www.samajalive.in
Thursday, December 11, 2025
18.1 C
Bhubaneswar

ଝାଡଖଣ୍ଡରେ ବୋମା ବିସ୍ଫୋରଣ: ରେଳ ଧାରଣା ଉଡିଲା

ରାଞ୍ଚି: ଝାଡଖଣ୍ଡରେ ଧାନବାଦ ଡିଭିଜନରେ ରେଳଧାରଣାରେ ଏକ ବୋମା ବିସ୍ଫୋରଣ ଘଟଣା ଘଟିଛି । ଗରୱା ଏବଂ ବରକାନା ସେକ୍ସନ ମଧ୍ୟବର୍ତ୍ତୀ ଅଞ୍ଚଳରେ ଶନିବାର ପ୍ରତ୍ୟୁଷରେ ଏହି ବିସ୍ଫୋରଣ ଘଟିଥିବା ଜଣାଯାଇଛି । ବିସ୍ଫୋରଣ ଫଳରେ ଏକ ଡିଜେଲ ରେଳ ଇଞ୍ଜିନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି । ବିଶ୍ୱସ୍ତ ସୂତ୍ର ଅନୁଯାୟୀ ରେଳ ଧାରଣା ଉଡାଇ ଦେବାକୁ ନକ୍ସଲମାନେ ଏହି ବୋମା ଖଞ୍ଜିଥିଲେ । ବିସ୍ଫୋରଣ ଖବର ମିଳିବା ପରେ ରେଳବାଇର ବରିଷ୍ଠ ଅଧିକାରୀ ଏବଂ ରେଳ ସୁରକ୍ଷା ବାହିନୀ ଯବାନମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ନଷ୍ଟ ହୋଇଯାଇଥିବା ରେଳ ଧାରଣାର ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଆରମ୍ଭ ହୋଇଛି । ଏହି ବିସ୍ଫୋରଣ ଫଳରେ ରାଉରକେଲା-ଟାଟା ନଗର ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବିଭିନ୍ନ ସ୍ଥାନରେ ବହୁ ଦୂରଗାମୀ ଯାତ୍ରୀ ଓ ମାଲବାହୀ ଟ୍ରେନ ଅଟକି ରହିଛି ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories