩ମିଟର ହୋଇଥିବାବେଳେ ଏହା ୭୪୦୦ ଟନ୍ ଯୁଦ୍ଧାସ୍ତ୍ର ପରିବହନ କରିପାରିବ। ଆଇଏନଏସ୍‌ ବିଶାଖାପାଟଣା ବର୍ଗର ୪ଟି ଯୁଦ୍ଧ ଜାହାଜ ନିର୍ମାଣ ହେବାକୁ ଥିବାବେଳେ ପ୍ରଥମ ଜାହାଜକୁ ଆଜି ଜଳାବତରଣ କରାଯାଇଛି। ୩୫ହଜାର କୋଟି ଟଙ୍କା ବ୍ୟୟରେ ଏହିସବୁ ଯୁଦ୍ଧ ଜାହାଜ ନିର୍ମାଣ କରାଯିବ। ୨୦୨୩ରେ ପରବର୍ତ୍ତୀ ଦୁଇଟି ଯୁଦ୍ଧଜାହାଜ ଓ ୨୦୨୫ରେ ଶେଷ ଯୁଦ୍ଧ ଜାହାଜ ନୌସେନାରେ ସାମିଲ ହେବ। ଆଜିର କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ରାଜନାଥ ସିଂହ ଚୀନକୁ ଏକ ଦାୟିତ୍ବହୀନ ରାଷ୍ଟ୍ର ଭାବେ ବିବେଚନା କରିଛନ୍ତି। ସାମୁଦ୍ରିକ ଆଇନ ସମ୍ପର୍କିତ ଜାତିସଂଘ ସମ୍ମିଳନୀ (ୟୁଏନ୍‌ସିଏଲଓଏସ୍‌) ସମ୍ପର୍କରେ ବର୍ଣ୍ଣନା କରି ରାଜନାଥ କହିଛନ୍ତି ଯେ କେତେକ ରାଷ୍ଟ୍ରର ବିସ୍ତାରବାଦ ନୀତି ଯୋଗୁଁ ଆନ୍ତର୍ଜାତିକ ଆଇନ ବାଟବଣା ହେଉଛି। ପଡୋଶୀ ଚୀନକୁ ଆକ୍ଷେପ କରି ରାଜନାଥ ଏପରି କହିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories