www.samajalive.in
Thursday, December 11, 2025
16.1 C
Bhubaneswar

ଆତ୍ମା ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀ ଓ କୃଷକ ମାନଙ୍କୁ ସହାୟତା ପ୍ରଦାନ

ସାକ୍ଷୀଗୋପାଳ :  ସତ୍ୟବାଦୀ ବ୍ଲକ ଆତ୍ମା କମିଟି ତରଫରୁ ସରକାରୀ କୃଷି ଫାର୍ମ ପରିସରରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ କୃଷକ ମାନଙ୍କୁ ମୂଳ ପୁଞ୍ଜି ସହାୟତା ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଥିଲା। ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି  କାର୍ଯ୍ୟକ୍ରମଟିକୁ ଉଦଘାଟନ କରିଥିଲେ। ଆତ୍ମା କମିଟି ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ସାମନ୍ତରାୟ, ସମ୍ମାନୀତ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧ୍ରୁବ ଚରଣ ଦାସ, ଦେବାଶିଷ ରାୟ, ସାକ୍ଷୀଗୋପାଳ କୃଷି ଜିଲ୍ଲା ଅଧିକାରୀ ସୁବାସ ଚନ୍ଦ୍ର ବେହେରା, ପ୍ରାଣୀ ଚିକିତ୍ସକ ଡାକ୍ତର ଜ୍ଞାନ ରଞ୍ଜନ ମିଶ୍ର, ସହକାରୀ ଉଦ୍ୟାନ ଅଧିକାରୀ ଦେବଦାସ ଦତ୍ତ, ସହକାରୀ କୃଷି ଅଧିକାରୀ ହୃଦାନନ୍ଦ ସାମନ୍ତରାୟ ଓ ଶାନ୍ତା ସୁଚରିତା ଦାସ ପ୍ରମୁଖ ଯୋଗ ଦେଇଥିଲେ।

ମୁଖ୍ୟ ଅତିଥି ବିଧାୟକ ଶ୍ରୀ ସାମନ୍ତରାୟ ୧୨ ଗୋଟି  ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୦, ୦୦୦ ଟଙ୍କା ଲେଖାଏଁ  ମୂଳ ପୁଞ୍ଜି ପ୍ରଦାନ କରିଥିଲେ। ପ୍ରାଣୀ ଚିକିତ୍ସାଳୟ ତରଫରୁ ୨ ଜଣ ବତକ ଚାଷୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ। ମନରେଗା ଯୋଜନାରେ ନଡ଼ିଆ ଚାଷ ସହାୟତା ପାଇ ନ ଥିବା ୫୦ ଜଣ ଚାଷୀଙ୍କୁ ୫ ଟି ଲେଖାଏଁ ନଡ଼ିଆ ଚାରା ପ୍ରଦାନ କରିଥିଲେ।
ଜିଲ୍ଲା ସ୍ତରରେ ସମ୍ମାନୀତ ହୋଇଥିବା ସତ୍ୟବାଦୀ ବ୍ଲକର ସଫଳ ଚାଷୀ ରଶ୍ମୀ ରଞ୍ଜନ ରାଉତରାୟ ଓ ଲକ୍ଷ୍ମୀପ୍ରିୟା ରାଉତରାୟଙ୍କୁ ବିଧାୟକ ସମ୍ମାନିତ କରିଥିଲେ।
ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ଛେଳି, କୁକୁଡ଼ା, ବତକ, ଛତୁ ଓ ମାଛ ଚାଷ ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ସରକାରୀ କୃଷି ସହାୟତା ଯୋଜନା ସମ୍ପର୍କରେ ଚଢ଼େୟା ଓ ଚଢ଼େୟାଣୀ ଲୋକନୃତ୍ୟ ଓ ସଂଗୀତ ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଥିଲା।ଶେଷରେ ମଣ୍ଡଳ କୃଷି ଅଧିକାରୀ କଲ୍ୟାଣ କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories