www.samajalive.in
Saturday, December 13, 2025
26.1 C
Bhubaneswar

ରକ ପେବୁଲସର ଗୀତା ମେହେଟା ବିଶେଷାଙ୍କ ଉନ୍ମୋଚନ

ବୌଦ୍ଧ: ଓଡ଼ିଶାରୁ ପ୍ରକାଶିତ ଏକମାତ୍ର ଇଂରାଜୀ ସାହିତ୍ୟ ତ୍ରୈମାସିକ ପ୍ରତ୍ରିକା ରକ ପେବୁଲସର ସେପ୍ଟେମ୍ବର ସଂଖ୍ୟା ଗୀତା ମେହେଟାଙ୍କ ବିଶେଷାଙ୍କ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟଠାରେ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ପତ୍ରିକାର ମୁଖ୍ୟ ପୃଷ୍ଠପୋଷକ ତଥା ସମ୍ପାଦକ ଡଃ. ଉଦୟନାଥ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ପୂର୍ବତନ ବାଚସ୍ପତି, ମନ୍ତ୍ରୀ ତଥା ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଯୋଗଦେଇ ଗୀତା ମେହେଟାଙ୍କ ସାହିତ୍ୟ କୃତି ବିଷୟରେ ଆଲୋଚନା କରିଥିଲେ।

ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଜିଲାପାଳ ଲଲାଟେନ୍ଦୁ ମିଶ୍ର କହିଲେଯେ, ଗୀତା ମେହେଟାଙ୍କ ଉପନ୍ୟାସ THE RIVER SUTRA ବିଶ୍ୱ ସାହିତ୍ୟକୁ ଏକ ଅମୂଲ୍ୟ ଅବଦାନ। ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ. କାଲିକିଙ୍କର ପଟ୍ଟନାୟକ ଗୀତା ମେହେଟାଙ୍କ ସମଗ୍ର ସାହିତ୍ୟ ସୃଷ୍ଟି ଉପରେ ବିସ୍ତୃତ ଆଲୋଚନା କରିଥିଲେ। ତାଙ୍କ ଦ୍ୱାରା ରଚିତ ପୁସ୍ତକ ସମୁହ ବଭିନ୍ନ ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ ସାମିଲ କରାଯାଇଥିବାର ସୂଚନା ଦେଇଥିଲେ। ସଭାପତି ଡଃ. ମାଝୀ କହିଥିଲେଯେ, ଗତବର୍ଷ ପତ୍ରିକା ତରଫରୁ ଦୁଇଗୋଟି ଜାତୀୟ ୱେବିନାର ଅନୁଷ୍ଠିତ ହୋଇଥିଲା। ସେଥିରେ ଉପସ୍ଥାପନ ହୋଇଥିବା କିଛି ପ୍ରବନ୍ଧକୁ ଏହି ବିଶେଷ ସଂଖ୍ୟାରେ ପ୍ରକାଶିତ କରାଯାଇଛି। ଭାଷା ଓ ସାହିତ୍ୟରେ ଅଧ୍ୟାପନା ଏବଂ ଗବେଷଣା କରୁଥିବା ସମସ୍ତଙ୍କ ପାଇଁ ଏହି ପତ୍ରିକା ଅତ୍ୟନ୍ତ ଉପଯୋଗୀ। ଏହି ଅବସରରେ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ କବି ସୌଭାଗ୍ୟବନ୍ତ ମହାରଣାଙ୍କୁ ରକ ପେବୁଲସ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରାଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, ସ୍ଥାନୀୟ ବୁଦ୍ଧଜିବୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories