www.samajalive.in
Sunday, December 14, 2025
23.1 C
Bhubaneswar

କ୍ରିକେଟରୁ ଡିଭିଲିୟର୍ସଙ୍କ ସନ୍ନ୍ୟାସ

ନୂଆଦିଲ୍ଲୀ  : ଦକ୍ଷିଣଆଫ୍ରିକାର ଷ୍ଟାର କ୍ରିକେଟର ତଥା ମିଷ୍ଟର ୩୬୦ ଡିଗ୍ରୀ ଭାବେ ଖ୍ୟାତ ଏ.ବି ଡିଭିଲିୟର୍ସ ସମସ୍ତ ପ୍ରକାର କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ପୂର୍ବରୁ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିସାରିଥିବାବେଳେ ଆଇପିଏଲ ସମେତ ଅନ୍ୟାନ୍ୟ ଘରୋଇ କ୍ରିକେଟ ପ୍ରତିଯୋଗିତା ଖେଳୁଥିଲେ। ଏବେ ସେ ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏ ନେଇ ଡିଭିଲିୟର୍ସ ଟ୍ବିଟ୍‌ କରି ଶୁକ୍ରବାର ସୂଚନା ଦେଇଛନ୍ତି। ଫଳରେ ୨୦୨୨ ଆଇପିଏଲରେ ଆଉ ଡିଭିଲିୟର୍ସଙ୍କୁ ଦେଖିବାକୁ ମିଳିବନି । ସନ୍ୟାସକୁ ନେଇ ଡିଭିଲିୟର୍ସ କହିଛନ୍ତି ଯେ, ଏହା ଏକ ଅଭୁତପୂର୍ବ ଯାତ୍ରା। କିନ୍ତୁ ମୁଁ ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି। ଏହି ଯାତ୍ରା ମଧ୍ୟରେ ମୋ ସହ ରହିଥିବା ସମସ୍ତ ଖେଳାଳି, ସଦସ୍ୟ ଓ ପ୍ରଶିକ୍ଷକମାନଙ୍କୁ ଧନ୍ୟବାଦ। ମୁଁ କ୍ରିକେଟକୁ ଉପଭୋଗ କରିଥିଲି। ଏବେ ବୟସ ବଢୁଥିବାରୁ ଶରୀର ସେତେଟା ଭଲ କରିବାକୁ ଅନୁମତି ଦେଉନାହିଁ। ମୋ ପରିବାର, ଭାଇ, ସ୍ତ୍ରୀ ଓ ପିଲାମାନଙ୍କ ତ୍ୟାଗ ବିନା ଏହା କେବେହେଲେ ସଫଳ ହୋଇପାରିନଥାନ୍ତା। ଏବେ ଜୀବନର ନୂଆ ଅଧ୍ୟାୟରେ ମୁଁ ସେମାନଙ୍କୁ ସବୁଠାରୁ ଅଧିକ ଗୁରୁତ୍ବ ଦେବି। କ୍ରିକେଟ ସବୁବେଳେ ମୋ ସହ ରହିଛି। ଖେଳିବାବେ​‌େ​‌ଳ ଅନେକ ଅଭିଜ୍ଞତା ମିଳିଛି। ଏଥିପାଇଁ କୃତଜ୍ଞ ରହିବି ବୋଲି ଡିଭିଲିୟର୍ସ କହିଛନ୍ତି। ଆଇପିଏଲ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହ ଅନେକ ସ୍ମରଣୀୟ ମୁହ୍ବର୍ତ୍ତ ରହିଛି। ମୁଁ ସବୁବେଳେ ଆରସିବିଆନ ହୋଇ ରହିବି ବୋଲି ଡିଭିଲିୟର୍ସ କହିଛନ୍ତି। ୨୦୨୨ରେ ଡିଭିଲିୟର୍ସଙ୍କୁ ଆଉ ଆଇପିଏଲରେ ଦେଖିବାକୁ ମିଳିବ ନାହିଁ ବୋଲି ଏଥିରୁୁ ସ୍ପଷ୍ଟ ହୋଇଛି। ୩୭ ବର୍ଷୀୟ ଡିଭିଲିୟର୍ସ ମିଷ୍ଟର ୩୬୦ ଡିଗ୍ରୀ ନାମରେ ଖ୍ୟାତ। ସେ ଦୀର୍ଘ ୧୭ ବର୍ଷ ଧରି କ୍ରିକେଟ ଖେଳି ଆସୁଥିଲେ। ଦକ୍ଷିଣଆଫ୍ରିକା ପକ୍ଷରୁ ୧୧୪ଟି ଟେଷ୍ଟ, ୨୨୮ଟି ଦିନିକିଆ ଓ ୭୮ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳିଛନ୍ତି। ୨୦୧୯ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ମଧ୍ୟ ଆରସିବି ପାଇଁ ଆଇପିଏଲ ଖେଳ ଜାରି ରଖିଥିଲେ। ଆରସିବି ପାଇଁ ୧୪୯ଟି ମ୍ୟାଚ ଖେଳି ୪୪୯୧ରନ କରିଛନ୍ତି। ଯାହା ଆଇପିଏଲ ଇତିହାସରେ ଦ୍ବିତୀୟ ସର୍ବାଧିକ ରନ କରିଥିବା ଖେଳାଳି।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories