www.samajalive.in
Friday, December 12, 2025
27.1 C
Bhubaneswar

ବିଶ୍ୱସୁନ୍ଦରୀ-୧୯୯୫ଙ୍କ ପରଲୋକ: ସୁସ୍ମିତା ପିନ୍ଧାଇଥିଲେ ମୁକୁଟ

ନୂଆଦିଲ୍ଲୀ : ବଲିଉଡ଼୍‍ ଅଭିନେତ୍ରୀ ସୁସ୍ମିତା ସେନ୍‍ ରବିବାର ବିଶ୍ୱସୁନ୍ଦରୀ-୧୯୯୫ ଚେଲ୍ସୀ ସ୍ମିଥ୍‍ଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରି ଟ୍ୱିଟର୍‍ ମାଧ୍ୟମରେ ତାଙ୍କ ଭାବ ପ୍ରକାଶ କରିଛନ୍ତି। ଲିଭର୍‍ କ୍ୟାନ୍ସର୍‍ ଯୋଗୁଁ ଶନିବାର ସ୍ମିଥ୍‍ଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ସମୟରେ ତାଙ୍କୁ ୪୫ ବର୍ଷ ବୟସ ହୋଇଥିଲା। ୟୁଏସ୍‍ଏ ର ପ୍ରତିନିଧିତ୍ୱ କରି ଚେଲ୍ସୀ ସ୍ମିଥ୍‍ ୧୯୯୫ ମସିହାରେ ବିଶ୍ୱସୁନ୍ଦରୀ ର ମୁକୁଟ ପିନ୍ଧିଥିଲେ। ସୁସ୍ମିତା ଟ୍ୱିଟ୍‍ କରିଛନ୍ତି ଯେ, “ମୋତେ ତାଙ୍କ ହସ ଓ ପରିପକ୍ୱ ବ୍ୟକ୍ତିତ୍ୱ ବହୁତ ଭଲ ଲାଗେ। ମୋ ପ୍ରିୟ ବାନ୍ଧବୀଙ୍କ ଆତ୍ମାକୁ ଶାନ୍ତି ମିଳୁ”। ଏହା ସହ ସୁସ୍ମିତା ଏକ ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ନିଜ ବିଶ୍ୱସୁନ୍ଦରୀର ମୁକୁଟ ଚେଲ୍ସୀ ସ୍ମିଥ୍‍ଙ୍କୁ ପିନ୍ଧାଉଥିବା ଦେଖିବାକୁ ମିଳିଛି। ସ୍ମିଥ୍‍ଙ୍କ ମୃତ୍ୟୁକୁ ନେଇ ସୁସ୍ମିତାଙ୍କ ସମେତ ବହୁ କଳାକାର ଶୋକ ପ୍ରକାଶ କରିଛନ୍ତି।

- Advertisement -

୧୯୯୫ ରେ ବିଶ୍ୱସୁନ୍ଦରୀ ହୋଇଥିବା ଚେଲ୍ସୀ ସ୍ମିଥ୍‍ଙ୍କୁ ସୁସ୍ମିତା ସେନ୍‍ ମୁକୁଟ ପିନ୍ଧାଇଥିଲେ। ସୁସ୍ମିତା ବିଶ୍ୱସୁନ୍ଦରୀ ପ୍ରତିଯୋଗୀତା ୧୯୯୪ର ବିଜେତା ଥିଲେ। ସ୍ମିଥ୍‍ ବହୁ ଟିଭି ଶୋ’ ଓ ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ।
.

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories