www.samajalive.in
Sunday, December 14, 2025
26.1 C
Bhubaneswar

ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ମେଗା ଆଇନ ସଚେତନତା ଶିବିର

ବୌଦ୍ଧ: ଜାତୀୟ ଆଇନ ସେବା ପ୍ରାଧିକରଣ ତତ୍ୱାବଧାନରେ ପାନ-ଇଣ୍ଡିଆ ଆଇନ ସଚେତନତା ଓ ପ୍ରସାରଣ ଅଭିଯାନ ପର୍ବରେ ଜିଲା ଆଇନ ସେବା ପ୍ରାଧିକରଣ, ବୌଦ୍ଧ ଏବଂ ଜିଲା ପ୍ରଶାସନ, ବୌଦ୍ଧ ମିଳିତ ଆନୂକୁଲ୍ୟରେ ଏକ ମେଗା ଆଇନ ସଚେତନତା ଶିବିର ଟାଉନହଲ୍‍ ଠାରେ ଅନୁଷ୍ଠତ ହୋଇଯାଇଛି। ଏହି ଆଇନ ସେବା ଶିବିରରେ ଜିଲାର ବିଭିନ୍ନ କାର୍ଯ୍ୟାଳୟର ଷ୍ଟଲ କରାଯାଇ ଲୋକଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଓ ହିତାଧିକାରୀମାନଙ୍କ ଅଧିକାର ଉପରେ ସଚେତନତା କରାଯାଇଥିଲା। ଏହି ଶିବିରରେ ବିଭିନ୍ନ ଆଇନବଳମ୍ବୀ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ଲୋକଙ୍କୁ ଆଇନ ସଚେତନତା ମଧ୍ୟ କରାଯାଇଥିଲା। ପରିଶେଷରେ ସରକାରଙ୍କ ବିଭିନ୍ନ ଯୋଜନାରେ ଯୋଗ୍ୟ ହିତାଧିକରୀଙ୍କୁ ତାଙ୍କର ଅଧିକାର ବଣ୍ଟନ କରାଯାଇଥିଲା।

ଏଥିରେ ତିନି ଚକିଆ ସାଇକେଲ, ହୁଇଲ ଚେୟାର, ମୋଟର ଦୁର୍ଘଟଣା ଜନିତ ରାଶି, ଆର୍ଶିବାଦ ଯୋଜନା ରାଶି, ସ୍ପୋନସର ସିପ୍‍ ରାଶି, ଜମି ପଟ୍ଟା, ଚାଷୀ ଋଣ ଜନିତ ରାଶି, ବିକଳାଙ୍ଗ ଜନିତ ବାହାଘର ପ୍ରୋତ୍ସାହନ ରାଶି। ଏହି କାର୍ଯ୍ୟକ୍ରମରେ ଜିଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ତଥା ଜିଲା ଦୌରାଜଜ୍‍ ସୁଶ୍ରୀ ପ୍ରତିମା ପଣ୍ଡା, ପାରିବାରିକ ଅଦାଲତ ବିଚାରପତି ପ୍ରସନ୍ନ କୁମାର କର୍ଣ୍ଣ, ଜିଲାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜିଲା ଦୌରାଜଜ୍‍ ସତ୍ୟ ନାରାୟଣ ଷଡଙ୍ଗୀ, ମୁଖ୍ୟ ଦଣ୍ଡାଧିକରୀ ହୃଷିକେଶ ଆଚାର୍ଯ୍ୟ, ଅତିରିକ୍ତ ପୋଲିସ ଅଧୀକ୍ଷକ ରବିନ୍ଦ୍ର କୁମାର ରାଉତ, ରେଜିଷ୍ଟ୍ରାର ପ୍ରିତିଶ କୁମାର ରାଉତରାୟ, ବରିଷ୍ଠ ଦେୱାନୀ ବିଚାରପତି ଦୁର୍ବାସା ଦୁର୍ଗା, ଜିଲା ଆଇନ ସେବା ପ୍ରାଧିକରଣ ସଚିବ ଚରଣଜିତ ଓରାମ, ଉପ-ଖଣ୍ଡିୟ ଦଣ୍ଡାଧିକରୀ ସୁମିତ୍ରା ସାହୁ, ପ୍ରୋବେସନ ମାଜିଷ୍ଟ୍ରେଟ ବିକାଶ କିରନ ମିଶ୍ର, ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ଉପଜିଲାପାଳ ସନତ୍‍ କୁମାର ନାଏକ, ତହସିଲଦାର ଅବିନାଶ ପାଣ୍ଡିଆ ଓ ଜିଲାର ବିଭିନ୍ନ କାର୍ଯ୍ୟଳୟର ଅଧିକାରୀ ଓ ବରିଷ୍ଠ ଆଇନଜିବୀମାନେ ଯୋଗଦାନ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories