www.samajalive.in
Saturday, December 6, 2025
26.1 C
Bhubaneswar

ନଭେମ୍ବର ୧୯ରେ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ; ୩ ଘଣ୍ଟା ୨୮ ମିନିଟ ରହିବ

ନୁ୍ୟୟର୍କ: ଚଳିତ ମାସ ୧୯ ତାରିଖରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବାକୁ ଯାଉଛି । ତେବେ ଏହା ଚଳିତ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ ହେବ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ କହିଛନ୍ତି । ଏହା ୩ ଘଣ୍ଟା ୨୮ ମିନିଟ ପର୍ଯ୍ୟନ୍ତ ରହିବ । ୨୦୨୧ରୁ ୨୦୩୦ ମଧ୍ୟରେ ଆଂଶିକ ଏବଂ ପୂର୍ଣ୍ଣଗ୍ରାସ ମୋଟ ୨୦ଟି ସୂର୍ଯ୍ୟପରାଗ ତଥା ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ବୋଲି ସେମାନେ କହିଛନ୍ତି । ୧୯ ତାରିଖରେ ହେବାକୁ ଯାଉଥିବା ଚନ୍ଦ୍ରଗ୍ରହଣ ଉତ୍ତର ଆମେରିକାକୁ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବ ବୋଲି ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ କୁହାଯାଇଛି ।
ନାସା କହିଛି ଯେ ୩ ଘଣ୍ଟା ୨୮ ମିନିଟ ପାଇଁ ଏହି ଚନ୍ଦ୍ରଗ୍ରହଣ ପରିଦୃଶ୍ୟ ହେବ ଏବଂ ସେହି ସମୟରେ ଚନ୍ଦ୍ରର ୯୭% ଲାଲ ଦେଖାଯିବ । ୨୦୦୧ରୁ ୨୦୨୧ ମଧ୍ୟରେ ଯେତେ ସଂଖ୍ୟାରେ ଚନ୍ଦ୍ରଗ୍ରହଣ ହୋଇଛି, ଏହା ସର୍ବାପେକ୍ଷା ଦୀର୍ଘତମ ହେବ । ଏହା ଭାରତୀୟ ସମୟ ରାତି ୧.୩୦ ଆରମ୍ଭ ହେବ ବୋଲି ନାସା କହିଛି । ତେବେ ଭିନ୍ନ ଭିନ୍ନ ସ୍ଥାନୀୟ ସମୟରେ ବିଶ୍ୱବାସୀ ଏହି ଚନ୍ଦ୍ରଗ୍ରହଣ ଦେଖିବାର ସୁଯୋଗ ପାଇବେ । ଏହା ଦକ୍ଷିଣ ଆମେରିକା, ପୂର୍ବ ଏସିଆ, ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଏବଂ ଅଷ୍ଟେଲିଆ ଆଦି ସ୍ଥାନରେ ଦୃଶ୍ୟମାନ ହେବ । ଯେଉଁମାନେ ନିଜ ଘରେ ଏହି ମହାଜାଗତିକ ଦୃଶ୍ୟ ଦେଖିପାରିବେ ନାହିଁ ସେମାନେ ଏହାକୁ ନାସାର ସିଧା ପ୍ରସାରଣ ଜରିଆରେ ମଧ୍ୟ ଦେଖିପାରିବେ ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories