ସାକ୍ଷୀଗୋପାଳ : ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଆଜି ଶଗଡ଼ ଶୋଭାଯାତ୍ରା ଦେଖିବାକୁ ମିଳିଥିଲା। ଚନ୍ଦନ ପୁର ଥାନା ଅନ୍ତର୍ଗତ ପ୍ରତାପ ରାମଚନ୍ଦ୍ର ପୁର ପଞ୍ଚାୟତର କରଡ଼ି ଗ୍ରାମର ମା ପଦ୍ମାବତୀଙ୍କ ପୀଠରୁ ୨୫ ଗୋଟି ସୁସଜ୍ଜିତ ଶଗଡ଼ରେ ଆଖପାଖ ୧୨ ଗୋଟି ମୌଜାର ୧୫୦ ଜଣ ବ୍ୟକ୍ତି ଏକ ଶୋଭାଯାତ୍ରାରେ ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ପଞ୍ଚାୟତର ବଳ ପୁରସ୍ଥିତ ହରିଆ ବୁଢ଼ା ଠାକୁରଙ୍କ ପୀଠକୁ ଯାତ୍ରା କରିଥିଲେ। ଏହି ଭକ୍ତ ମାନେ ଆଜି ସେଠାରେ ଅବସ୍ଥାନ କରିବେ। ଗୋମାତା ମାନଙ୍କର ସୁରକ୍ଷା ନିମନ୍ତେ ଆସନ୍ତା କାଲି ସେଠାରେ ପୂଜାର୍ଚ୍ଚନା କରିବା ପରେ ଫେରିବେ ବୋଲି ଜଣାପଡିଛି। ଗତ ୧୫୦ ବର୍ଷ ଧରି ଏହି ପରମ୍ପରା ଚାଲି ଆସୁଅଛି ବୋଲି ଏହି ଭକ୍ତ ମାନେ ପ୍ରକାଶ କରିଥିଲେ।
Popular Categories



