www.samajalive.in
Saturday, December 6, 2025
26.1 C
Bhubaneswar

କୋକେଇତିରା ବାଲିଯାତ୍ରା ମହୋତ୍ସବ ସମ୍ପନ୍ନ

ରେଙ୍ଗାଲିକ୍ୟାମ୍ପ  : ଅତାବିରା ବ୍ଲକ ଅମଳପାଲି ପଞ୍ଚାୟତର କୋକେଇତିରା ଗ୍ରାମରେ ପ୍ରତିବର୍ଷ ଭଳି  କାର୍ତ୍ତିକ ପୂର୍ଣ୍ଣିମାରେ ନିକଟସ୍ଥ ଝାଉଁ ନଦୀ କୂଳରେ ବାଲୁଙ୍କେଶ୍ୱର ବାବାଙ୍କ ଲିଙ୍ଗ ସ୍ଥାପନ ପୂର୍ବକ ବିଧି ବିଧାନରେ ପୂଜା ଆରମ୍ଭ ହୋଇଥିଲା। ଏହି ପୂଜାରେ ଦିଲିପ୍ ହୋତା ସପତ୍ନିକ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିଲେ। ପଣ୍ଡିତ ଲାଲ ବିହାରୀ ଦାଶ ପୂଜା କାର୍ୟ୍ୟ ସଂପାଦନ କରିଥିଲେ। ଘଣ୍ଟ ଶଙ୍ଖ ର ତାଳରେ ଓ ହୁଳହୁଳିରେ ନଦୀ କୁଳରୁ ବେଶ ଉତ୍ସବ ମୁଖରିତ ହୋଇଥିଲା। ମୁକ୍ତ ମଞ୍ଚରେ ରାଧା କୃଷ୍ଣ ତଥା ଗୋପୀ ଗୋପାଳଙ୍କ ଅଭିନୟ ଦର୍ଶକଙ୍କ ମନକୁ ବେଶ୍ ଆକର୍ଷିତ କରିଥିଲା। ମାନସିକ ଧାରୀ ମାନେ ଛତ୍ର,ଖଣ୍ଡା ଘଣ୍ଟ ଓ ତ୍ରିଶୂଳ ଆଦି ବାବାଙ୍କୁ ଅର୍ପଣ କରି ନିଜ ନିଜର ମନୋକାମନା ପୁରଣ କରିଥିଲେ। ମୀନା ବଜାର,ଝୁଲା ,ଖେଳନା ବଜାର ଆଦି ଦର୍ଶକ ଓ କୁନି କୁନି ପିଲାଙ୍କ ପାଇଁ ଆକର୍ଷଣ ହୋଇପାରିଥିଲା। ଏହି ଅବସରରେ ଚିପିଲମା ର ମହିଳା ସଙ୍କୀର୍ତ୍ତନ,ହିର୍ଲିପାଳି, ଓ ଗୋବିନ୍ଦ ପାଲିର କୃଷ୍ଣଗୁରୁ,ବାବେବୀରା ଓ ଟାଙ୍ଗରପାଲିର ସମ୍ପ୍ରଦା ଯାତ୍ରା ପରିବେଶ କୁ ଉତ୍ସବ ମୁଖରିତ କରିଥିଲା। ଏହି ବାଲିଯାତ୍ରା ମହୋତ୍ସବ କମିଟିର ସଭାପତି ଆଶିଷ ହୋତାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ବାଲିଯାତ୍ରା ଆୟୋଜିତ ହୋଇଥିବା ବେଳେ ଉପସଭାପତି ରଜତ ହୋତା, ଆଦିକନ୍ଦ ନାଏକ, ଲୁକୁ ଜାମ ଡୋଲିଆ,ସମ୍ପାଦକ ମିତ୍ରଭାନୁ ଭୁଏ,କୋଷାଧ୍ୟକ୍ଷ ସୁରେଶ ଭୁଏ, ଅମିତ ପ୍ରଧାନ,ସୁଶାନ୍ତ ମାହାର, ସୁଶିଲ ପ୍ରଧାନ ତଥା ଗ୍ରାମବାସୀ ଙ୍କ ସମ୍ପୂର୍ଣ୍ଣ ସହଯୋଗ ରହିଥିଲା। ରାତିରେ ମାନସିକ ଧାରୀ ମାନେ ଉଜାଗର ରହିଥାନ୍ତି ,ତେଣୁ ରାତିରେ ସାଂସ୍କୃତିକ କାର୍ୟ୍ୟକ୍ରମ ଭାବେ ଗୀତିନାଟ୍ୟ ପରିବେଷିତ ହୋଇଥିଲା।ବହୁ ପୁରୁଣା କାଳରୁ ଏହି ବାଲିଯାତ୍ରା ଲୋକପ୍ରିୟତା ହାସଲ କରିଆସିଛି ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories