www.samajalive.in
Sunday, December 14, 2025
26.1 C
Bhubaneswar

ଅନୁଗୁଳରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଅନୁଗୁଳ : ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଗସ୍ତ କରିଛନ୍ତି। ସେଠାରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ର ଶୁଭାରମ୍ଭ କରିଛନ୍ତି। ସ୍ଥାନୀୟ ଷ୍ଟାଡିୟମ ପରିସରରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ପ୍ରଦାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଏବଂ ଉଦ୍ଘାଟନ କରିଛନ୍ତି । ସ୍ଥାନୀୟ ଷ୍ଟାଡିଅମରେ ଆୟୋଜିତ ଏହି ସଭ।ସ୍ଥଳରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ପୂର୍ବାହ୍ନ ୧୧ ଟାରେ ପହଞ୍ଚିଥିଲେ। ଉପସ୍ଥିତ ହଜାର ହଜାର ଜନତା ହୁଳହୁଳି ଏବଂ ସ୍ଲୋଗାନ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ହାତ ଦେଖାଇ ଅଭିନନ୍ଦନ ଗ୍ରହଣ କରିଥିଲେ।
ସମାରୋହରେ ମୁଖ୍ୟମନ୍ତ୍ରୀ ସନ୍ଥ ରାଜନୀତିଜ୍ଞ ନବ ବାବୁ ଏବଂ ତାଙ୍କ ପତ୍ନୀ ମାଳତୀ ଦେବୀଙ୍କୁ ଓଡ଼ିଶାର ଅନ୍ୟତମ ଶ୍ରେଷ୍ଠ ବରପୁତ୍ର ବୋଲି ଚିତ୍ରଣ କରିବା ସହ ଦେଶର ସ୍ୱାଧୀନତା ସଂଗ୍ରାମରେ ବାଜିରାଉତଙ୍କ ଭୂମିକା ପ୍ରଶଂସନୀୟ ବୋଲି କହିଥିଲେ। ସେହିଭଳି ତାଳଚେରର ପ୍ରଜା ମଣ୍ଡଳ ଆନ୍ଦୋଳନ ଦେଶର ସ୍ୱାଧୀନତା ପାଇଁ କିଭଳି ମାର୍ଗଦର୍ଶନ କରିଥିଲା ତାହା ପ୍ରକାଶ କରିଥିଲେ।
ଅନୁଗୁଳ ଜିଲ୍ଲାକୁ ଏକ ସମୃଦ୍ଧ ଜିଲ୍ଲାରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ୧୧୭୬ କୋଟି ୪୯ ଲକ୍ଷ ଟଙ୍କା ବ୍ୟୟରେ ମୋଟ ୪୩୩ ଟି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଏବଂ ଉଦ୍ଘାଟନ କରିଥିଲେ।  ରାଜ୍ୟର ସବୁ ବାସ ହୀନ ଲୋକଙ୍କୁ ଘର ଓ ପିଇବା ପାଣି କିଭଳି ମିଳିବ ସରକାର ତା ଉପରେ ଗୁରୁତ୍ୱ ଦେଉଥିବା କହିଥିଲେ।
ଗ୍ରାମ ଉନ୍ନୟନ ଓ ଜଳ ଯୋଗାଣ ବିଭାଗର ୬୫ ଟି ପ୍ରକଳ୍ପ,ଗ୍ରାମାଞ୍ଚଳ ବିକାଶର ୮୫ଟି ପ୍ରକଳ୍ପ,ଶିକ୍ଷା ପାଉଁ ୮୫,ଜଳସେଚନ ପାଇଁ ୮୫,କ୍ରୀଡା ପାଇଁ ୫ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିଲେ। ସମାରୋହରେ ବିଜ୍ଞାନ ଏବଂ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ପଣ୍ଡା,ଉପ-ବାଚସ୍ପତି ରଜନୀକାନ୍ତ ସିଂହ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ସରକାରର ମହିଳା ସଶକ୍ତିକରଣ ଓ ସାମାଜିକ ନ୍ୟାୟ ,ଶିଳ୍ପ ବିକାଶ ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପକାରୀତା ଉପରେ କହିଥିଲେ। ମୁଖ୍ୟମନ୍ତ୍ରୀ ମଞ୍ଚରେ ପାଞ୍ଚ ଜଣ ମହିଳାଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିଥିଲେ। ଗରିବ ଅସହାୟ ରୋଗୀ ଏହି କାର୍ଡ ବଳରେ ପୁରୁଷ ରୋଗୀ ପାଞ୍ଚ ଲକ୍ଷ ଏବଂ ମହିଳା ରୋଗୀ ଦଶ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମାର ସୁବିଧା ପାଇପାରିବେ। ସମାରୋହରେ କୁନା ତ୍ରିପାଠୀ ସଂଯୋଜନା କରିଥିବା ବେଳେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ୪୪ ପ୍ଲାଟୁନ ଫୋର୍ସ ସହ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଜିଲ୍ଲା କୋର୍ଟ ସମ୍ମୁଖରେ ବିଜେପି ବିଜେଡି କର୍ମୀ ମୁହାଁ ମୁହିଁ ହୋଇଥିଲେ । ସେହିଭଳି ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଗାନ୍ଧୀ ମୂର୍ତ୍ତି ପାଖରେ କଳା ପତାକା ଦେଖାଇ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲେ। ସମାରୋହରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ଏସ୍‌ପି ଜଗମୋହନ ମୀନା ଉପସ୍ଥିତ ରହି କାର୍ୟ୍ୟକ୍ରମ କିଭଳି ସୁରକ୍ଷିତ ଭାବେ ଅନୁଷ୍ଠିତ ହେବ ତାର ବ୍ୟବସ୍ଥା କରିଥିଲେ। ୯୨ ଜଣଙ୍କୁ ପୁଲିସ ପକ୍ଷରୁ ଗିରଫ କରି ସଦର ଥାନାରେ ରଖା ଯାଇଥିଲା । ମନ୍ତ୍ରୀ ଶ୍ରୀ ପଣ୍ଡା ଜିଲା ଛାଡିବା ପରେ ସେମାନଂକୁ ପୁଲିସ ଛାଡିଥିଲା।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories