www.samajalive.in
Monday, December 8, 2025
14.1 C
Bhubaneswar

ପଦ୍ମ ପୁରସ୍କାର: ଦିବଙ୍ଗତ ସୁଷମା ସ୍ବରାଜଙ୍କୁ ପଦ୍ମ ବିଭୂଷଣ, ପିଭି ସିନ୍ଧୁ ପଦ୍ମ ଭୂଷଣରେ ସମ୍ମାନିତ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଆୟୋଜିତ ଏକ ଉତ୍ସବରେ ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ବର୍ଷ ୨୦୨୦ରେ ପଦ୍ମ ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତି ବିଶେଷ ସମ୍ମାନିତ ହୋଇଛନ୍ତି। ଭିନ୍ନ ଭିନ୍ନ କ୍ଷେତ୍ରରେ ବିଶେଷ ଯୋଗଦାନ ଦେଇଥିବା ନାଗରିକମାନଙ୍କୁ ତିନି ଶ୍ରେଣୀ​‌ରେ ଯଥା, ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି।

ଏଥର ପଦ୍ମ ବିଭୂଷଣ ପାଇଁ ସୁଷମା ସ୍ବରାଜଙ୍କ ନାମ ଚୟନ କରାଯାଇଥିଲା। ତାଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ପ୍ରଦାନ କରାଯିବା ପାଇଁ ନାମ ସୁପାରିଶ କରାଯାଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ସୁଷମା ସ୍ବରାଜଙ୍କ ଝିଅ ବାଂସୁରୀ ସ୍ବରାଜ ଏହି ସମ୍ମାନ ଗ୍ରହଣ କରିଛନ୍ତି।

- Advertisement -

ରାଷ୍ଟ୍ରପତି ବ୍ୟାଡ଼ମିଣ୍ଟନ ତାରକା ପିଭି ସିନ୍ଧୁଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି। ସିନ୍ଧୁ ବର୍ତ୍ତମାନ ସୁଦ୍ଧା ଭାରତ ପାଇଁ ଅନେକ ଅନ୍ତର୍ଜାତୀୟ ଟାଇଟଲ ଜିତିଛନ୍ତି।

ଚିକିତ୍ସା କ୍ଷେତ୍ରରେ ସେବା ପାଇଁ ଏୟାର ମାର୍ଶଲ ପଦ୍ମା ବନ୍ଦୋପାଧ୍ୟାୟଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି।

ଲୋକପ୍ରିୟ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଛନ୍ନୁଲାଲ ମିଶ୍ରାଙ୍କୁ ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି।

ଭାରତର ନାଗରିକତା ଗ୍ରହଣ କରିଥିବା ଲୋକପ୍ରିୟ ମୂଳ ପାକିସ୍ତାନୀ ଗାୟକ ଅଦନାନ ସାମୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।

ଆଇସିଏମଆରର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଡ. ରମଣ ଗଙ୍ଗାଖେଡ଼କରଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। କରୋନା ମହାମାରୀ ସମୟରେ ଡ. ଗଙ୍ଗାଖେଡ଼କର ଲଗାତାର ସାମ୍ବାଦିକ ସମ୍ମିଳନୀ କରି ଜନସାଧାରଣଙ୍କୁ ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ ଜାରି ରଖିଥିଲେ।

ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। କଙ୍ଗନାଙ୍କୁ ନିକଟରେ ଜାତୀୟ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା।

ଭାରତୀୟ ମହିଳା ହକି ଦଳର ଅଧିନାୟକ ରାନୀ ରାମପାଲଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ରାନୀଙ୍କ ଅଧିନାୟକତ୍ୱରେ ମହିଳା ଦଳ ଏଥର ଅଲିମ୍ପିକ୍ସରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ।

 

 

 

 

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories