www.samajalive.in
Monday, December 8, 2025
27.1 C
Bhubaneswar

ମାଆ ନାହିଁ କି ବାପା ନା; ଭଗବାନ ଭରସାରେ ୩ ନିଃସହାୟ ଅନାଥ ଶିଶୁ ସନ୍ତାନ

ରେଙ୍ଗାଲି: ମାଆ ଉଲ୍ଲାସ ଓରାମ ଗତ ୪ ବର୍ଷ ହେଲା ଇହଧାମ ଛାଡି ଆରପାରିକୁ ଚାଲିଗଲେ। ବାପା ସଞ୍ଜୀବ ଓରାମ ଗତ ୧୧ ତାରିଖରେ ୩ ଶିଶୁ ସନ୍ତାନଙ୍କୁ ଛାଡି ଆରପାରିକୁ ଚାଲିଗଲେ। ପ୍ରଥମେ ମାଆଙ୍କ ପରଲୋକ ହେବାପରେ ୩ ମାଆ ଛେଉଣ୍ଡ ଶିଶୁସନ୍ତାନଙ୍କୁ ବାପା ସଞ୍ଜୀବ ଲାଲନ ପାଳନ ଏବଂ ପ୍ରତିପୋଷଣ କରୁଥିଲେ। ତେବେ ନିୟତିର କ୍ରୁର ପରିହାସ ୩ ଶିଶୁ ସନ୍ତାନଙ୍କ ଠାରୁ ଛଡାଇନେଲା ସେମାନଙ୍କ ଏକାମାତ୍ର ସାହାଭରସା ଥିବା ବାପା ସଞ୍ଜିବ ଓରାମଙ୍କୁ। ଏଭଳି ଏକ ଦୁଃଖଦ ତଥା ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍ ଟାମ୍ପରକେଲା ଗ୍ରାମ ପଞ୍ଚାୟତର ଚୁଟିଆପଡା ଗ୍ରାମରେ। ମାଆ ଏବଂ ବାପାଙ୍କୁ ହରାଇ ସମ୍ପୂର୍ଣ ନିଃସହାୟ ଓ ଉପାୟ ଶୂନ୍ୟ ହୋଇ ଭଗବାନ ଭରସାରେ ସହାୟତାକୁ ଚାତକ ଭଲି ଅନେଇ ବସିଛନ୍ତି ବାପା ମାଆଙ୍କୁ ହରାଇ ଅନାଥ ହୋଇ ଯାଇଥିବା ୨ଜଣ ନାବାଳିକା ଏବଂ ଜଣେ ନାବାଳକ।
ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ବାପା ମାଆଙ୍କୁ ହରାଇ ନିଃସହାୟ ତଥା ଅନାଥ ହୋଇଯାଇଥିବା ଏହି ଶିଶୁସନ୍ତାନମାନଙ୍କୁ ଉପଯୁକ୍ତ ସହାୟତାର ବ୍ୟବସ୍ଥା କରିବା ସହିତ ଏମାନଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିବାକୁ ଟାମ୍ପରକେଲଉା ସରପଞ୍ଚ ସନାତନ ସାହୁ ଦାବି କରିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories