www.samajalive.in
Friday, December 12, 2025
15.1 C
Bhubaneswar

ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ଭାରତୀୟ କ୍ରିକେଟ୍‌ ଦଳ

କେପ୍‌ ଟାଉନ: ଭାରତୀୟ କ୍ରିକେଟ୍ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ ଘରୋଇ ଦଳ ବିପକ୍ଷରେ ଟେଷ୍ଟ, ଦିନିକିଆ ଓ ଟ୍ବେଣ୍ଟି୨୦ ସିରିଜ୍‌ ଖେଳିବ ବୋଲି ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡର ନିର୍ଦେଶକ ଗ୍ରାହାମ୍‌ ସ୍ମିଥ୍‌ ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଭାରତୀୟ କ୍ରିକେଟ୍ ଦଳ ସହ କ୍ରିକେଟ୍‌ ସିରିଜ୍‌ ଖେଳିବାକୁ ଦକ୍ଷିଣ ଆଫ୍ରିକା ଅନାଇ ବସିଛି ଏବଂ ଦୁଇ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ଏହି କ୍ରିକେଟ୍‌ ସିରିଜ୍‌ ବେଶ୍‌ ଗୁରୁତ୍ବପୂର୍ଣ୍ଣ ବୋଲି ସ୍ମିଥ୍‌ ଦର୍ଶାଇଛନ୍ତି। ସୂଚନାଥାଉକି ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ କ୍ରିକେଟ୍‌ ସିରିଜ୍‌ ଖେଳିବା ଫଳରେ ସେ ଦେଶର କ୍ରିକେଟ୍‌ ବୋର୍ଡର ଆର୍ଥିକ ସ୍ଥିତି ମଜବୁତ୍‌ ହେବ ବୋଲି ଆଶା କରାଯାଉଛି।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଡିସେମ୍ବର ୧୭ରୁ ଜୋହାନସବର୍ଗରେ, ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ଡିସେମ୍ବର ୨୬ରୁ ପ୍ରେଟୋରିଆରେ, ତୃତୀୟ ଟେଷ୍ଟ ମ୍ୟାଚ୍‌ ଆସନ୍ତା ବର୍ଷ ଜାନୁଆରୀ ୩ରୁ କେପ୍‌ ଟାଉନ୍‌ରେ ଖେଳାଯିବ। ପରବର୍ତ୍ତୀ ସମୟରେ ଦୁଇ ଦେଶ ମଧ୍ୟରେ ପ୍ରଥମ ଦିନିକିଆ ଜାନୁଆରୀ ୧୧ରେ ପର୍ଲ, ଦ୍ବିତୀୟ ଦିନିକିଆ ଜାନୁଆରୀ ୧୪ରେ କେପ୍‌ ଟାଉନ୍‌ ଓ ତୃତୀୟ ଦିନିକିଆ ଜାନୁଆରୀ ୧୬ରେ କେପ୍‌ ଟାଉନ୍‌ରେ ଖେଳାଯିବ। ସେହିପରି ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ ଜାନୁଆରୀ ୧୯ରେ କେପ୍‌ ଟାଉନ୍‌, ଦ୍ବିତୀୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଜାନୁଆରୀ ୨୧ରେ କେପ୍‌ ଟାଉନ୍‌, ତୃତୀୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଜାନୁଆରୀ ୨୩ରେ ପର୍ଲ ଓ ଚତୁର୍ଥ ଟ୍ବେଣ୍ଟି୨୦ ମ୍ୟାଚ୍‌ ଜାନୁଆରୀ ୨୬ରେ ପର୍ଲରେ ଖେଳାଯିବ। ପ୍ରାରମ୍ଭିକ ପର୍ଯ୍ୟାୟ​‌େ​‌ର ପ୍ରତି ମ୍ୟାଚ୍‌ ନିମନ୍ତେ କ୍ରୀଡ଼ାଙ୍ଗନରେ ୨ ହଜାର ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିଛି। ତେବେ ଦକ୍ଷିଣ ଆଫ୍ରିକାର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ କମାଇବା କିମ୍ବା ବଢ଼ାଇବାକୁ ନିଷ୍ପତ୍ତି ପରବର୍ତ୍ତୀ ସମୟରେ ନିଆଯିବ ବୋଲି ଜଣାପଡ଼ିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories