www.samajalive.in
Sunday, December 14, 2025
26.1 C
Bhubaneswar

କାର୍ତ୍ତିକ ପୁର୍ଣ୍ଣିମାରେ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ନବରଙ୍ଗପୁର: ଆଜି କାର୍ତ୍ତିକ ପୁର୍ଣ୍ଣିମା ଏବଂ ଡଙ୍ଗା ଭସାଣି ଉତ୍ସବରେ ପ୍ରଶାସନର କଟକଣା ସତ୍ତ୍ବେ ନବରଙ୍ଗପୁର ଜିଲାର ବିଭିନ୍ନ ଶୈବ ପୀଠ ଏବଂ ଜଗନ୍ନାଥ ମନ୍ଦିରମାନଙ୍କରେ ଶ୍ରଦ୍ଧାଳୁ ଓ ହବିଷ୍ୟାଳିଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
କରୋନା ମହାମାରୀ ଯୋଗୁଁ ଜିଲାରେ ପ୍ରଶାସନ ତରଫରୁ ଗୋଟିଏ ଦିନ ପୂର୍ବରୁ କଟକଣା ଜାରି କରାଯିବା ସହ ମନ୍ଦିର ମାନଙ୍କରେ ଭକ୍ତ ମାନଙ୍କୁ ମନ୍ଦିର ବାହାରୁ ଦର୍ଶନ କରିବାପାଇଁ ମନା କରାଯାଇଥିଲା। ନବରଙ୍ଗପୁର ସଦରମହକୁମାରେ ଥିବା ଆଖଣ୍ଡଳମଣି, ଜଗନ୍ନାଥ ମନ୍ଦିର ଏବଂ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମାଇଥିଲେ। ସେହିପରି ଜିଲାର ପ୍ରସିଦ୍ଧ ପାପଡାହାଣ୍ଡି ର ନୀଳକଣ୍ଠେଶ୍ବର ମନ୍ଦିର, ମୈଦଲପୁରର ଗରବରାଇ, ଡାବୁଗାଁ କେଲିଆର ଶୈବପୀଠ ଏବଂ ତେନ୍ତୁଳୀଖୁଣ୍ଟି ବ୍ଲକ ର ଘୁମର ମନ୍ଦିରମାନଙ୍କରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

 

- Advertisement -

ଆଜି ଭୋର ସମୟରୁ ହିଁ ଭକ୍ତମାନେ ସମସ୍ତ ମନ୍ଦିର ମାନଙ୍କରେ ଲମ୍ବା ଧାଡି ଲଗେଇ ଭଗବାନଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥିଲେ। ପୁଲିସ ପ୍ରଶାସନ ପକ୍ଷରୁ ମନ୍ଦିରମାନଙ୍କରେ ଶାନ୍ତିଶୃଙ୍ଖଳା ରକ୍ଷାକରିବା ପାଇଁ ପଦକ୍ଷେପ ନିଆଯାଇଥିଲା। ତେନ୍ତୁଳୀଖୁଣ୍ଟିର ଘୁମେରେଶ୍ୱର ମନ୍ଦିରରେ ପ୍ରବଳ ଭିଡ଼ ସାଙ୍ଗକୁ ଦୋକାନ ବଜାର ବସିଥିବା ଦେଖିବାକୁ ମିଳିଥିଲା।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories