www.samajalive.in
Sunday, December 7, 2025
16.1 C
Bhubaneswar

ପେଟ ପାଇଁ ୩ ଦିନର ଛୁଆକୁ ବିକିଲା ମାଆ

ଥାନେ : ଅନେକ ସମୟରେ ଅତ୍ୟଧିକ ଦାରିଦ୍ର୍ୟ କାରଣରୁ ଲୋକେ ଏଭଳି କିଛି କାର୍ଯ୍ୟ କରିଥାଆନ୍ତି, ଯାହା କଳ୍ପନା କରିବା ମଧ୍ୟ ଅସମ୍ଭବ। ଏଭଳି ହିଁ ଏକ ଘଟଣା ମହାରାଷ୍ଟ୍ରରେ ଘଟିଥିବା ସାମ୍ନାକୁ ଆସିଛି।
ଅତ୍ୟଧିକ ଦାରିଦ୍ର୍ୟର ଶିକାର ହୋଇ ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ଶିରିଡି ସହରର ଜଣେ ୩୨ ବର୍ଷ ବୟସ୍କା ମହିଳା ତାଙ୍କ ତିନି ଦିନର ପୁଅକୁ ମୁମ୍ବଇର ଜଣେ ବ୍ୟକ୍ତିଙ୍କ ନିକଟରେ ୧.୭୮ ଲକ୍ଷରେ ବିକ୍ରି କରିଥିବା ଅଭିଯୋଗ ହୋଇଛି।
ନଭେମ୍ବର ୭ ଥାନେର ଡୋମ୍ବିଭଲି ସହରର ମନପଡା ପୁଲିସ ଷ୍ଟେସନରେ ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଏହି ଘଟଣାରେ ଶିଶୁ କ୍ରୟ କରିଥିବା ଉକ୍ତ ବ୍ୟକ୍ତି ଓ ମହିଳାଙ୍କୁ ଶିଶୁ ବିକ୍ରିରେ ସାହାଯ୍ୟ କରିଥିବା ଅନ୍ୟ ୪ ଜଣ ମହିଳାଙ୍କୁ ଗିରଫ କରିଛି।
ସେପ୍ଟେମ୍ବର ମାସରେ ମହିଳା ଜଣକ ଏହି ଶିଶୁକୁ ଜନ୍ମ ଦେଇଥିଲେ, କିନ୍ତୁ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ତାଙ୍କ ଯତ୍ନ ନେବାକୁ ସ୍ଥିତିରେ ନଥିଲେ ବୋଲି ମନପଡା ପୁଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି।
ଏହା ପରେ ସେ ପିଲାଟିକୁ ବିକ୍ରୟ କରିବା ଏବଂ କିଛି ଟଙ୍କା ପାଇବା ପାଇଁ ଗ୍ରାହକ ଖୋଜିବା ଆରମ୍ଭ କରିଥିଲେ ବୋଲି ସେ କହିଛନ୍ତି।
ଅହମ୍ମଦନଗର, ଥାନେର କଲ୍ୟାଣ ଏବଂ ପଡୋଶୀ ମୁମ୍ବଇର ମୁଲୁଣ୍ଡ ଅଞ୍ଚଳର ତିନିଜଣ ମହିଳା ତାଙ୍କୁ ଗ୍ରାହକ ଖୋଜିବାରେ ସାହାଯ୍ୟ କରିଥିଲେ।ଏହା ପରେ ସେମାନେ ମୁଲୁଣ୍ଡରେ ରହୁଥିବା ବ୍ୟକ୍ତିଙ୍କୁ ପିଲାଟିକୁ ବିକ୍ରୟ କରିବା ପାଇଁ ଏକ ଚୁକ୍ତି କରିଥିଲେ। ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ଅନ୍ୟଙ୍କ ସହାୟତାରେ ଶିଶୁର ମା ତାଙ୍କ ପୁଅକୁ କୌଣସି ଆଇନଗତ ଚୁକ୍ତି ବିନା ୧.୭୮ ଲକ୍ଷରେ ବିକ୍ରି କରିଥିବା ଅଭିଯୋଗ ହୋଇଛି।
ଘଟଣା ବିଷୟରେ ଖବର ପାଇ ପୁଲିସ ଓ ଅନ୍ୟ ଅଧିକାରୀ ସେଠାରେ ଚଢାଉ କରି ଶିଶୁର ମାଆ, ଶିଶୁକୁ କିଣିଥିବା ବ୍ୟକ୍ତି, ଅନ୍ୟ ତିନି ଜଣ ମହିଳା ଏବଂ ଶିଶୁକୁ ବିକ୍ରି କରିବାରେ ସାହାଯ୍ୟ କରିଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିଲା।
ଭାରତୀୟ ଦଣ୍ଡ ସଂହିତା ଏବଂ ଜୁଭେନାଇଲ୍ ଜଷ୍ଟିସ୍ (ଶିଶୁମାନଙ୍କର ଯତ୍ନ ଏବଂ ସୁରକ୍ଷା) ନିୟମ ଅନୁଯାୟୀ ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା ବୋଲି ସେ କହିଛନ୍ତି। ଏହି ମାମଲାର ଅଧିକ ତଦନ୍ତ ଚାଲିଛି ବୋଲି ଅଧିକାରୀ କହିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories