www.samajalive.in
Saturday, December 13, 2025
26.1 C
Bhubaneswar

ଗ୍ରାମାଞ୍ଚଳରେ ସର୍ପାଘାତ ସମସ୍ୟା ଦୂର ପାଇଁ ଜନସଚେତନତା ଜରୁରୀ: କୁଳପତି

ଭୁବନେଶ୍ବର : ସର୍ପାଘାତ ଏକ ରାଜ୍ୟଭିତ୍ତିକ ଦୈବିପାକ ଭାବେ ଆମ ରାଜ୍ୟରେ ଜଣା। ଗ୍ରାମାଞ୍ଚଳର ଲୋକମାନେ ବିଶେଷ ଭାବେ ଚାଷୀ ଏବଂ ଶିଶୁମାନେ ସର୍ପଦଂଶନର ଶିକାର ହୋଇଥାନ୍ତି। ସବିଶେଷ ଜ୍ଞାନର ଅଭାବ ଏବଂ କିଛି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଅନେକଙ୍କୁ ଅକଳାରେ ଅମୂଲ୍ୟ ଜୀବନ ହରାଇବାକୁ ପଡ଼େ। ତେଣୁ ଗ୍ରାମାଞ୍ଚଳର ଅଧିବାସୀଙ୍କ ମଧ୍ୟରେ ସର୍ପ ଦଂଶନ ଜନିତ ଜାଗରୁକତା ଆଣିବା ପାଇଁ ପୁରୀ ଜିଲାର ବୀରଗୋବିନ୍ଦପୁର ଗ୍ରାମରେ ଉତ୍କଳ ବିଶବବିଦ୍ୟାଳୟ ଆନୁକୂଲ୍ୟରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଥିଲେ ଯେ ଗ୍ରାମାଞ୍ଚଳରେ ସର୍ପାଘାତ ସମସ୍ୟା ଦୂର ପାଇଁ ଜ ନସଚେତନତା ଜରୁରୀ। ସଂପ୍ରତି ସାପ କାମୁଡ଼ାଠାରୁ ନିଜକୁ ଦୂରେଇ ରଖିବା ପାଇଁ ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରିବା ଉଚିତ। ବିଶେଷକରି ଗ୍ରାମାଞ୍ଚଳରେ ବିଷଧର ସାପକାମୁଡ଼ିରୁ ରକ୍ଷାପାଇବା ପାଇଁ କେତେକ ସଚେତନତା ଆପଣାଇବା ନିତାନ୍ତ ଆବଶ୍ୟକ ହୋଇପଡ଼ିଛି। ସାପମାନେ ନିଜର ଶିକାର ଖୋଜିବା ପାଇଁ ଏବଂ ନିଜକୁ ଲୁଚେଇ ରଖିବା ପାଇଁ ଘାସ ଆଢ଼ୁଆଳରେ ଛପି ରୁହନ୍ତି। ତେଣୁ ସାପ କାମୁଡ଼ା ଜନିତ ମୃତ୍ୟୁ ମୁଖରୁ ବର୍ତ୍ତିବା ପାଇଁ ପ୍ରଥମେ ନିଜ ବାରି ଓ ଆଖପାଖ ପରିବେଶକୁ ସଫାସୁତରା ରଖିବା ଆବଶ୍ୟକ। ଏହା ବ୍ୟତୀତ ଘରେ ବେଙ୍ଗ, ମୂଷା, ଝିଟିପିଟି ଚଳପ୍ରଚଳ କରୁଥିଲେ କିମ୍ବା ମାଛ ଓ ପୋଷା ଚଢ଼େଇ ରହୁଥିଲେ ସାପ ଖାଦ୍ୟ ଅନ୍ବେଷଣରେ ଘର ଭିତରକୁ ପଶିଯାଏ। ତେଣୁ ଏଥିପ୍ରତି ସତର୍କ ରହିବା ଉଚିତ। ଏହା ବ୍ୟତୀତ ଶୋଇବା ବେଳେ ଖଟ ବ୍ୟବହାର କରିବା ସହ ମଶାରି ବ୍ୟବହାର କରିବା ଦ୍ବାରା ସାପ କାମଡ଼ାରୁ ବର୍ତ୍ତିହୁଏ ବୋଲି ପ୍ରଫେସର ଆଚାର୍ଯ୍ୟ ପ୍ରକାଶ କରିଥିଲେ।

ଏହି କର୍ମଶାଳାରେ ରାଜ୍ୟ ସ୍ନେକ ହେଲପଲାଇନର ସମ୍ପାଦକ ଶୁଭେନ୍ଦୁ ମଲିକ ମୁଖ୍ୟବକ୍ତା ଭାବେ ଯୋଗଦେଇ ସର୍ପାଘାତରୁ କିଭଳି ରକ୍ଷା ପାଇପାରିବେ ଏବଂ ବିଭିନ୍ନ ପ୍ରଜାତିର ସର୍ପ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳସଚିବ ଅଭୟ କୁମାର ନାୟକ, ବିତ୍ତ ନିୟନ୍ତ୍ରକ ସୁରେନ୍ଦ୍ର ସାହୁ, ରୁସା ସଂଯୋଜକ ପ୍ରବୋଧ କୁମାର ହୋତା, ବୀରଗାବିନ୍ଦପୁର ଗ୍ରାମର ସରପଞ୍ଚ ପ୍ରକାଶ ଚନ୍ଦ୍ର ଖାଟୋଇ, ସମ୍ପାଦକ ସୀତାକାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମାଞ୍ଚଳ ବିକାଶ ପ୍ରୋଗ୍ରାମ ମ୍ୟାନେଜର ଅନନ୍ୟା ପଟ୍ଟନାୟକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ଏବଂ ସ୍ୱପ୍ନେଶ୍ୱର ଆଚାର୍ଯ୍ୟ ପରିଚାଳନାରେ ସହାୟତା କରିଥିଲେ। ଏହି ଅବସରରେ ‘ଅଣ୍ଡରଷ୍ଟାଣ୍ଡିଂ ଦି ମିସଅଣ୍ଡରଷ୍ଟୁଡ(ସ୍ନେକ ବାଇଟ)’ ବୁକଲେଟ ଉନ୍ମୋଚିତ ହୋଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories