ମାସକରେ ୧୦୦ କୋଟି ଟଙ୍କାର ବିକ୍ରି ରେକର୍ଡ ହାସଲ କଲା ଜେଏସଡବ୍ଲୁ ପେଂଟ୍ସ

ମୁମ୍ବଇ : ଆର୍ଥିକ ଅଭିବୃଦ୍ଧି, ଚାହିଦାରେ ବୃଦ୍ଧି ଓ ଗ୍ରାହକମାନେ ପରିବେଶୀ ଉପଯୋଗୀ ଉତ୍ପାଦକୁ ଅଧିକ ପସନ୍ଦ କରିବା କାରଣରୁ ଭାରତର ଉତ୍କୃଷ୍ଟ ପରିବେଶ ଉପଯୋଗୀ ପେଂଟ କମ୍ପାନୀ ଜେଏସଡବ୍ଲୁ ପେଂଟସ,  ଚଳିତ ବର୍ଷ ଅକ୍ଟୋବର ମାସରେ ୧୦୦ କୋଟି ଟଙ୍କାର ମାସିକ ବିକ୍ରି ଲକ୍ଷ୍ୟକୁ ଅତିକ୍ରମ କରିପାରିଛି । ଜେଏସଡବ୍ଲୁ ପେଂଟ ପ୍ରଥମ ଭାରତୀୟ କମ୍ପାନୀ ଭାବରେ ଏହି ସଫଳତା ହାସଲ କରିଛି । ଏଥିସହିତ ୨୦୨୧-୨୨ ଆର୍ଥିକ ବର୍ଷ ଶେଷସୁଦ୍ଧା ଏହା ୧ହଜାର କୋଟି ଟଙ୍କାର ବିକ୍ରି ଲକ୍ଷ୍ୟ ହାସଲ ନେଇ ଦୃଢ ଆଶା ପୋଷଣ କରିଛି ।ଏହା ମାତ୍ର ୧୦୦ ସପ୍ତାହର ବ୍ୟାବସାୟିକ ସମୟରେ ଏକମାତ୍ର ଭାରତୀୟ କମ୍ପାନୀ ଭାବରେ ଜାତୀୟ ସ୍ତରରେ ନିଜର ଉପସ୍ଥିତକୁ ପ୍ରମାଣିତ କରିପାରିଛି ବୋଲି ଜେଏସଡବ୍ଲୁ ପେଣ୍ଟ୍‌ସର ପରିଚାଳନା ନିର୍ଦ୍ଦେଶକ ପାର୍ଥ ଜିନ୍ଦଲ କହିଛନ୍ତି ।

kalyan agarbati

Comments are closed.