www.samajalive.in
Saturday, December 13, 2025
26.1 C
Bhubaneswar

କାର୍ତ୍ତିକ ପୂର୍ଣ୍ଣିମାରେ ଆଖଣ୍ଡଳମଣିଙ୍କ ମନ୍ଦିରରେ ବନ୍ଦ ରହିବ ଭକ୍ତଙ୍କ ଦର୍ଶନ

ଆରଡି : ଆସନ୍ତା ଶୁକ୍ରବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବା ରାହାସ ପୂର୍ଣ୍ଣିମା ଦିନ ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ବନ୍ଦ ରହିବ ସାଧାରଣ ଭକ୍ତଙ୍କ ଦର୍ଶନ। ଏହା ସହ ପୀଠରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ମଣିବାବାଙ୍କ ଶିବଗଙ୍ଗା ପୁଷ୍କରଣୀ ଓ ବୈତରଣୀନଦୀ ସମେତ କୌଣସି ଜଳ ଉତ୍ସରେ ବୋଇତ ବନ୍ଦାଣ ଓ ଡଙ୍ଗା ଭସା ଯିବା ଉପରେ କଟକଣା ଜାରୀ କରିଛି ପ୍ରଶାସନ। ଅନ୍ୟପଟେ  କୋଭିଡ-୧୯ କଟକଣା ଅନୁଯାୟୀ ପାଳିଆ ସେବାୟତ ଓ ସୀମିତ ସେବାୟତଙ୍କ ଦ୍ବାରା ସମସ୍ତ ନୀତିକାନ୍ତି ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ବାବାଙ୍କର “ହରଗୌରୀ” ବେଶ ସହ ଅନ୍ୟାନ୍ୟ ନୀତିକାନ୍ତି ରହିଥିବାରୁ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା ପାଇଁ ସ୍ଥାନୀୟ ପୁଲିସକୁ ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ମନୋଜ ପାତ୍ର ଜଣାଇଛନ୍ତି । ପୀଠରେ ମେଳା, ମେଲୋଡି, ଭଜନ ସମାହୋର ଆଦି ବନ୍ଦ କରିବା ପାଇଁ କଟକଣା ଜାରି କରାଯିବା ସହ ଡାକବାଜି ଯନ୍ତ୍ର ଦ୍ବାରା ଜଣାଇ ଦିଆଯାଇଛି । ପୀଠରେ ଆସନ୍ତା ଗୁରୁବାର ୧୮ ତାରିଖ ସନ୍ଧ୍ୟା ୮ଟାରୁ ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ଜିଲା ପ୍ରଶାସନ ପୀଠରେ ୧୪୪ଧାରା ଜାରି କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories