www.samajalive.in
Sunday, December 14, 2025
19.1 C
Bhubaneswar

ବୁର୍ଲା ଭିମସାର କର୍ତ୍ତୃପକ୍ଷଙ୍କ ଉଦାସୀନତା ଭାବ : ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ ପରେ ଯାଇ ଚେଇଁଲେ

ବୁର୍ଲା : ଗତ ବର୍ଷ କରୋନା ମହାମାରୀର କରାଳ ରୂପ  ଜନଜୀବନକୁ  ଉଭୟ ମାନସିକ ଏବଂ ଆର୍ଥିକ ସ୍ତରରେ ମଧ୍ୟ ଦୋହଲାଇ ଦେଇଛି । ଏହି ପରିପେକ୍ଷିରେ ଗତ ୨୦୨୦ ମସିହା ଅକ୍ଟୋବର ମାସ ୧୨ ତାରିଖରେ ବୁର୍ଲା ଭିମସାରର ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ଆଂଶିକ ଭାବରେ ପ୍ରାରମ୍ଭ ହୋଇଥିଲା। ତ୍ରୁଟିପୁର୍ଣ୍ଣ ଭାବରେ ନିର୍ମାଣ। ଅଗ୍ନିନିରାପତ୍ତା ଅନୁମତି ବିନା  ନଅତାଲା ଶିଶୁବିଭାଗ କୋଠାକୁ କୋଟି କୋଟି ଟଙ୍କାର ପ୍ରଲେପ ଲଗାଯାଇ ପ୍ରସ୍ତୁତ କରାଯାଇଥିଲା। ମାତ୍ର ବିଡ଼ମ୍ବନାର ବିଷୟ ହେଲା ସହସ୍ରାଧିକ କୋଭିଡ଼ ରୋଗୀ ଏହି ହସପିଟାଲରେ ଚିକିତ୍ସାଧିନ ହୋଇଥିବା ବେଳେ ସେହି ସମୟରେ ୪ରୁ ଆରମ୍ଭ କରି ୨୫ ବା ଅଧିକ କୋଭିଡ଼ ରୋଗୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟୁଥିବା ଦୃଷ୍ଟାନ୍ତ ମାନ ରହିଛି ।  ଏହାକୁ ନେଇ ଏକ ଜନସ୍ୱାର୍ଥ ମାମଲା କୋଭିଡ଼ ରୋଗୀଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁକୁ ନେଇ ଉଚ୍ଚନ୍ୟାୟାଳୟରେ ଗଡ଼ିବା ସହିତ ଏହାକୁ ଭିମସାର କର୍ତ୍ତୃପକ୍ଷଙ୍କୁ ଜବାବ ତଲବ କରାଯିବା ସହିତ ତଦନ୍ତ ବ୍ୟବସ୍ତା ମଧ୍ୟ ଚାଲିଛି। ଯାହାକି ଭିମସାର କର୍ତ୍ତୃପକ୍ଷଙ୍କ ମୁଣ୍ଡବଥାର କାରଣ ପାଲଟିଛି । ସେପଟେ ଏହି ତ୍ରୁଟିପୁର୍ଣ୍ଣ କୋଠାଟି ବିନା କୌଣସି ସଞ୍ଜିବନୀ ବା ଆଇସିୟୁ ଶଯ୍ୟାରେ କିଭଳି ଭାବରେ କାମଚଳା ଭାବରେ କାର୍ଯ୍ୟକ୍ଷମ କରାଯାଇଥିଲା ପରେ ଆଇସିୟୁ ବ୍ୟବସ୍ତା ହୋଇଥିଲା । ସେପଟେ ପୁଣି ଏହି କୋଭିଡ଼ ହସପିଟାଲ ସମ୍ମୁଖର ନାଳ ନର୍ଦ୍ଦମାର ପାଣି ସିଧାସଳଖ ଯାଇ ବୁର୍ଲାର ମୁଖ୍ୟ କେନାଲରେ ମିଶୁଥିବା ଫଳରେ ସେହି ସମୟରେ ସଂକ୍ରମଣ ହେବା ଆଶଙ୍କା ପ୍ରକାଶ ପାଇଥିଲା ସଚେତନ ମହଲରେ । ମାତ୍ର ଏହାକୁ ତିଳେମାତ୍ର ଧ୍ୟାନ ଦେଇ ନ ଦେଇ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିଲେ ଭିମସାର କର୍ତ୍ତୃପକ୍ଷ। ମାତ୍ର ପୁଣି ଏହି କୋଭିଡ଼ ହସପିଟାଲ ସମ୍ମୁଖ ନାଳରେ କୋଭିଡ଼ ହସପିଟାଲର ଶୌଚାଳୟ ମାନଙ୍କର ପରତ୍ୟକ୍ତ ଜଳରାଶି କେନାଲରେ ସିଧାସଳଖ ପଡ଼ିବା ଫଳରେ କେନାଲର ଜଳ ପ୍ରଦୂଷିତ ହେବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରାଯାଇଥିଲା।

- Advertisement -

ଏହା ପରେ ହଠାତ ତତ୍ପରତା ଦେଖାଇ ବୁର୍ଲା ପୁର୍ତ୍ତବିଭାଗ, ଜନସ୍ୱାସ୍ଥ୍ୟ ବିଭାଗକୁ ପତ୍ର ଲେଖିବା ସହିତ ଏହା ଉପରେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । କାମଚଳା ଭାବରେ ପଦକ୍ଷେପ ନେଇଛନ୍ତି ଭିମସାର କର୍ତ୍ତୃପକ୍ଷ। ଏହାକୁ ନେଇ ଭିମସାରର ପ୍ରଶାସନିକ ଅଧିକାରୀ ସୁବ୍ରତ ନାୟକ ଏବଂ ଅଶ୍ୱିନୀ ମେହେର ଯାଇ କୋଭିଡ଼ ହସପିଟାଲ ସହିତ ନାଳନର୍ଦ୍ଦମା ବ୍ୟବସ୍ତା ତଦାରଖ କରି ଆସିଥିବା ଜଣାପଡ଼ିଛି । ତେବେ ଯେଉଁ ସମୟରେ ଶହ ଶହ ରୋଗୀ ଚିକିତ୍ସାଧିନ ରହିବା ସହିତ ସେଥିମଧ୍ୟରୁ କେତେକ କୋଭିଡ଼ ରୋଗୀ ମୃତ୍ୟୁର ଶୀକାର ହେଉଥିଲେ ସେହି ସମୟରେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଅଣଦେଖା କରାଯିବା କେତେଦୁର ଯୁକ୍ତିସମ୍ମତ ତାହାକୁ ନେଇ ଆଲୋଚନା ଜାରି ରହିଛି । ତେବେ କୋଭିଡ଼ ହସପିଟାଲ ସମ୍ମୁଖ ନାଳନର୍ଦ୍ଦମାର ବ୍ୟବସ୍ଥାକୁ  କେବେ ଠିକ କରାଯାଇ କେନାଲକୁ ପ୍ରଦୂଷଣ ମୁକ୍ତ ଜଳ ଛଡ଼ାଯାଇ ପାରିବ ତାହା ସମୟ ହିଁ କହିବ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories