www.samajalive.in
Sunday, December 7, 2025
26.1 C
Bhubaneswar

କଳାହାଣ୍ଡି ହରତାଳ, ଗାଡି ମୋଟର ଚଳାଚଳ ଓ ଦୋକାନ ବଜାର ବନ୍ଦ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ମହାଲିଙ୍ଗସ୍ଥିତ ସନ୍ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ଅପହରଣ ହତ୍ୟାକାଣ୍ଡର ଘଟଣାରେ ଓଡିଶା ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସପୃକ୍ତି ଥିବା ଅଭିଯୋଗ କରି କଂଗ୍ରେସ ଗୃହରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ଓ ଘଟଣାର ନିରପେକ୍ଷ ତଦନ୍ତ ଦାବୀ କରି ରାଜ୍ୟ କଂଗ୍ରେସ କମିଟି ଆଜି  ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି।

ଓଡିଶା ହାଇକୋର୍ଟ ଗତ ୧୧ ତାରିଖ ଦିନ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଜନଜୀବନକୁ ଯେପରି ବ୍ୟାହତ କରାଯିବ ନାହିଁ କିମ୍ବା କୌଣସି ସ୍ଥାନରେ ଯୋରଜବରଦସ୍ତି ବନ୍ଦ କରିପାରିବେ ନାହିଁ ବୋଲି ଉଚ୍ଚନ୍ୟାୟାଳୟ ନିର୍ଦ୍ଦେଶ ଦେବା ପରେ କଂଗ୍ରେସ ଦଳ ତାର ଆଭିମୁଖ୍ୟ ବଦଳାଇବା ସହିତ ଏହି ବନ୍ଦ ପାଳନକୁ ହରତାଳ ଆକ୍ଷାଦେଇ ତାହା ଶାନ୍ତିପୂର୍ଣ୍ଣ ଭାବେ ହରତାଳ କରିବା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିହାର, ଆସାମ ଓ ମିଜୋରାମର କଂଗ୍ରେସ ପ୍ରଭାରି ଭକ୍ତଚରଣ ଦାସ କଳାହାଣ୍ଡି ଜିଲ୍ଲାବାସୀଙ୍କୁ ନିବେଦନ କରିଥିଲେ ଓ ଗତ ୧୧ ତାରିଖ ଦିନ ଶ୍ରୀ ଦାସ ଭବାନୀପାଟଣା ସହରରେ ପଦଯାତ୍ରା କରି ଏହି ହରତାଳକୁ ଜନସାଧାରଣ ସମର୍ଥନ କରିବା ପାଇଁ ନିବେଦନ କରିଥିଲେ।

ଯାହା ଫଳରେ ଭବାନୀପାଟଣା ସମେତ ସାରା ଜିଲ୍ଲାରେ ୧୨ ତାରିଖ ଦିନ ସକାଳ ୬ ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ଏହି ହରତାଳ କରାଯାଇଛି। ଭବାନୀପାଟଣା ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଯାନବାହାନ ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଆନ୍ଦୋଳନକାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ଏହି ହରତାଳ ସଫଳ କରିବା ପାଇଁ ସହରର ବିଭିନ୍ନ ଛକର ରାସ୍ତା ପାଶ୍ୱରେ ଠିଆହୋଇ ଏବଂ ମହିଳା କଂଗ୍ରେସ କର୍ମୀମାନେ ପିପଲନାଲା ପୋଲ ନିକଟରେ ରାସ୍ତା ପାଶ୍ୱର୍ରେ ଧାରଣା ଦେଇ ଜନସାଧାରଣଙ୍କୁ ହାତଯୋଜି ଏହି ହରତାଳକୁ ସମର୍ଥନ କରିବା ପାଇଁ ନିବେଦନ କରୁଥିବା ଦେଖିବାକୁ ମିଳୁଥିଲା।

ଏପରିକି କଂଗ୍ରେସ କର୍ମୀ ଓ ନେତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ହାତଯୋଡି ଜନସାଧାରଣଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳୁଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ କେନ୍ଦ୍ରମନ୍ତ୍ରୀ ତଥା ବିହାର, ଆସାମ ଓ ମିଜୋରାମର କଂଗ୍ରେସ ପ୍ରଭାରି ଭକ୍ତଚରଣ ଦାସଙ୍କ ତତ୍ତ୍ୱାବଧାନରେ ତାଙ୍କର ପୁତ୍ର ସାଗର ଦାସ, ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ, ସିଦ୍ଧାର୍ଥ ନାୟକ, ପରମାନନ୍ଦ ମାଝୀ, ମହମ୍ମଦ ସାହେବ, ଜୟଦେବ ନାଏକ, ମହମ୍ମଦ ସାଗିର, ସୁକାନ୍ତି ସରାଫ, କାଳିଆ ସରାଫ, ମନ୍ଦାକିନି ବାଣୁଆ, ବ୍ରଜ ସାହୁ, ସରୋଜ ଦାସ, ଦୀପୁ ପାତ୍ର, ସୁଶାନ୍ତ ପ୍ରଧାନୀ, ସୁନିଲ ନାଏକ, ମାଣିକ୍ୟ ସୁନା, ମହମ୍ମଦ ସାଜିଦ୍, ସାଧନା ପ୍ରଧାନ, ଯାଜ୍ଞସିନୀ ନାଏକ, ନବୀନ ସାହୁ ପ୍ରମୁଖଙ୍କ ନେତୃତ୍ୱରେ କଂଗ୍ରେସ, ଯୁବ, ଛାତ୍ର ଓ ମହିଳା କଂଗ୍ରେସ କର୍ମୀମାନେ ଏହି ହରତାଳକୁ ସଫଳ କରିବା ପାଇଁ ପ୍ରୟାସ କରିଥିଲେ। ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଭବାନୀପାଟଣା ସହରରେ ଆଇନଶୃଙ୍ଖଳା ଯେପରି ବ୍ୟାଘାତ ନ ଘଟେ ଓ ଆନ୍ଦୋଳନକାରୀ ରାସ୍ତାଘାଟ ଅବରୋଧ ନ କରନ୍ତି ସେଥିପାଇଁ କଳାହଣ୍ଡି ଡା. ଶ୍ରବଣ ବିବେକ ଏମ୍.ଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ଛକ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସେହିପରି ଜିଲ୍ଲାର ଅନ୍ୟାନ୍ୟ ବ୍ଲକ ଓ ସହରାଞ୍ଚଳରେ ମଧ୍ୟ ଏହି ହରତାଳ କରାଯାଇଥିବା ଦେଖିବାକୁ ମିଳିଥିଲା।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories