ନୂଆଦିଲ୍ଲୀ: କୋଭିଡ୍ ଔଷଧ ନେଇ ଆସିଲା ବଡ଼ ଖବର। କରୋନା ଯୁଦ୍ଧରେ ଯୋଡ଼ିହେଲା ଆଉ ଏକ ନୂଆ ଅସ୍ତ୍ର। ତେବେ ଏହା ଟିକା ନୁହେଁ ବଟିକା। ଏଣିକି କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ରୋଗୀ ଟିକା ନେବା ବଦଳରେ ଖାଇପାରିବେ ବଟିକା। ‘ମର୍କ’ର କୋଭିଡ୍ ବଟିକା ‘ମୋଲନୁ ପିରାଭିର’କୁ ବ୍ରିଟେସ ସରକାର ଅନୁମତି ଦେଇଛନ୍ତି। ଏହି ଔଷଧକୁ ଅନୁମତି ଦେବାରେ ବ୍ରିଟେନ ହେଉଛି ପ୍ରଥମ ରାଷ୍ଟ୍ର । ବିଟ୍ରେନ ସରକାର ପକ୍ଷରୁ ‘ମୋଲନୁ ପିରାଭିର’ ବଟିକା କୋଭିଡ୍ ନିରାକରଣ କ୍ଷେତ୍ରରେ ମହୌଷଧି ସାବ୍ୟସ୍ତ ହେବ ବୋଲି ଆଶା ପ୍ରକାଶ କରିଛନ୍ତି। ଏନେଇ ଘୋଷଣା କରିଛି ମେଡିସିନ୍ସ ଆଣ୍ଡ ହେଲଥ କେୟାର ପ୍ରଡକ୍ଟସ ରେଗୁଲେଟୋରି ଏଜେନ୍ସି ବା ଏମଏଚଆରଏ ।
Popular Categories



