www.samajalive.in
Tuesday, December 9, 2025
15.1 C
Bhubaneswar

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ, ଅଧାରୁ ଅଧିକ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ

ଭୁବନେଶ୍ୱର: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ସଂରକ୍ଷିତ ଆସନ ସଂଖ୍ୟା ଘୋଷଣା କରିଛନ୍ତି ରାଜ୍ୟ ନିର୍ଵାଚନ କମିଶନ। ରାଜ୍ୟ ନିର୍ବାଚନ କମିସନ ସଚିବ ରବୀନ୍ଦ୍ର ସାହୁ ଆଜି ଏ ସମ୍ପର୍କରେ ଘୋଷଣା କରି କହିଛନ୍ତି ଯେ ଏହି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ମୋଟ ୬ ହଜାର ୭୯୪ଟି ପଂଚାୟତ ମଧ୍ୟରୁ ୩ ହଜାର ୫୦୦ଟି ସରପଞ୍ଚ ଆସନ ମହିଳାମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଛି।

ସେ କହିଛନ୍ତି ଯେ ୯୧ ହଜାର ୯୧୬ଟି ୱାର୍ଡ ମଧ୍ୟରୁ ୪୯ ହଜାର ୪୬୯ଟି ୱାର୍ଡ ମେମ୍ବର ଆସନ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି। ଅନ୍ୟ ପକ୍ଷରେ ୧୨ ହଜାର ୩୧ଟି ୱାର୍ଡ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। ମିଳିଥିବା ସୂଚନାନୁଯାୟୀ, ୨୦୧୭ରେ ୬ ହଜାର ୮୦୧ଟି ଗ୍ରାମପଂଚାୟତ ପାଇଁ ନିର୍ବାଚନ ହୋଇଥିବା ବେଳେ ଚଳିତ ଥର ୬ ହଜାର ୭୯୪ଟି ଗ୍ରାମପଂଚାୟତ ପାଇଁ ନିର୍ବାଚନ ହେବ। ଏଥର ୭ଟି ଗ୍ରାମ ପଂଚାୟତର ଏନଏସିରେ ମିଶ୍ରଣ ଘଟି ଥିବାରୁ ସେହି ପଂଚାୟତଗୁଡ଼ିକରେ ନିର୍ବାଚନ ହେବ ନାହିଁ। ଏନଏସିରେ ମିଶ୍ରଣ ଘଟି ଥିବା ସେହି ଗ୍ରାମ ପଂଚାୟତଗୁଡ଼ିକ ହେଉଛି ବାଲେଶ୍ୱର ଜିଲ୍ଲା ରେମୁଣାର ୪ଟି, ନୟାଗଡ଼ ଜିଲ୍ଲା ଓଡ଼ଙ୍ଗାର ୨ଟି ଏବଂ ବରଗଡ଼ ବିଜେପୁରର ଗୋଟିଏ ଗ୍ରାମ ପଂଚାୟତ।

- Advertisement -

ସୂଚନା ମୁତାବକ, ଏହି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ୭୭୮ଟି ସରପଂଚ ଆସନ ସଂରକ୍ଷିତ ରଖାଯାଇଥିବା ବେଳେ ୬ ହଜାର ୭୯୩ ସମିତି ସଭ୍ୟ ଆସନ ଭିତରୁ ୩ ହଜାର ୫୩୮ଟି ମହିଳାମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଛି ଓ ପଛୁଆ ବର୍ଗଙ୍କ ପାଇଁ ୯୧୩ଟି ଆସନ ସଂରକ୍ଷିତ ରଖାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories