www.samajalive.in
Friday, December 12, 2025
27.1 C
Bhubaneswar

ଓଡିଶା ହେବ ଶିଶୁ ଶ୍ରମ ମୁକ୍ତ, ୟୁନିସେଫ୍‍ ଏବଂ ଏଡ୍‍-ଏଟ୍‍-ଆକ୍ସନ୍‍ ସହ ହାତ ମିଶାଇଲେ ରାଜ୍ୟ ଶ୍ରମ ନିଦ୍ଦେର୍ଶାଳୟ

ଭୁବନେଶ୍ୱର: ୟୁନିସେଫ୍‍ ଓଡିଶା ଏବଂ ଏଡ୍‍-ଏଟ୍‍-ଆକ୍ସନ୍‍ ସହ ଓଡିଶାର ଶ୍ରମ ନିଦ୍ଦେର୍ଶାଳୟ ସହଯୋଗରେ ଓଡିଶାରୁ ଶିଶୁ ଶ୍ରମ ରୋକିବା ପାଇଁ ଏକ ବୈଠକ ଆୟୋଜନ କରାଯାଇଥିଲା। ବୈଠକରେ ଓଡିଶାର ଶ୍ରମ କମିସନର୍‍, ଆଇଏଏସ୍‍, ଡଃ. ଏନ୍‍ ଥିରୁମାଲା ନାୟକ; ୟୁନିସେଫ ଓଡିଶାର ମୁଖ୍ୟ, ମୋନିକା ନେଲ୍‍ସନ୍‍; ଶିଶୁ ସୁରକ୍ଷା ବିଶେଷଜ୍ଞ, ନେହା ନାଇଡୁ; ୟୁନିସେଫ ଓଡିଶାର ଯୋଗାଯୋଗ ବିଶେଷଜ୍ଞ, ରାଧିକା ଶ୍ରୀବାସ୍ତବ; ଏଡ୍‍-ଏଟ୍‍-ଆକ୍ସନ୍‍ ର ପ୍ରବାସୀ ଶିକ୍ଷା ନିର୍ଦ୍ଦେଶକ, ଶ୍ରୀଯୁକ୍ତ ଉମି ଡାନିଏଲ୍‍ ଏବଂ ବାଲେଶ୍ୱର, ଗଞ୍ଜାମ୍‍, ଖୋର୍ଦ୍ଧା, କଟକ ଓ ରାଉଲକେଲା ଜିଲ୍ଲାର ଶ୍ରମ ଅଧିକାରୀ, ଇଟାଭାଟି ମାଲିକ ଏବଂ ଅନ୍ୟ ହିତାଧିକାରୀମାନେ ଏଥିରେ ଯୋଗ ଦେଇ ରାଜ୍ୟରେ ଶିଶୁ ଶ୍ରମିକ ବିଲୋପ ପାଇଁ ସେମାନଙ୍କର ଅଭିଜ୍ଞତା ଏବଂ ମତ ରଖିଥିଲେ।

ୟୁନିସେଫ୍‍ ଓଡିଶାର ଯୋଗାଯୋଗ ବିଶେଷଜ୍ଞ ରାଧିକା ଶ୍ରୀବସ୍ତବଙ୍କ ସ୍ୱାଗତ ସମ୍ବୋଧନ ଅଭିଭାଷଣରେ ଏହି କାର୍ଯ୍ୟକ୍ରମର ପଦକ୍ଷେପ ବିଷୟରେ ଧାରଣା ଏବଂ ଉଦ୍ଦେଶ୍ୟ ଉପସ୍ଥାପନା କରିଥିଲେ। ଏହି ସଂଦର୍ଭରେ ୟୁନିସେଫ୍‍ ଓଡିଶାର ଶିଶୁ ସୁରକ୍ଷା ବିଶେଷଜ୍ଞ, ନେହା ନାଇଡୁୁ କହିଛନ୍ତି ଯେ, “କୋଭିଡ୍‍ ପରି ମହାମାରୀ ସମୟରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ହେବାର ଆଶଙ୍କା ରହିଛି। ଆମ ସମାଜ ଶିଶୁ ଶ୍ରମକୁ ମାନସିକ ସ୍ତରରେ ଗ୍ରହଣ କରିନେଇଛି କାରଣ ଆମେ ଭାବୁ ଗରିବ ପିଲାମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ଏକ ପ୍ରକାର ସାହାଯ୍ୟ କରିବା। ଏହି ପିଲାମାନେ ପାରିବାରିକ ପରିସ୍ଥିତି ହେତୁ ବିଦ୍ୟାଳୟ ଛାଡି କାମ ଆରମ୍ଭ କରିଥାନ୍ତି। ଏହା ବାଲ୍ୟ ବିବାହ ସହିତ ମଧ୍ୟ ଜଡିତ କିନ୍ତୁ ଶୈଶବ ହେଉଛି ପିଲାମାନଙ୍କର ବିକାଶ ଏବଂ ପ୍ରେରଣାର ସମୟ। ଯଦି ଏହି ସମୟରେ ସେମାନେ କାମ କରିବା ଆରମ୍ଭ କରିଦିଅନ୍ତି, ତେବେ ଏହା ସେମାନଙ୍କର ବିକାଶର ବୃଦ୍ଧିକୁ ବାଧା ଦେବା ସହ ସାମର୍ଥ୍ୟକୁ ମଧ୍ୟ କ୍ଷତି ପହଞ୍ଚାଇ ଥାଏ ସେଥିପାଇଁ ଆମ ସମସ୍ତଙ୍କୁ ଆଗେଇ ଆସି ଶିଶୁ ଶ୍ରମକୁ ରୋକିବା ଆବଶ୍ୟକ।”

- Advertisement -

ଏହି ଅବସରରେ ରାଜ୍ୟ ଶ୍ରମ କମିଶନର ଡ. ଏନ୍‍. ଥିରୁମାଲା କହିଛନ୍ତି ଯେ, “ଶିକ୍ଷା ପିଲାମାନଙ୍କୁ ଶ୍ରମରୁ ମୁକ୍ତ କରିଥାଏ। ଯେତେବେଳେ ଶିଶୁମାନେ ବିଦ୍ୟାଳୟକୁ ଯିବାକୁ ସୁଯୋଗ ପାଆନ୍ତି, ସେତେବେଳେ ସେମାନଙ୍କ ପାଇଁ ସୁଯୋଗର ଅନେକ ଦ୍ୱାର ଖୋଲିଯାଏ। ସମାଜରେ ସମସ୍ତଙ୍କୁ ଶିକ୍ଷାର ମୂଲ୍ୟ ବିଷୟରେ ବୁଝାଇବା ସହିତ ପିଲାମାନଙ୍କୁ କାମ କରିବାକୁ ନ ପଠାଇ, ବିଦ୍ୟାଳୟକୁ ପଠାଇବା ପାଇଁ ଆମ ସମସ୍ତଙ୍କୁ ମିଳିତ ଭାବରେ କାର୍ଯ୍ୟ କରିବାକୁ ପଡିବ। ଆମ ଆଖପାଖରେ କୌଣସି ଶିଶୁକୁ ଶ୍ରମିକ ଭାବରେ କାମରେ ନଲଗାଇବା ଏବଂ ଶିକ୍ଷା ଲାଭ କରିବ ପାଇଁ ସାହାଯ୍ୟ କରିବା ଆମ ଦାୟିତ୍ୱ ଅଟେ।”

କୋଭିଡ୍‍-୧୯ କିପରି ଶିଶୁ ଶ୍ରମ ଜନିତ ସମସ୍ୟାକୁ ଅଧିକ ଜଟିଳ କରିଛି, ତାହା ଉପରେ ଆଲୋକପାତ କରି ୟୁନିସେଫ ଓଡିଶାର ମୁଖ୍ୟ ମୋନିକା ନେଲ୍‍ସନ୍‍ କହିଛନ୍ତି, “ସାଂପ୍ରତିକ ସମୟରେ ପିଲାମାନେ କୋଭିଡ ମହାମାରୀ ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ବହୁଦିନ ଧରି ବିଦ୍ୟାଳୟ ଗୁଡିକ ବନ୍ଦ ରହି ଆସିଛି। ପରିବାରର ଜୀବିକା ଗୁରୁତର ଭାବରେ ବ୍ୟାହାତ ହୋଇଥିବାରୁ ବହୁ ସଂଖ୍ୟକ ପିଲାମାନେ ଶିଶୁ ଶ୍ରମ ଆଡକୁ ଟାଣି ହୋଇଛନ୍ତି। ଶିଶୁ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ପିଲାମାନେ ମଧ୍ୟ ବିଭିନ୍ନ ପ୍ରକାର ଶୋଷଣ ଯେମିତିକି ଶାରୀରିକ, ଭାବନାତ୍ମକ ଏବଂ ଯୌନଗତ ଶିକାର ହେବାର ସମ୍ଭାବନ ବଢିଯାଇଥାଏ। ତେଣୁ ଶିଶୁମାନଙ୍କର ସୁରକ୍ଷା ପାଇଁ ନିଆଯାଇଥିବା ସମସ୍ତ ପଦକ୍ଷେପ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରହିବା ନିହାତି ଆବଶ୍ୟକ। ଏପରି ସମନ୍ୱୟ କିମ୍ବା ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ବିନା ଏହି ପଦକ୍ଷେପଗୁଡିକର ପ୍ରଭାବ ସୀମିତ ରହିଯିବ। ଏହି ଦିଗରେ ସରକାରଙ୍କ ପ୍ରମୁଖ ବିଭାଗଗୁଡିକ ସହିତ ବିଭିନ୍ନ ସ୍ୱଚ୍ଛା ସେବୀ ସଂଗଠନ, ବେସରକାରୀ କ୍ଷେତ୍ର ଏବଂ ୟୁନିସେଫ୍‍ର ସମ୍ମିଳିତ ଉଦ୍ୟମ ଓଡିଶାରୁ ଶିଶୁ ଶ୍ରମ ଦୂର କରିବାରେ ସଫଳ ହେବ। ”

ପ୍ରବାସୀ ପିଲାମାନଙ୍କ ପାଇଁ ଶିକ୍ଷାକୁ ମଜବୁତ କରିବାକୁ ତାଙ୍କ ସଂସ୍ଥା ଦ୍ୱାରା ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ଏଡ୍‍-ଏଟ୍‍-ଆକ୍ସନ୍‍ର ପ୍ରବାସୀ ଶିକ୍ଷା ନିର୍ଦ୍ଦେଶକ, ଶ୍ରୀଯୁକ୍ତ ଉମି ଡାନିଏଲ୍‍ କହିଛନ୍ତି, “ବିଗତ ନଅରୁ ଦଶ ବର୍ଷ ମଧ୍ୟରେ ଶିଶୁ ଶ୍ରମିକଙ୍କୁ ରୋକିବା ପାଇଁ ଆମେ ଅନେକ ପଦକ୍ଷେପ ନେଇଛୁ। ପ୍ରୟ ୨୦୦ରୁ ଅଧିକ ଶିଶୁ ଶ୍ରମିକଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଶିକ୍ଷା ଦେବାରେ ମଧ୍ୟ ସକ୍ଷମ ହୋଇଛୁ। ଶିଶୁ ଶ୍ରମିକଙ୍କୁ ରୋକିବା ପାଇଁ ଓଡିଶା ସରକାର ମଧ୍ୟ ଅନେକ ପଦକ୍ଷେପ ନେଇ ଆସୁଛନ୍ତି। ଶିଳ୍ପ ସହଭାଗୀମାନଙ୍କ ସହିତ ଆମକୁ ଅଧିକ ପରିଶ୍ରମ କରି ଏହା ସୁନିଶ୍ଚିତ କରିବାକୁ ପଡିବ ଯେପରି କୈାଣସି ଶିଶୁ ସେମାନଙ୍କ ପିତାମାତାଙ୍କ ସହିତ କିମ୍ବା ସେମାନେ ନିଜେ କୈାଣସି ଶ୍ରମ କରିବେ ନାହିଁ।”

ବୈଠକରେ ଉପସ୍ଥିତ ଥିବା ଇଟାଭାଟି ମାଲିକମାନେ ଶିଶୁ ଶ୍ରମିକ ବିରୁଦ୍ଧରେ ଥିବା ଆଇନ ବିଷୟରେ ସେମାନେ କିପରି ଅବଗତ ହେଲେ ଏବଂ ଏହାକୁ ଦୂର କରିବା ପାଇଁ ସେମାନେ ନେଇଥିବା ପଦକ୍ଷେପଗୁଡିକ ବିଷୟରେ ଆଲୋଚନା କରିଥିଲେ। ଇଟାଭାଟି ମାଲିକମାନଙ୍କ ସହିତ ଏକ ମଡେଲ୍‍ କୋଡ୍‍ ଉପରେ ଆଲୋଚନା କରାଯାଇଥିଲା, ଯାହା ସେମାନଙ୍କର ବ୍ୟବସାୟ ତଥା ଶିଳ୍ପ ଯୋଗାଣରେ ଥିବା ଅଂଶୀଦାରଙ୍କ ପରିସର ମଧ୍ୟରେ ଶିଶୁ ଶ୍ରମର ଶୂନ୍ୟ ସହନଶୀଳତାର ପ୍ରତିବଦ୍ଧତାକୁ ନବୀକରଣ ଏବଂ ଦୃଢ କରିବ।

ଏହି ବୈଠକରେ ରଜ୍ୟ ଅତିରିକ୍ତ ଶ୍ରମ କମିସନର୍‍, ସୁନିଲ୍‍ କୁମାର ସାହୁ, ଯୁଗ୍ମ ଶ୍ରମ କମିସନର, ଶ୍ରୀଯୁକ୍ତ ପ୍ରଦୀପ କୁମାର ମହାପାତ୍ର, କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ(ଓଏଏସ୍‍ଏମ୍‍ଇ)ର ସମ୍ପାଦକ, ଶ୍ରୀଯୁକ୍ତ ଗୈାରୀ ଶଙ୍କର ଦାସ, ଡଃ ଆଚାର୍ଯ୍ୟ, ଶ୍ରମ ବିଭାଗର ବରିଷ୍ଠ ଅଧିକାରୀ, ସିଏସିଏଲ୍‍ର ରାଜ୍ୟ ସମିଳନୀକାରୀ, ଶ୍ରୀଯୁକ୍ତ ଗୋପାଳ କର ଏବଂ ପିକକ୍‍ ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜନ କୁମାର ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜର ମତାମତ ଉପସ୍ଥାପନା କରିଥିଲେ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories