www.samajalive.in
Monday, December 8, 2025
13.1 C
Bhubaneswar

ବେଗୁନିଆ ବ୍ଲକରେ ଥିବା ଶିବ ମନ୍ଦିରରେ ୧୪୪ ଧାରା ଜାରି

ବେଗୁନିଆ  : ମହାମାରୀ କରୋନା ଯୋଗୁ ବଡଓଷା ଏବଂ କାର୍ତ୍ତିକ ପୂର୍ଣ୍ଣିମାରେ ବେଗୁନିଆ ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଶିବ ମନ୍ଦିର ଗୁଡିକରେ ହେବାକୁ ଥିବା ଜନ ସମାଗମକୁ ରୋକିବା ପାଇଁ ଜିଲ୍ଲାପ୍ରଶାସନ ତରଫରୁ ଉପଜିଲ୍ଲାପାଳ ଶୈବପୀଠ ଗୁଡିକରେ ୧୪୪ଧାରା ଜାରି କରିଛନ୍ତି । ଗୋଡାସ୍ଥିତ ଲୋକନାଥ ଦେବ ମନ୍ଦିର ,ବାଲୁଙ୍କେଶ୍ୱର ଦେବ ମନ୍ଦିର ,ବେଗୁନିଆ ,ଲୋକେଶ୍ୱର ଦେବ ମନ୍ଦିର ,କୁଶପଲ୍ଲା ,ହଟକେଶ୍ୱର ଦେବ ମନ୍ଦିର ,ଅଟ୍ରି ,ଏବଂ ଚନ୍ଦ୍ରଶେଖର ଦେବ ମନ୍ଦିର ,ସିକୋରେ ଆଜି ୧୬ ତାରିଖ ଠାରୁ ୧୯ ତାରିଖ ପର୍ୟ୍ୟନ୍ତ ୧୪୪ ଧାରା ଜାରି କରିଛନ୍ତି । ଭକ୍ତମାନଙ୍କର ମନ୍ଦିରରେ ସ୍ନାନ ,ସମାଗମ ଏବଂ ଡଙ୍ଗା ଭଷ।ଣକୁ ବାରଣ କରାଯାଇଛି । ଏ ସଂକ୍ରାନ୍ତରେ ଆଜି ବେଗୁନିଆ ତହସିଲ କାର୍ୟ୍ୟାଳୟ ତରଫରୁ ମାଇକ ଯୋଗେ ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରଚାର କରାଯାଇ ଲୋକମାନଙ୍କୁ ସଚେତନ କରାଯାଉଛି ।ମନ୍ଦିର କମିଟିକୁ ଏ ସଂକ୍ରାନ୍ତରେ ଜଣାଇବା ପାଇଁ ତହସିଲଦାର ଆର ଆଇ ମାନଙ୍କୁ ନିର୍ଦେଶ ଦେଇଛନ୍ତି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories