www.samajalive.in
Sunday, December 14, 2025
26.1 C
Bhubaneswar

ପଞ୍ଚୁକ ସୁରକ୍ଷା କଡ଼ା : ଶ୍ରୀକ୍ଷେତ୍ର ଜଗିବେ ୨୦ପ୍ଲାଟୁନ୍‌ ପୁଲିସ

ପୁରୀ :  କାର୍ତ୍ତିକ ମାସ ପଞ୍ଚୁକରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଜନଗହଳିକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି। ଦୁଦୁୱାଲା ଧର୍ମଶାଳାଠାରୁ ଶ୍ରୀମନ୍ଦିର ସିଂହଦ୍ବାର ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ବ୍ୟାରିକେଡ୍‌ (ବାଡ଼) କରାଯାଇଛି। ସୁରକ୍ଷା ଦାୟିତ୍ବରେ ୨୦ ପ୍ଲାଟୁନ ପୁଲିସ ନିୟୋଜିତ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ୩ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ଦାୟିତ୍ବ ଦିଆଯାଇଛି।
ପଞ୍ଚୁକ ସମୟରେ ଦିନକୁ ପ୍ରାୟ ୫୦ହଜାର ଭକ୍ତଙ୍କ ସମାଗମ ହେବା ସମ୍ଭାବନା ରହିଛି। ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ଅନୁଯାୟୀ ସୋମବାର ବଡ଼ ଏକାଦଶୀ ଏବଂ ୧୯ତାରିଖ କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହି ଦୁଇଦିନ କୌଣସି ଭକ୍ତଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯିବନାହିଁ। ପଞ୍ଚୁକ ପାଞ୍ଚଦିନ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦାରୁବ୍ରହ୍ମଙ୍କୁ ବିଭିନ୍ନ ବେଶ କରାଯିବ। ୧୫ ତାରିଖ ସୋମବାର ବଡ଼ ଏକାଦଶୀରେ ମହାପ୍ରଭୁ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ ହେବେ। ସେଦିନ ହରିଉତ୍ଥାପନ ନୀତି ଅନୁଷ୍ଠିତ ହେବ। ୧୬ତାରିଖ ମଙ୍ଗଳବାର ପ୍ରଭୁଙ୍କୁ ବାଙ୍କଚୂଡ଼ ତଥା ବାମନ ବେଶ କରାଯିବ। ସେଦିନ ଗରୁଡ଼ ଉତ୍ଥାପନ ନୀତି ଅନୁଷ୍ଠିତ ହେବ।
୧୭ତାରିଖ ବୁଧବାର ମହାପ୍ରଭୁ ଡାଳିକିଆ ତଥା ତ୍ରିବିକ୍ରମ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ୧୮ତାରିଖ ଗୁରୁବାର ଲକ୍ଷ୍ମୀନୃସିଂହ ବେଶ କରାଯିବ। ଆଗାମୀ ୧୯ତାରିଖ କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ଦାରୁବ୍ରହ୍ମ ରାଜାଧିରାଜ (ସୁନାବେଶ) ହେବେ। ତେବେ ସେଦିନ ସର୍ବସାଧାରଣ ଦର୍ଶନ ବନ୍ଦଯୋଗୁଁ ଭକ୍ତମାନେ ଶ୍ରୀଜୀଉଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିପାରିବେ ନାହିଁ। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡ ସମେତ ଶ୍ରୀମନ୍ଦିର ଭିତରେ ଏବଂ ଚତୁଃପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଥିବା ଆରକ୍ଷୀ ଅଧୀକ୍ଷକ ଡ. କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories