ଦିଲ୍ଲୀ: ତିସ୍ ହଜାରୀ କୋର୍ଟ ଚ୍ୟାମ୍ବରରୁ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ନୂଆଦିଲ୍ଲୀ: ଦିଲ୍ଲୀର ତିସ୍ ହଜାରୀ କୋର୍ଟର ଚ୍ୟାମ୍ବରରୁ ଜଣେ କର୍ମଚାରୀଙ୍କ ମୃତଦେହ ଜବତ ହୋଇଛି। ତିସ୍ ହଜାରୀ କୋର୍ଟ ପଶ୍ଚିମ ପାର୍ଶ୍ବ ଚ୍ୟାମ୍ବରରୁ ଏହି ମୃତଦେହ ଉଦ୍ଧାର କରାଯାଇଛି। ମୃତକଜଣକ ବାର୍ର ଜଣେ ଆସ୍ଥାୟୀ କର୍ମଚାରୀ ବୋଲି ଜଣାପଡ଼ିଛି।
Delhi | A temporary employee of Bar Association of India found dead at a chamber in west wing of Tis Hazari Court, says police
— ANI (@ANI) November 11, 2021
ପୁଲିସର କହିବାନୁସାରେ, ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଏହି କର୍ମଚାରୀ ଜଣକ ପ୍ରାୟତଃ ରାତିରେ ଚ୍ୟାମ୍ବରରେ ଶେଇଥାଆନ୍ତି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ କିଛି କୁହାଯାଇପାରିବ ବୋଲି ପୁଲିସ କହିଛି।
Comments are closed.