www.samajalive.in
Sunday, December 7, 2025
26.1 C
Bhubaneswar

କୁଡୁମି ସମ୍ପ୍ରଦାୟର ଚତୁର୍ଥ ବାର୍ଷିକ ଧିଙ୍ଗୁଆନ ମହୋତ୍ସବ ପାଳିତ

ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକର କୁଣ୍ଡଳା ଗ୍ରାମରେ ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ଧିଙ୍ଗୁଆନ ମହୋତ୍ସବ ଖୁବ ଧୁମଧାମରେ ପାଳନ ହୋଇଯାଇଛି । ଚତୁର୍ଥ ବାର୍ଷିକ ଉତ୍ସବରେ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କୁଡୁମି ସଂସ୍କୃତି ଓ ପରମ୍ପରାପ୍ରେମୀ ୨୬ ଗୋଟି ଧିଙ୍ଗୁଆନ ଦଳ ଭାଗ ନେଇଥିଲେ । ସହସ୍ରାଧିକ ଦର୍ଶକ ଉତ୍ସାହର ସହିତ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରୁଥିବାର ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମରେ କୁଡୁମି ସମ୍ପ୍ରଦାୟରୁ ପ୍ରଥମ ଥର ରାଜ୍ୟସଭା ସାଂସଦଭାବେ ମନୋନୀତ ହୋଇଥିବା ମମତା ମହାନ୍ତ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତାଭାବେ ଓଡ଼ିଶା କୁଡୁମି ସେନାର କାର୍ଯ୍ୟକାରୀ ସଭାପତି ଲକ୍ଷ୍ମଣ ମହାନ୍ତ, ସମ୍ମାନନୀୟ ଅତିଥିଭାବେ ଓଡ଼ିଶା କୁଡୁମି ସେନାର ଉପସଭାପତି ମିତ୍ରଭାନୁ ମହାନ୍ତ, କୋଷାଧ୍ୟକ୍ଷ ତଥା ଗଣମାଧ୍ୟମ ମୁଖପାତ୍ର ଲମ୍ବୋଦର ମହାନ୍ତ, ରାଜ୍ୟ ସମ୍ପାଦକ ଲଛମନ ମହାନ୍ତ, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ବିଶ୍ୱଜିତ ମହାନ୍ତ, ରାଜ୍ୟ ସମ୍ପାଦକ ଲାଲମୋହନ ମହାନ୍ତ, ରାଜ୍ୟ ଉପଦେଷ୍ଟା ଅଶୋକ କୁମାର ମହାନ୍ତ, ମୟୁରଭଞ୍ଜ ଜିଲ୍ଲା ସଂଯୋଜକ ଡମ୍ବରୁଧର ମହାନ୍ତ, ପାଟଣା ବ୍ଲକ ଉପସଭାନେତ୍ରୀ ଧରିତ୍ରୀ ମହାନ୍ତ, ବିଶୋଇ ବ୍ଲକରୁ ଆରତୀ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ । ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ତଥା ପ୍ରଚାରପ୍ରସାର ପାଇଁ ଧିଙ୍ଗୁଆନ କମିଟି କୁଣ୍ଡଳାର କର୍ମକର୍ତ୍ତାଙ୍କ ପ୍ରୟାସକୁ ଅତିଥିଗଣ ପ୍ରଶଂସା କରିବା ସହିତ ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟେକ ବର୍ଷ ଚାଲୁ ରଖିବା ପାଇଁ କହିଥିଲେ । ଧିଙ୍ଗୁଆନ ପ୍ରତିଯୋଗିତାରେ ଭାଗ ନେଇଥିବା ୨୬ ଗୋଟି ଦଳ ମଧ୍ୟରୁ ବିଚାରକଙ୍କ ନିଷ୍ପତ୍ତିକ୍ରମେ କେନ୍ଦୁଝର କବିତ୍ରା ଦଳ ପ୍ରଥମ ସ୍ଥାନ, ସାହାରପଡା ବ୍ଲକର ତାଳପଦା ଗ୍ରାମର ଦଳ ଦ୍ଵିତୀୟ , ମୟୁରଭଞ୍ଜ ଜିଲ୍ଲାର ଦିର୍ବ ଦଳ ତୃତୀୟ , ମୟୁରଭଞ୍ଜ ଜିଲ୍ଲାର ରୁଡଙ୍ଗ ଦଳ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ । ତାଳପଦା ଅକ୍ଷୟ କୁମାର ମହାନ୍ତ ଶ୍ରେଷ୍ଠ ନାଗରା ବାଦକ, ବେଲସରେଇ ଦଳର ପଦ୍ମଚରଣ ମହାନ୍ତ ଶ୍ରେଷ୍ଠ ଗୀତିକାର ଭାବେ ବିବେଚିତ ହୋଇଥିଲେ । ପୂର୍ବ ନିଷ୍ପତିକ୍ରମେ ରଖାଯାଇଥିବା ପୁରସ୍କାର ବିଜୟୀ ଦଳକୁ କମିଟି ତରଫରୁ ପ୍ରଦାନ କରାଗଲା । ବିଚାରକଭାବେ ଢେଙ୍କାନାଳ ଜିଲ୍ଲାର ଲକ୍ଷ୍ମୀଧର ମହାନ୍ତ, ଭୁଲୁଦାର ଭୈରବ ମହାନ୍ତ ଓ ଜାଲି ଟାଙ୍ଗରପଡାର ଡମ୍ବରୁଧର ମହାନ୍ତ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ମହାନ୍ତ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ଧନ୍ୟବାଦ ଦେବା ସହିତ ମହାନ କୁଡୁମି ସଂସ୍କୃତିର ପ୍ରଚାରପ୍ରସାର ପାଇଁ କୁଣ୍ଡଳା ଧିଙ୍ଗୁଆନ କମିଟିର ନିଆରା ପ୍ରୟାସ ଆଗାମୀ ଦିନରେ କୁଡୁମି ସମ୍ପ୍ରଦାୟ ପାଇଁ ଉଦାହରଣ ହୋଇ ରହିବ ବୋଲି ଅଭିଭାଷଣ ରଖିଥିଲେ ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories