www.samajalive.in
Sunday, December 14, 2025
16.1 C
Bhubaneswar

ନବରଙ୍ଗପୁର ମହାବିଦ୍ୟାଳୟରେ “ଜାତୀୟ ଶିକ୍ଷା ଦିବସ” ପାଳିତ

ନବରଙ୍ଗପୁର : ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଆବୁଲ କଲାମ ଆଜାଦଙ୍କ ଜନ୍ମଦିନ ପାଳନ ଅବସରରେ ନବରଙ୍ଗପୁର ମହାବିଦ୍ୟାଳୟରେ “ଜାତୀୟ ଶିକ୍ଷା ଦିବସ” ପାଳିତ ହୋଇଯାଇଛି । ଏହି ଭବ୍ୟ ଉତ୍ସବରେ ସଭାପତିତ୍ୱ କରି ଅଧକ୍ଷ ଡ଼ଃ. ବିନୋଦ ଚନ୍ଦ୍ର ନାୟକ ଶିକ୍ଷା ଓ ଶିକ୍ଷାର୍ଥୀଙ୍କ ସମ୍ପର୍କ ଉପରେ ଆଲୋକପାତ କରିବା ସହ ଆଗାମୀ ଦିନରେ ବଡ ଲୋକ ସହ ଭଲ ଲୋକ ସୃଷ୍ଟି ପାଇଁ ପରାମର୍ଶ ଦେଇଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡିଆରଡ଼ିଏର ପ୍ରକଳ୍ପ ନିର୍ଦେଶକ ରତ୍ନାକର ସାହୁ ଯୋଗଦେଇ ଗୁଣାତ୍ମକ ଶିକ୍ଷା ତଥା ଭିତ୍ତିଭୂମିର ବିକାଶରେ ସରକାରଙ୍କ ନିରନ୍ତର ଉଦ୍ୟମ ଜାରି ରହିଥିବା ସୂଚନା ଦେଇଥିଲେ । ଏହାସହ ଉଚ୍ଚମାନର ଶିକ୍ଷାଦାନ, ନୈତିକ ଶିକ୍ଷା ତଥା ଛାତ୍ର ଛାତ୍ରୀଙ୍କର ସାମଗ୍ରିକ ବିକାଶ ସହ ଆଗାମୀ ସମୟରେ ଏକ ଉଚ୍ଚ ଶିକ୍ଷିତ ସମାଜ ତିଆରି କରିବା ପାଇଁ ଶିକ୍ଷକ ମାନଙ୍କୁ ଆହ୍ୱାନ କରିଥିଲେ ।

କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଡ଼ଃ ଭାସ୍କର ନାଥ ବିଶ୍ୱାଳ ଓ ଅଧ୍ୟାପକ ମହମ୍ମଦ ଜାହାଙ୍ଗିର ବୃତ୍ତଚିତ୍ର ମାଧ୍ୟମରେ ମୌଲାନା ଆବୁଲ କଲାମ ଆଜାଦଙ୍କ ଜନ୍ମ ଇତିହାସ ତଥା କୃତିତ୍ୱ ଉପସ୍ଥାପନ କରିବା ସହ ଶିକ୍ଷା କ୍ଷେତ୍ରର ହେଉଥିବା ପରିବର୍ତ୍ତନ ସଂପର୍କରେ ଉଲ୍ଲେଖ କରିଥିଲେ । ପ୍ରାଧ୍ୟାପକ ଡ଼ଃ ନୀଳାଚଳ ମିଶ୍ର ସମାଜରେ ଶିକ୍ଷାର ଗୁରୁତ୍ୱ ତଥା ଶିକ୍ଷକ ମାନଙ୍କର ଦାୟିତ୍ୱ ବିଷୟରେ ସଚେତନ କରିଥିଲେ। ପ୍ରାଧ୍ୟାପକ ଅନନ୍ତ ଶତପଥି ସ୍ବର୍ଗତ କଲାମଙ୍କର ଶିକ୍ଷା କ୍ଷେତ୍ରରେ ଅବଦାନକୁ ନେଇ ଏକ ତଥ୍ୟ ସମ୍ବଳିତ ବକ୍ତବ୍ୟ ପ୍ରଦାନ କରିଥିଲେ। ଏନଏସଏସର ଜିଲ୍ଳା ସଂଯୋଜକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା , ଶିକ୍ଷା ଓ ଗବେଷଣା ଉପରେ ଗୁରୁତ୍ୱ ଦେଇ ନବରଙ୍ଗପୁର ଜିଲ୍ଳାର ଶିକ୍ଷା, କଳା, ସଂସ୍କୃତି, ପରମ୍ପରାର ଗବେଷଣା ପାଇଁ ମହାବିଦ୍ୟାଳୟରେ ଗୋଟିଏ ଜିଲ୍ଳା ସ୍ତରୀୟ ଗବେଷଣା ହବ ପ୍ରତିଷ୍ଠା କରିବା ପାଇଁ ଅତିଥି ମାନଙ୍କୁ ଅନୁରୋଧ କରିଥିଲେ। ଅନ୍ୟତମ ବକ୍ତା ଭାବେ ଅଧ୍ୟାପିକା ମାନସୀ ମହାପାତ୍ର, ଭାନୁମତି ସାହୁକାର, ଅଧ୍ୟାପକ ସୁରେଶ ସାହୁ, ପ୍ରଦୀପ୍ତ ଦାଶ, ପ୍ରିୟବ୍ରତ ସାହୁ, ଘାସିରାମ ବେହେରା ଆଦି ଶିକ୍ଷା ଉପରେ ନିଜ ନିଜ ମତ ପ୍ରକାଶ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା ଏବଂ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା । ପ୍ରକୃତରେ ଶିକ୍ଷାହିଁ ସମାଜର ଅଭିନ୍ନ ଅଙ୍ଗ ଏବଂ ଯୁଗେ ଯୁଗେ ମାନବ ସଭ୍ୟତାକୁ ଆଗକୁ ନେବାରେ ଶିକ୍ଷା ଅଗ୍ରଣୀ ଭୂମିକା ନେଇଛି ବୋଲି ସାମୂହିକ ମତପ୍ରକାଶ ପାଇଥିଲା ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories