www.samajalive.in
Sunday, December 14, 2025
19.1 C
Bhubaneswar

ହୃଦୟକୁ ସୁସ୍ଥ ରଖିଥାଏ ଗାଜର

ଗାଜର ଖାଇବା ଦ୍ବାରା ଦୃଷ୍ଟି ଶକ୍ତି ବୃଦ୍ଧି ହୋଇଥାଏ। ଏହାସହ କର୍କଟ ପରି ରୋଗରୁ ରକ୍ଷା କରିଥାଏ। ଗାଜରରେ ପୋଷକ ତତ୍ତ୍ବ ଥିବାରୁ ତାହା ଶରୀର ପାଇଁ ଉପକାରୀ ଅଟେ। ଆସନ୍ତୁ ଜାଣିବା ଗାଜର ଖାଇବା ଦ୍ବାରା ଶରୀରର କି ଉପକାର ହୋଇଥାଏ ..

ଶରୀର ସୁସ୍ଥ ରହିଥାଏ :

- Advertisement -

ଗାଜରରେ ଭିଟାମିନ-ଏ ରହିଛି। ଏହାସହ ଆଣ୍ଟି-ଅକ୍ସିଡାଣ୍ଟ ମଧ୍ୟ ରହିଛି। ଗାଜର ଖାଇବା ଦ୍ବାରା ଶରୀର ସୁସ୍ଥ ରହିଥାଏ। ଏହାଦ୍ବାରା ରୋଗ ବାରମ୍ବାର ମଧ୍ୟ ହୋଇ ନଥାଏ। ଗାଜର ଖାଇବା ଦ୍ବାରା କର୍କଟ ପରି ରୋଗରୁ ଶୀଘ୍ର ମୁକ୍ତି ମିଳିଥାଏ।
ମୁହଁର ସୌନ୍ଦର୍ୟ୍ୟ ବୃଦ୍ଧି ହୋଇଥାଏ :

ଗାଜରରେ ବିଟା-କ୍ୟାରୋଟିନ ଓ ଅନ୍ୟ ଶକ୍ତିଶାଳୀ ଆଣ୍ଟି-ଅକ୍ସିଡାଣ୍ଟ ରହିଥାଏ। ଗାଜର ଖାଇବା ଦ୍ବାରା ସୂର୍ୟ୍ୟଙ୍କ କିରଣରୁ ମିଳୁଥିବା ହାନିକାରକ ପ୍ରଭାବ ମୁହଁ ଉପରେ ପଡିପାରେ ନାହିଁ। ଏହାସହ ମୁହଁର ସୌନ୍ଦର୍ୟ୍ୟ ମଧ୍ୟ ବୃଦ୍ଧି ପାଇଥାଏ।
ଦୃଷ୍ଟିଶକ୍ତି ବୃଦ୍ଧି ହୋଇଥାଏ :

ଗାଜରରେ ଭିଟାମିନ-ଏ ରହିଛି। ଏହା ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଗାଜରରେ ଥିବା ଲ୍ୟୁଟିନ ଓ ଲାଇକୋପିନ ଦୃଷ୍ଟିଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ।
ଓଜନ ନିୟନ୍ତ୍ରିତ କରିଥାଏ :

ଗାଜରରେ ଫାଇବର ପର୍ୟ୍ୟାପ୍ତ ପରିମାଣରେ ଥାଏ। ଏହାକୁ ବାରମ୍ବାର ଖାଇବା ଦ୍ବାରା ଭୋକ ଲାଗିନଥାଏ। ତେଣୁ ଏହା ଓଜନ କମ କରିବାରେ ସାହାଯ୍ୟ କରିଥାଏ। ଗାଜର ଖାଇବା ସମସ୍ତଙ୍କ ପାଇଁ ଲାଭଦାୟକ ଅଟେ।

ହୃଦୟ ସୁସ୍ଥ ରଖିଥାଏ :

ଗାଜର ହୃଦୟକୁ ସୁସ୍ଥ ରଖିଥାଏ। ଏହାର ସେବନ ଦ୍ବାରା ଶରୀରରେ ଥିବା ହାନିକାରକ କୋଲେଷ୍ଟ୍ରୋଲକୁ ବାହାର କରିଥାଏ। ଯାହାଦ୍ବାରା ହୃଦୟ ସମ୍ବନ୍ଧୀୟ ରୋଗରୁ ରକ୍ଷା ମିଳିଥାଏ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories