www.samajalive.in
Friday, December 12, 2025
16.1 C
Bhubaneswar

ହିନ୍ଦୁ ମହାସଂଘ ପକ୍ଷରୁ ପାପଡାହାଣ୍ଡି ଥାନାରେ ପୃଥକ ପୃଥକ ଭାବରେ ଦୁଇଟି ଏତଲା  

ନବରଙ୍ଗପୁର/ପାପଡାହାଣ୍ଡି: ହିନ୍ଦୁମାନଙ୍କ ବିରୁଦ୍ଧରେ ଆପତ୍ତିଜନକ ଲେଖା ଲେଖିଥିବା ସଲମାନ ଖୁର୍ସୀଦ୍ ଏବଂ ପାପଡାହାଣ୍ଡି ସାପ୍ତାହିକ ହାଟରେ ଜଣେ ଖୁଲମଖୁଲ୍ଲା ଖ୍ରୀଷ୍ଟଧର୍ମ ପ୍ରଚାରକଙ୍କ ବିରୋଧରେ ହିନ୍ଦୁ ମହାସଂଘ ପକ୍ଷରୁ ପାପଡାହାଣ୍ଡି ଥାନାରେ ପୃଥକ ପୃଥକ ଭାବେ ଦୁଇଟି ଏତଲା ଦାୟର କରାଯାଇଛି। ନବରଙ୍ଗପୁର ହିନ୍ଦୁ ମହାସଂଘ ପକ୍ଷରୁ କଂଗ୍ରେସ ନେତା ସଲମାନ ଖୁର୍ସୀଦଙ୍କ ବିରୋଧରେ ପାପଡାହାଣ୍ଡି ଥାନାରେ ଏତଲା ପ୍ରଦାନ କରାଯାଇଛି। ଖୁର୍ସୀଦ୍ ତାଙ୍କ ପୁସ୍ତକ “ସନ୍ ରାଇଜ୍ ଅଭେର ଅଯୋଧ୍ୟା”ରେ ହିନ୍ଦୁମାନଙ୍କ ପ୍ରତି ଆପତ୍ତିଜନକ ଲେଖା ଲେଖିଥିବା ଅଭିଯୋଗ ହୋଇଛି। କଂଗ୍ରେସର ଅନ୍ୟ ଜଣେ ନେତା ରସିଦ୍ ଅଲଭୀ ଭଗବାନ ରାମଙ୍କ ଭକ୍ତମାନଙ୍କୁ ରାକ୍ଷସ ବୋଲି କହିଥିବା ଅଭିଯୋଗ ହୋଇଛି। ଏହା ବ୍ୟତୀତ ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ପାତ୍ରଗୁଡାର ଜଣେ ଯୁବକ ହିନ୍ଦୁ ବହୁଳ ପାପଡାହାଣ୍ଡି ସାପ୍ତାହିକ ହାଟରେ ଖ୍ରୀଷ୍ଟଧର୍ମର ପ୍ରଚାର କରୁଥିବା ଘଟଣାକୁ ତୀବ୍ର ବିରୋଧ କରିଛି ହିନ୍ଦୁ ମହାସଂଘର ପାପଡାହାଣ୍ଡି ଶାଖା। ଏତଲା ଦେବା ସମୟରେ ହିନ୍ଦୁ ମହାସଂଘର ଜୟନ୍ତ କୁମାର ପାତ୍ର, ସୌଭାଗ୍ୟ ବାବା ଅଧ୍ୟକ୍ଷ ମାର୍ଗଦର୍ଶକ ମଣ୍ଡଳୀ, ଅମ୍ବିକା ପ୍ରଧାନ, ପ୍ରମୁଖ ଭବାନୀ ବାହିନୀର ରାଜେନ୍ଦ୍ର ନେଗୀ, ସଂଯୋଜକ ଅବସର ପ୍ରାପ୍ତ ସୈନିକ ମହାସଂଘ, ସ୍ୱାଗତିକା ସାମନ୍ତରାୟ, ବବିତା ସାହୁ ନବରଙ୍ଗପୁର ନଗର ସଭାନେତ୍ରୀ ଭବାନୀ ବାହିନୀ, ଶ୍ୟାମ ସୁନ୍ଦର କବିରାଜ, ଗୋରା ହରିଜନ, ଉମାକାନ୍ତ ବିଷୟୀ ପାପଡାହାଣ୍ଡି ହିନ୍ଦୁ ମହାସଂଘ ସଭାପତି, ସାହିଲ୍ ପଟନାୟକ, ଦିଲ୍ ସୁନାରୀ, ପିଣ୍ଟୁ ପାଇକ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶାର ବିଭିନ୍ନ ସ୍ଥାନରେ ହିନ୍ଦୁ ମହାସଂଘ ତରଫରୁ ସଲମାନ ଖୁର୍ସୀଦ୍ ବିରୋଧ ରେ ଏତଲା ଦିଆଯିବ ବୋଲି କେନ୍ଦ୍ରୀୟ ପ୍ରମୁଖ ଜୟନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories