ଏପ୍ରିଲ୍ରେ ଭାରତ ଫେରିବେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର
ନୂଆଦିଲ୍ଲୀ: ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର ଏବେ ଚିକିତ୍ସା ପାଇଁ ଆମେରିକାରେ ଅଛନ୍ତି । ପେଟର ଯନ୍ତ୍ରଣା ଯୋଗୁଁ ତାଙ୍କର ଚିକିତ୍ସା କରାଯାଉଛି । ତାଙ୍କର ଅଗ୍ନେଶୟାରେ ଯନ୍ତ୍ରଣା ଯୋଗୁଁ ଚିକିତ୍ସାପାଇଁ ପ୍ରଥମେ ମୁମ୍ବାଇ ଯାଇଥିଲେ । ଅଧିକ ଚିକିତ୍ସା ପାଇଁ ପାରିକର ଆମେରିକା ଯାଇଛନ୍ତି । ଆମେରିକାରେ ଚିକିତ୍ସାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଛି । ଏପ୍ରିଲ ମାସରେ ସେ ଭାରତ ଫେରିବେ ବୋଲି ଗୋଆର ଜଣେ ବରିଷ୍ଠ ବିଜେପି ନେତା ସୂଚନା ଦେଇଛନ୍ତି ।
ରାଜ୍ୟରେ ଶାସନ ପରିଚାଳନା ପାଇଁ ଆମେରିକା ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଏକ ତିନି ଜଣିଆ କ୍ୟାବିନେଟ କମିଟି ଗଠନ କରିଛନ୍ତି । ପାରିକରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିଲେ ମଧ୍ୟ ଗୋଆରେ ମୁଖ୍ୟମନ୍ତ୍ରୀଙ୍କୁ ପରିବର୍ତ୍ତନ କରାଯିବ ନାହିଁ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।