www.samajalive.in
Monday, December 8, 2025
13.1 C
Bhubaneswar

ଶରୀର ପାଇଁ ସ୍ୱାସ୍ଥ୍ୟପ୍ରଦ ହେଉଛି ହର୍ବାଲ ଉତ୍ପାଦ

ଭୁବନେଶ୍ୱର: ପ୍ରଦୂଷିତ ପରିବେଶରେ ଶରୀର ପାଇଁ ହର୍ବାଲ ଉତ୍ପାଦ ଉପଯୋଗୀ ବିବେଚିତ ହେଉଥିବାବେଳେ ହର୍ବାଲ ପ୍ରସାଧନ ସାମଗ୍ରୀ ଓ ବ୍ୟକ୍ତିଗତ ଯତ୍ନ କ୍ଷେତ୍ରରେ ଏକ ଅଗ୍ରଣୀ ବ୍ରାଣ୍ଡ୍‍ ବାସୁ ହେଲ୍‍ଥକେୟାର ଗୁଣାତ୍ମକ ମାନ ସହିତ ସୌନ୍ଦର୍ଯ୍ୟର ସୁଯୋଗ ନେବାକୁ ଏକ ସୁଲଭ ବିଳାସପୂର୍ଣ୍ଣ ରୋଜ ଆଣ୍ଡ ଗୋଲ୍ଡ (ଆରଆଣ୍ଡଜି) ପ୍ରିମିୟମ ତ୍ୱଚା ଔଜ୍ଜଲ୍ୟକାରୀ ବର୍ଗ ଉନ୍ୱୋଚନ କରିଛି । କମ୍ପାନୀ ଫେସ ସେରମ, ଫେସ ୱାଶ ଏବଂ ଫେସ କ୍ରିମ୍‍ ପ୍ରଚଳନ କରିଛି ଏବଂ ଆଗାମୀ ଦିନରେ ଅଧିକ ଉତ୍ପାଦ ସହିତ ଏହାର ବର୍ଗକୁ ସମ୍ପ୍ରସାରିତ କରିବା ଯୋଜନା ରଖିଛି । ଆରଆଣ୍ଡଜି ଆମାଜନ, ଫ୍ଲିପକାର୍ଟ ଏବଂ ନିଜସ୍ୱ ଷ୍ଟୋରରେ ଉପଲବ୍ଧ ହେବ । ଏହାର ଉନ୍ମୋଚନ ଅବସରରେ ପ୍ରକାଶ କରି ବାସୁ ହେଲ୍‍ଥକେୟାରର ହାର୍ଦିକ ଉକାନି କହିଛନ୍ତି, ପ୍ରଦୂଷଣ ପରିବେଶ ସହିତ ବାରମ୍ବାର ସଂସ୍ପର୍ଶରେ ଆସିବା ଏବଂ ମାନସିକ ଚାପ କାରଣରୁ ତ୍ୱଚା ମଳିନ ଓ କଳା ଦେଖାଯାଏ, ଯେଉଁଥିପାଇଁ ମୁହଁର ଲୋମକୂପଗୁଡିକରେ ତୈଳାକ୍ତ ପଦାର୍ଥ ମାତ୍ରାଧିକ ଜମା ହେବାରେ ଲାଗେ, ତ୍ୱଚା ଆବୁଡାଖାବୁଡା ଲାଗେ ଏବଂ ଏଥିରେ ଶୀଘ୍ର ବୟସର ଛାପ ବାରିହୋଇପଡେ । ସେଥିପାଇଁ ତ୍ୱଚାରେ ପୁନଃ ଶକ୍ତି ଭରିଦେବା ଏବଂ ଏହାକୁ ଔଜଲ୍ୟପୂର୍ଣ୍ଣ କରିବାକୁ ଆରଆଣ୍ଡ୍‍ଜି ଉତ୍ପାଦ ବର୍ଗ ଏକ ପୋଷଣକାରୀ ଫର୍ମୁଲା ଯାହା ଉଦ୍ଭିଦର ତତ୍ୱ, ଅତ୍ୟାବଶ୍ୟକ ଭିଟାମିନ, ଆଣ୍ଟିଅକ୍ସିଡାଣ୍ଟ ଏବଂ ମଏଶ୍ଚରାଇଜରର ସଠିକ ଓ ସମୃଦ୍ଧ ସମ୍ମିଶ୍ରଣରେ ସଶକ୍ତ ହୋଇଛି ।

Hot this week

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

Related Articles

Popular Categories