www.samajalive.in
Saturday, December 6, 2025
23.1 C
Bhubaneswar

ସୁଇଜରଲ୍ୟାଣ୍ଡରେ ସ୍ଥାପନା ହେବ ଶ୍ରୀଦେବୀଙ୍କ ମୂର୍ତ୍ତି

ନୂଆଦିଲ୍ଲୀ : ବଲିଉଡର ହବାହବାଇ ବା ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୂର୍ତ୍ତି ସୁଇଜରଲ୍ୟାଣ୍ଡରେ ସ୍ଥାପନା କରାଯିବ। ସୁଇଜରଲ୍ୟାଣ୍ଡ ପ୍ରଶାସନ ଦ୍ୱାରା ଏହି ସୂଚନା ଦିଆଯାଇଛି। ଚଳଚ୍ଚିତ୍ର ଚାନ୍ଦିନୀରେ ସୁଇଜରଲ୍ୟାଣ୍ଡରେ ବିଭିନ୍ନ ସ୍ଥାନରେ ଏହାର ସୁଟିଂ କରାଯାଇଥିଲା।
ସୂଚନା ଯୋଗ୍ୟ ଯେ ୨୦୧୬ରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ୟଶ ଚୋପ୍ରାଙ୍କ ମୂର୍ତ୍ତି ମଧ୍ୟ ଇଣ୍ଟରଲାକେନରେ ସ୍ଥାପନା କରାଯାଇଥିଲା। ନିର୍ଦ୍ଦେଶକ ୟଶ ଚୋପ୍ରା ନିଜର ବହୁ ଚଳଚ୍ଚିତ୍ରରେ ସୁଇଜରଲୟାଣ୍ଡର ସୌନ୍ଦର୍ଯ୍ୟର ପରିପ୍ରକାଶ କରି ଭାରତୀୟ ପ୍ରର୍ଯ୍ୟଟକ ମାନଙ୍କୁ ସୁଇଜରଲ୍ୟାଣ୍ଡ ଆସିବପାଇଁ ଆକୃଷ୍ଟ କରିଥିଲେ। ତେଣୁ ସୁଇଜରଲ୍ୟାଣ୍ଡ ତରଫରୁ ତାଙ୍କୁ ମନେରଖିବା ପାଇଁ ତାଙ୍କ ମୂର୍ତ୍ତି ସ୍ଥାପନା କରାଯାଇଥିଲା। ସେହିପରି ଅଭିନେତ୍ରୀ ଶ୍ରୀଦେବୀଙ୍କ ଅବଦାନକୁ ମଧ୍ୟ ଦୃଷ୍ଟିରେ ରଖି ତାଙ୍କ ମୂର୍ତ୍ତି ସ୍ଥାପନା ପାଇଁ ଯୋଜନା ରଖାଯାଇଛି। ଚାନ୍ଦନି ଚଳଚ୍ଚିତ୍ରର ବହୁ ଅଂଶ ସୁଇଜରଲ୍ୟାଣ୍ଡରେ ସୁଟିଂ କରାଯାଇଥିଲା। ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ ଋଷି କାପୁର ଓ ବିନୋଦ ଖାନାଙ୍କ ତ୍ରିକୋଣିୟ ପ୍ରେମ ଦେଖିବାକୁ ମିଳିଥିଲା।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories