www.samajalive.in
Saturday, December 13, 2025
26.1 C
Bhubaneswar

୧୭ ଲକ୍ଷ ଶିଶୁ ଅତ୍ୟଧିକ ଅପପୁଷ୍ଟିର ଶିକାର

ନୂଆଦିଲ୍ଲୀ : ଦେଶର ୩୩ ଲକ୍ଷରୁ ଅଧିକ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ଏଥିରୁ ଅର୍ଦ୍ଧାଧିକ ୧୭.୭ ଲକ୍ଷ ଅତ୍ୟଧିକ ଅପପୁଷ୍ଟିର ଶିକାର ହୋଇଥିବା କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ କହିଛି। ଏକ ସୂଚନା ଅଧିକାର (ଆରଟିଆଇ) ଆବେଦନର ଉତ୍ତରରେ ମନ୍ତ୍ରଣାଳୟ କହିଛି ଯେ ମହାରାଷ୍ଟ୍ର, ବିହାର, ଗୁଜରାଟର ସର୍ବାଧିକ ଶିଶୁ ଅପପୁଷ୍ଟିରେ ପୀଡିତ ଅଛନ୍ତି । କରୋନା ମହାମାରୀ ଯୋଗୁଁ ଦେଶର ସ୍ବାସ୍ଥ୍ୟାବସ୍ଥା ବିପନ୍ନ ହୋଇପଡିଥିବାବେଳେ ଗରିବ ଲୋକମାନେ ଅପପୁଷ୍ଟିରେ ପୀଡିତ ହୋଇଛନ୍ତି। ପୋଷଣ ଟ୍ରାକ୍ ଆପ୍ ମାଧ୍ୟମରେ ୩୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ସଂଗ୍ରହ କରାଯାଇଥିବା ତଥ୍ୟ ଆଧାରରେ ମନ୍ତ୍ରଣାଳୟ କହିଛି ଯେ ଦେଶର ୩୩.୨୩ ଲକ୍ଷ ଶିଶୁ ଅପପୁଷ୍ଟିର ଶିକାର । ୨୦୨୧ ବିଶ୍ବ କ୍ଷୁଧା ତାଲିକା (ଜିଏଚ୍‌ଆଇ)ରେ ଭାରତ ୧୦୧ ସ୍ଥାନକୁ ଖସିଆସିଛି। ୨୦୨୦ରେ ଭାରତ ଏହି ତାଲିକାର ୯୪ତମ ସ୍ଥାନରେ ରହିଥିଲା । ଏପରିକି ଭାରତ ବିଶ୍ବ କ୍ଷୁଧା ତାଲିକାରେ ପାକିସ୍ତାନ, ବାଂଲାଦେଶ ଓ ନେପାଳ ପଛକୁ ରହିଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories