www.samajalive.in
Saturday, December 13, 2025
18.1 C
Bhubaneswar

ବଡ଼ମ୍ବାରେ ‘ସ୍ୱର୍ଣ୍ଣୀମ ବିଜୟ ମଶାଲ’କୁ ଭବ୍ୟ ସମ୍ମାନ ପ୍ରଦର୍ଶନ

ବଡ଼ମ୍ବା : ବିଜୟ ତୁରୀ ବାଦ୍ୟ ସହିତ  ‘ସ୍ୱର୍ଣ୍ଣୀମ ବିଜୟ ମଶାଲ’କୁ ବଡ଼ମ୍ବାରେ ଭବ୍ୟ ସ୍ବାଗତ କରାଯାଇଥିଲା। ଲେଫ୍ଟନାଣ୍ଟ କର୍ଣ୍ଣେଲ ଋଷି ୱାହୀଙ୍କ ନେତୃତ୍ୱରେ ଆସିଥିବା ଏହି ମଶାଲ ବଡ଼ମ୍ବା ଶଂଖାମେରୀ ପଞ୍ଚାୟତ ଅଧିନସ୍ଥ କନ୍ତପଡ଼ା ଗ୍ରାମରେ ପହଞ୍ଚିଥିଲା। ସେଠାରେ ସେନାବାହିନୀ ଏବଂ ମହାମାୟା ଭଟ୍ଟାରିକା ସେବା ନିବୃତ ସେନା କର୍ମଚାରୀ ସଂଘ ସଦସ୍ୟଙ୍କ ଗହଣରେ ଅବସରପ୍ରାପ୍ତ ସେନା ସୁବେଦାର ଅଚ୍ୟୁତାନନ୍ଦ ରାଉତଙ୍କୁ ଏହି ମଶାଲ ପ୍ରଦାନ ପୂର୍ବକ ଭବ୍ୟ ସମ୍ମାନ ପ୍ରଦର୍ଶନ କରାଯାଇଥିଲା।

୧୯୭୧ ମସିହା ଭାରତ-ପାକିସ୍ତାନ (ବାଙ୍ଗଲାଦେଶ ମୁକ୍ତି)ଯୁଦ୍ଧର ୫୦ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶବ୍ୟାପୀ ‘ସ୍ୱର୍ଣ୍ଣୀମ ବିଜୟ ମଶାଲ’ ପରିକ୍ରମା କରୁଛି। ସେହି ଯୁଦ୍ଧର ସମ୍ମୁଖ ଯୋଦ୍ଧାଙ୍କ  ଘରେ ‘ସ୍ୱର୍ଣ୍ଣୀମ ବିଜୟ ମଶାଲ’ ପହଞ୍ଚାଯାଉଛି। ଏହି ଅବସରରେ ସୁବେଦାର ଶ୍ରୀ ରାଉତଙ୍କ ପତ୍ନୀ ରମ୍ଭା ରାଉତ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସମ୍ମାନ ଜଣାଇ ସେନାବାହିନୀ ତରଫରୁ ଶୁଭେଛା ଜ୍ଞାମ୍ପନ କରାଯାଇଥିଲା। ଇତିହାସ ସୃଷ୍ଟି କରିଥିବା ସେହି ବାଙ୍ଗଲାଦେଶ ମୁକ୍ତିଯୁଦ୍ଧରେ ସୁବେଦାର ଶ୍ରୀ ରାଉତ ଜଣେ ପାରାଚୁଟ ଜମ୍ପର ଭାବେ କାର୍ଯ୍ୟରତ ଥାଇ ବାଙ୍ଗଲାଦେଶ(ତତ୍କାଳୀନ ପୂର୍ବପାକିସ୍ତାନ)ର ଖଜୁରିଆ ଠାରେ ଏକ ପୋଲର ସୁରକ୍ଷା ଦାୟିତ୍ୱ ନିଭାଇଥିଲେ। ମାତୃଭୂମିର ଜାଗ୍ରତ ପ୍ରହରୀଭାବେ ସାହସର ସହିତ ଯୁଦ୍ଧ କରିଥିବା ଏବଂ ଏକାଧିକ ଶତ୍ରୁଙ୍କୁ ପରାସ୍ତ କରି ଭାରତକୁ ଶେଷରେ ବିଜୟୀ କରିବା ସହ ବାଙ୍ଗାଲାଦେଶୀଙ୍କୁ ସରକ୍ଷା ପ୍ରଦାନ କରିଥିବା ସ୍ମୃତିଚାରଣ ପୂର୍ବକ ଶ୍ରୀ ରାଉତ ଏହି ଉତ୍ସବରେ କହିଥିଲେ। ମହାମାୟା ଭଟ୍ଟାରିକା ସେବାନିବୃତ ସେନାକର୍ମଚାରୀ ସଂଘର ସଭାପତି ସୁବେଦାର ଟି.ଖାନଙ୍କ ସହିତ ବସନ୍ତ କୁମାର ବେହେରା, ଶ୍ୟାମାଚରଣ ମହାନ୍ତି, ଇନ୍ଦ୍ରମଣି ମହାନ୍ତି, ଉଧବ ପଙ୍ଗାରୀ, ଦେବରାଜ ଜେନା, ଧୃବ ଚରଣ ପ୍ରଧାନ, ଦେବରାଜ ନାୟକ, ହରିହର ନାୟକ ପ୍ରମୁଖ ସେହି ଯୁଦ୍ଧର ଅନ୍ୟ ସେନା କର୍ମଚାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।

- Advertisement -

ସେହିଭଳି ଆୟୋଜିତ କାର୍ଯ୍ୟକ୍ରମରେ ସେବାନିବୃତ ସେନାକର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ସମେତ ସାମାଜିକକର୍ମୀ ମାନସରଞ୍ଜନ ମୁଦୁଲି, ବିଜୟ ପାଣିଙ୍କ ସମେତ କନ୍ତପଡ଼ା ଗ୍ରାମବାସୀ ବହୁସଂଖ୍ୟାରେ ଉପସ୍ଥିତ ରହି ଏହି ଗୌରବମୟ ଉତ୍ସବରେ ସହଯୋଗ କରିଥିଲେ । ନିକଟରେ ଏହି ସେବାନିବୃତ କର୍ମଚାରୀମାନେ ମଧ୍ୟ ଏହି ଉତ୍ସବ ପାଳନ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କ ଠାରୁ ସମ୍ମାନିତ ହୋଇଥିବା ଅନ୍ୟତମ ଉଲ୍ଲେଖନୀୟ ଘଟଣା। ସୂଚନାଥାଉକି ପ୍ରଧାନମନ୍ତ୍ରୀ ଗତବର୍ଷ ଡିସେମ୍ବର ମାସ ୧୬ତାରିଖରେ ଦିଲ୍ଲୀରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ୪ଟି ମଶାଲ ସମ୍ପୂର୍ଣ୍ଣ ଦେଶଭ୍ରମଣ କରିବାରେ ଆସନ୍ତା ଡିସେମ୍ବର ମାସ ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଦିଲ୍ଲୀରେ ସମ୍ପନ୍ନ ହେବ ବୋଲି ଆସିଥିବା ସେନାଅଧିକାରୀ ସୂଚନା ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories