www.samajalive.in
Wednesday, December 10, 2025
18.1 C
Bhubaneswar

ରାଜ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ, ମେଲୋଡି, ଅପେରା, ମୁକ୍ତାକାଶ ରଂଗମଞ୍ଚ, ନାଟକ ପ୍ରଦର୍ଶନକୁ ମିଳିଲା ଅନୁମତି

ଭୁବନେଶ୍ୱର: ରାଜ୍ୟରେ କୋଭିଡ ମହାମାରୀର ପ୍ରକୋପ ଧୀରେ ଧୀରେ ହ୍ରାସ ପାଇବା ଏବଂ ସରକାର ଅର୍ଥନୈତିକ ଓ ଜୀବିକା ଉପାର୍ଜନ କ୍ଷେତ୍ରଗୁଡିକୁ ପର୍ଯ୍ୟାୟକ୍ରମେ ଉନ୍ମୁକ୍ତ କରିବା ପରେ ରାଜ୍ୟ ସରକାର ମେଲୋଡି, ଅର୍କେଷ୍ଟ୍ରା/ଯାତ୍ରା/ଅପରୋ, ଶାସ୍ତ୍ରୀୟ ନୃତ୍ୟ, ଲୋକନୃତ୍ୟ ଏବଂ ଅନ୍ୟ ଅନୁମତିଯୋଗ୍ୟ ନୃତ୍ୟକଳା, ସାଂସ୍କୃତିକ ପ୍ରତିଯୋଗିତା, ମୁକ୍ତାକାଶ ରଂଗମଞ୍ଚ/ନାଟକ/ନୁକ୍କଡ ନାଟକ/ପଥପ୍ରାପ୍ତ ନାଟକ ଆଦିକୁ ଅନୁମତି ପ୍ରଦାନ କରିଛନ୍ତି । ତେବେ କୋଭିଡ କଟକଣାକୁ କଡାକଡି ଭାବରେ ପାଳନ କରାଯାଇ ଏହି ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଏ ସମ୍ପର୍କରେ ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ଏକ ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ଜିଲା ମାଜିଷ୍ଟ୍ରେଟ / ଏପି / ପୌର ଆୟୁକ୍ତଙ୍କ ଭଳି ସ୍ଥାନୀୟ ପ୍ରଶାସନ କୋଭିଡ କଟକଣା ପାଳନ ସର୍ତ୍ତ ସହିତ ମୁକ୍ତାକାଶ ରଂଗମଞ୍ଚ, ଯାତ୍ରା, ଅପରୋ ଆଦି ପ୍ରଦର୍ଶକୁ ଅନୁମତି ଦେଇପାରିବେ । ଏଥିରେ ଯୋଗଦେଉଥିବା ଦର୍ଶକମାନେ ମୁହଁରେ ତୁଣ୍ଡି ବାନ୍ଧିବା ସହିତ ଶାରୀରିକ ଦୂରତା ବଜାୟ ରଖିବେ, ସେମାନଙ୍କ ଶରୀର ତାପମାତ୍ରା ପରିମାପ ବ୍ୟବସ୍ଥା ଆଦି କରାଯିବ । ପ୍ରଦର୍ଶନ ସ୍ଥଳ/ପଡିଆର ଆକାରକୁ ଦୃଷ୍ଟିରେ ରଖି ତଦନୁଯାୟୀ ଦର୍ଶକଙ୍କୁ ଅନୁମତି ମିଳିବ ଏବଂ ଏହା ସର୍ବାଧିକ ୨ହଜାର ମଧ୍ୟରେ ସୀମିତ ରହିବ । ଏ କ୍ଷେତ୍ରରେ ଯଥାସମ୍ଭବ ଅନ୍‍ ଲାଇନ ଟିକେଟ ବୁକିଂ କରିବାକୁ, ଯଥେଷ୍ଟ ସଂଖ୍ୟାରେ ଟିକେଟ କାଉଣ୍ଟର ଖୋଲିବାକୁ ପରାମର୍ଶ ଦିଆଯାଇଛି । ଇନଡୋର ହଲ କ୍ଷେତ୍ରରେ ଦର୍ଶକ ସଂଖ୍ୟା ଉକ୍ତ ହଲ୍‍ କ୍ଷମତାର ୫୦%ରୁ ଅଧିକ ହେବନାହିଁ । ସିନେମା ହଲ, ମଞ୍ଚ ଆଦି ଏହାର ବସିବା କ୍ଷମତାର ସର୍ବାଧିକ ୫୦% ଦର୍ଶକଙ୍କୁ ନେଇ କୋଭିଡ କଟକଣା ପାଳନ ସହିତ ଆରମ୍ଭ କରାଯାଇପାରିବ । ଦୁଇପାନ କୋଭିଡ ଟିକା ନେଇଥିବାର ଚୂଡାନ୍ତ ପ୍ରମାଣପତ୍ରଧାରୀ ଏବଂ ୭୨ ଘଣ୍ଟା ପୂର୍ବରୁ ଆରଟିପିସିଆର ଅଥବା ରାପଡି ଆଣ୍ଟିଜେନ ପରୀକ୍ଷା କରାଇ ନେଗେଟିଭ ରିପୋର୍ଟ ପ୍ରମାଣପତ୍ର ହାସଲ କରିଥିବା ବ୍ୟକ୍ତି ଉତ୍ସବରେ ଯୋଗଦେଇପାରିବେ । ଇନଫ୍ଲୁଏଞ୍ଜା ଭଳି ଲକ୍ଷଣ ଅଥବା ଶ୍ୱାସ ପ୍ରଶ୍ୱାସରେ ଗୁରୁତର ସମସ୍ୟା ଭୋଗୁଥିବା ବ୍ୟକ୍ତିଙ୍କୁ ଏଭଳି ଉତ୍ସବକୁ ଅନୁମତି ମିଳିବ ନାହିଁ । ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି, ଅନ୍ୟାନ୍ୟ ଗୁରୁତର ରୋଗରେ ପୀଡିତ, ଗର୍ଭବତୀ ମହିଳାଙ୍କୁ ଏଭଳି ଉତ୍ସବରେ ଯୋଗନଦେବାକୁ ପରାମର୍ଶ ଦିଆଯାଇଛି ।
କାର୍ଯ୍ୟକ୍ରମ ସ୍ଥଳରେ ପାନ ଗୁଟଖାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଉକ୍ତ ସ୍ଥଳକୁ ଯଥାଯଥ ଭାବରେ ବିଶୋଧନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହି ସମସ୍ତ ସର୍ତ୍ତ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରୀ ନିର୍ଦ୍ଦେଶନାମାରେ କୁହାଯାଇଛି ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories