ଦୂତାବାସ କର୍ମଚାରୀଙ୍କ ସୁରକ୍ଷା ଲୋଡିଲା ଭାରତ

0

 ପାକିସ୍ତାନକୁ ୧୨ ଥର ପତ୍ର

ନୂଆଦିଲ୍ଲୀ : ଇସ୍‌ଲାମାବାଦସ୍ଥିତ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ସୁରକ୍ଷା ଦେବା ପାଇଁ  ଭାରତ  ସୁରକ୍ଷା ଲୋଡିଛି । ଦୂତାବାସର ଅଧିକାରୀମାନଙ୍କୁ ହଇରାଣ ହରକତ କରାଯାଉଥିବା ଘଟଣାର ତଦନ୍ତ କରିବା ପାଇଁ ଭାରତ ପୁଣି ଦାବି କରିଛିି। ଏହି ମର୍ମରେ ଇସ୍‌ଲାମାବାଦସ୍ଥିତ ଭାରତୀୟ ଦୂତାବାସ ଦପ୍ତରରୁ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟକୁ ଏକ ପତ୍ର ପଠାଯାଇଛି। ଏଥିରେ ଭାରତୀୟ ଦୂତାବାସ କର୍ମଚାରୀମାନଙ୍କୁ ହଇରାଣ କରାଯାଉଥିବାରୁ ଭାରତ ତାହାର ପ୍ରତିବାଦ କରିଛି। ଭାରତ ପକ୍ଷରୁ ଚଳିତ ବର୍ଷ ଏହାକୁ ମିଶାଇ ୧୨ ଥର ଏଭଳି ପତ୍ର ପାକିସ୍ତାନକୁ ଦିଆଯାଇଛି। ଶନିବାର ଦୂତାବାସର ଜଣେ ଅଧିକାରୀଙ୍କୁ ହଇରାଣ କରାଯାଇଥିବାବେଳେ ଗତ୧୨ ତାରିଖରେ ମଧ୍ୟ ଏଭଳି ଏକ ଘଟଣା ଘଟିଥିଲା। ଭାରତୀୟ ଦୂତାବାସର କେତେଜଣ କର୍ମଚାରୀ ବଜାରକୁ ଯାଇଥିବା ବେଳେ ଦୁଇ ଜଣ ଲୋକ ସେମାନଙ୍କୁ ପିଛା କରିବା ସହ ଗାଳିଗୁଲଜ କରିଥିଲେ। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଭାରତ ପକ୍ଷରୁ ଏହାର ତୀବ୍ର ପ୍ରତିବାଦ କରାଯାଇଛି।

Leave A Reply