www.samajalive.in
Friday, December 12, 2025
16.1 C
Bhubaneswar

୯୯ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କଲା ଅବକାରୀ ଓ ପୁଲିସ ବିଭାଗ

ଫୁଲବାଣୀ: ବୌଦ୍ଧ ଜିଲାରେ ବେଆଇନ ଭାବରେ ବିସ୍ତୀର୍ଣ୍ଣ ଅଞ୍ଚଳରେ ଚାଷ କରାଯାଇଥିବା ଗଞ୍ଜେଇ ଗଛଗୁଡିକୁ ଅବକାରୀ, ଜଙ୍ଗଲ ଓ ପୁଲିସ ବିଭାଗର ମିଳିତ ଅଭିଯାନରେ ନଷ୍ଟ କରିଦିଆଯାଇଛି । ସୂଚନାଯୋଗ୍ୟ ଯେ ବୌଦ୍ଧ ଜିଲାରୁ ରାଜ୍ୟ ଭିତରେ ଏବଂ ବାହାରକୁ ଗଞ୍ଜେଇ ଚୋରାରେ ଚାଲାଣ ହେଉଥିବାବେଳେ ବିଭିନ୍ନ ସମୟରେ ଜବତ କରାଯାଉଛି । ଏ ସମ୍ପର୍କରେ ଅବକାରୀ ଓ ପୁଲିସ ବିଭାଗ ପକ୍ଷରୁ ଅଧିକ ତଦନ୍ତ କରାଯିବା ପରେ ଜିଲାର ବୋଦ୍ଧ ଥାନା ଅନ୍ତର୍ଗତ ଝଙ୍କରପଡା ମୌଜାରେ ବେଆଇନ ଭାବରେ ବିସ୍ତୀର୍ଣ୍ଣ ଅଞ୍ଚଳରେ ଗଞ୍ଜେଇ ଚାଷ କରାଯାଇଥିବା ଜଣାପଡିଥିଲା । ଏହାପରେ ଅବକାରୀ, ଜଙ୍ଗଲ ବିଭାଗ ଏବଂ ପୁଲିସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ମିଳିତ ଭାବରେ ସେଠାରେ ଚଢଉ କରି ପ୍ରାୟ ୯୯.୨୪ ଏକର ପରିମିତ ଜମିରେ ହୋଇଥିବା ଗଞ୍ଜେଇ ଗଛଗୁଡିକୁ ନଷ୍ଟ କରିଦେଇଥିଲେ । ଏ ସମ୍ପର୍କରେ ବୌଦ୍ଧ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଚାଲୁ ରହିଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories