www.samajalive.in
Thursday, December 11, 2025
18.1 C
Bhubaneswar

ବିଦ୍ୟୁତ ସଟ ସର୍କିଟରେ ନିଆଁ ଲାଗି ଜଳିଗଲା ଘରର ଆସବାବପତ୍ର

ନବରଙ୍ଗପୁର: ନବରଙ୍ଗପୁର ସହର ଉପକଣ୍ଠ ୨ନମ୍ବର ୱାର୍ଡ ଭଗବତୀ ସାହି ସ୍ଥିତ ମୋହନ ଅମନାତ୍ୟ ଓ ସମ୍ବାରି ଅମନାତ୍ୟ ଘରେ ସଟ ସର୍କିଟ ହୋଇ ନିଆଁ ଲାଗି ଘରର ସମସ୍ତ ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ ମୋହନ ଅମନାତ୍ୟ ଓ ସ୍ତ୍ରୀ ସମ୍ବାରି ଅମନାତ୍ୟ କାର୍ତ୍ତିକ ପୂର୍ଣ୍ଣିମା ସକାଶେ ଦର୍ଶନ ପାଇଁ ନବରଙ୍ଗପୁର ନିକଟସ୍ଥ ଘୁମରେଶ୍ୱର ଶିବ ମନ୍ଦିରକୁ ଯାଇଥିଲେ। ସେମାନେ ଶୁକ୍ରବାର ସନ୍ଧ୍ୟା ୭ଘଣ୍ଟା ସମୟରେ ଘରକୁ ଯେତେବେଳେ ପହଁଚିଲେ ଦେଖିବା ବେଳକୁ ସଟସର୍କିଟ ହୋଇ ଟିଭି ଜଳୁଛି। ଏହି ସମୟରେ ପାଖ ପଡ଼ିଶା ଲୋକେ ଆସି ସଙ୍ଗେ ସଙ୍ଗେ ଘରର କାନ୍ଥ ଭାଙ୍ଗି ଖାଲି ଗ୍ୟାସହାଣ୍ଡି ବାହାର କରିଥିଲେ। ସେତିକି ସମୟ ଭିତରେ ଘରେ ଥିବେ ଟିଭି, ମୋବାଇଲ ଏବଂ ଥିବା ବଳକା ସମସ୍ତ ଜିନିଷ ପତ୍ର ଜଳି ପାଉଁଶ ହୋଇଯାଇଛି। ଖବର ପାଇବା ପରେ ନବରଙ୍ଗପୁର ପୁଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଲିଭାଇଥିଲେ। ନିଆଁରେ ଜଳି ଯାଇ ଘରେ ଆଉ ପରିବାର ଚଳିବା ଭଳି ଆଉ କିଛି ଜିନିଷ ରହି ନ ଥିବାରୁ ପ୍ରଶାସନ ନିକଟରେ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ମୋହନ ଏବଂ ତାଙ୍କ ସ୍ତ୍ରୀ ସମ୍ବାରି ଅମନାତ୍ୟ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories