www.samajalive.in
Sunday, December 14, 2025
26.1 C
Bhubaneswar

ମହିଳାଙ୍କ ହାତରେ ଚପଲ ; ନଦୀକୁ ପଳାଇଲା କୁମ୍ଭୀର

ନୂଆଦିଲ୍ଲୀ : ନଦୀ କୂଳରେ ଠିଆ ହୋଇଥିବା ସମୟରେ ହଠାତ ଆପଣଙ୍କ ନିକଟକୁ କୁମ୍ଭୀର ଆସିଲେ କ’ଣ ହେବ। ଏହା କଳ୍ପନା କଲେ ମଧ୍ୟ ଭୟ ଲାଗିଥାଏ। ଏଭଳି ପରିସ୍ଥିତିରେ ସାଧାରଣତଃ ଆପଣ ସେଠାରୁ ପଳାଇବାକୁ ଚେଷ୍ଟା କରିବେ। ମାତ୍ର କୁମ୍ଭୀରକୁ ଘଉଡାଇବା ପାଇଁ ଚପଲର ବ୍ୟବହାର କରିବେ କି ? ଆଜ୍ଞା ହିଁ କଥାଟା କାନକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଜଣେ ମହିଳା ନଦୀକୂଳକୁ ଆସୁଥିବା ଏକ କୁମ୍ଭୀରକୁ ଚପଲ ଦେଖାଇ ହାତରେ ଚପଲର ବ୍ୟବହାର କରି ତାଳି ମାରିଛନ୍ତି।ଆଶ୍ଚର୍ଯ୍ୟ କଥା ହେଉଛି , କୁମ୍ଭୀର ମଧ୍ୟ ସେଠାରୁ ପଳାଉଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଘଟଣାକ୍ରମେ, ଜଣେ ମହିଳା ନିଜ କୁକୁର ସହିତ ନଦୀ କୂଳରେ ଠିଆ ହୋଇଛନ୍ତି। ହଠାତ ସେହି ସମୟରେ ସେଠାରେ ଏକ କୁମ୍ଭୀର ନିକଟତର ହେଉଛି। ଏହାଦେଖି ମହିଳା ଜଣଙ୍କ ସେଠାରୁ ପଳାଇବା ପରିବର୍ତ୍ତେ ପାଦରୁ ଚପଲ କାଢି ହାତରେ ଚପଲକୁ ତାଳି ମାରିବା ଭଳି ବ୍ୟବହାର କରୁଛନ୍ତି। ଆଶ୍ଚର୍ଯ୍ୟ କଥା ହେଉଛି, ମହିଳାଙ୍କ ଏଭଳି ବ୍ୟବହାର ପରେ କୁମ୍ଭୀରଟି ମଧ୍ୟ ସେଠାରୁ ପଳାଉଛି। ବର୍ତ୍ତମାନ ଏହି ଭିଡ଼ିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories