ନବରଙ୍ଗପୁର : ପବିତ୍ର କାର୍ତ୍ତିକ ପୂର୍ଣ୍ଣମା ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ବୋଇତ ବନ୍ଧାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପୂର୍ବାହ୍ନରେ ଇନ୍ଦ୍ରାବତୀ ନଦୀ ବାଲିପଠାରେ ସଂଘର ଶାଖା ଲାଗିବା ସହ ବିଭନ୍ନ ଶାରୀରକ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ବିଭାଗ ସଂଘ ଚାଳକ ଡଃ ବିପିନ ବିହାରୀ ମିଶ୍ର ଯୋଗଦେଇ ବୋଇତ ବନ୍ଧାଣ ପାଳନର ମହତ୍ତ୍ୱ ସଂପର୍କରେ କହିବା ସହ ପୂର୍ବକାଳରେ ଉତ୍କଳ ନୈାବାଣିଜ୍ୟ ପରମ୍ପରା ସଂପର୍କରେ ଅବଗତ କରାଇଥିଲେ । ପ୍ରାନ୍ତ ବ୍ୟବସ୍ଥା ପ୍ରମୂଖ ସୁଶୀଲ ଜୈନ, ଜିଲା ସହ ସଂଘଚାଳକ ଭୀମସେନ ପ୍ରଧାନୀ, ନଗର ସଂଘଚାଳକ ବାବୁଲା ଭତରା, ଜିଲା ବୌଦ୍ଧିକ ପ୍ରମୂଖ ଶୁଭେନ୍ଦୁ ପଣ୍ଡା, ଜିଲା ପ୍ରଚାର ପ୍ରମୂଖ ଶାନ୍ତନୁ କୁମାର ପାତ୍ର, ଜିଲା ସଂପର୍କ ପ୍ରମୂଖ ହୃଷିକେଶ ଦାଶ , ନଗର କାର୍ଯ୍ୟବାହ ବିକ୍ରମ ଜୈନଙ୍କ ସମେତ ୧୩୪ ଜଣ ସ୍ୱଂୟସେବକ ଯୋଗଦେଇଥିଲେ । ପରେ ସଂଘ ପ୍ରାର୍ଥନା କରାଯାଇ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା । ସୋଲରେ ନିର୍ମିତ ବଡଡଙ୍ଗା ପୂଜାର୍ଚ୍ଚନା କରି ଇନ୍ଦ୍ରାବତୀ ନଦୀରେ ଭସାଯାଇଥିଲା ।
Popular Categories



