୨୦୧୬ରେ ଲକ୍ଷେ ଶିଶୁ ଯୌନ ଅପରାଧର ଶିକାର ହୋଇଛନ୍ତି

0

ନୂଆଦିଲ୍ଲୀ : ଦେଶରେ ୨୦୧୬ରେ ଲକ୍ଷେ ଶିଶୁ ଯୌନ ଅପରାଧର ଶିକାର ହୋଇଛନ୍ତି ବୋଲି ସୁପ୍ରିମକୋର୍ଟରେ ଦାଖଲ ଏକ ରିପୋର୍ଟରେ ଦର୍ଶାଯାଇଛି । ସେହିବର୍ଷ ୨୨୯ଟି ଶିଶୁ ଯୌନ ଅପରାଧ ମାମଲାରେ ନିମ୍ନ ଅଦାଲତରେ ଶୁଣାଣି ହୋଇଛି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶିଶୁ ଯୌନ ନିର୍ଯାତନା (ପସ୍କୋ) ଆଇନ ଅନୁସାରେ ଦାୟର ମାମଲାଗୁଡ଼ିକର ସମୀକ୍ଷା କରି ରିପୋର୍ଟ ଦେବାକୁ ସମସ୍ତ ହାଇକୋର୍ଟର ରେଜିଷ୍ଟ୍ରାର ଜେନରାଲଙ୍କୁ ନିର୍ଦେଶ ଦେଇଛନ୍ତି ।

ଅଧିନିୟମ ଅନୁସାରେ ଏଭଳି ମାମଲାଗୁଡ଼ିକର ଶୁଣାଣି ବର୍ଷେ ମଧ୍ୟରେ ନିମ୍ନ ଅଦାଲତରେ ଶେଷ ହେବା ଆବଶ୍ୟକ । ଏକ ୮ ବର୍ଷଣ କୋମଳମତି ଶିଶୁ ସହ ବଳାତ୍କାର ମାମଲାକୁ ନେଇ ଆଲୋକ ଶ୍ରୀବାସ୍ତବ ଏକ ଜନସ୍ୱାର୍ଥ୍ୟ ମାମଲା ଦାୟର କରିଥିଲେ । ସେ ଏଥିରେ ଦର୍ଶାଇଥିଲେ ଯେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋରେ ଉପଲବ୍ଦ ତଥ୍ୟ ଅନୁସାରେ ୨୦୧୬ରେ ଦେଶରେ ପକ୍କୋ ନିୟମରେ ୧,୦୧,୩୨୬ଟି ମାମଲା ଦାୟର ହୋଇଥିଲାବେଳେ କେବଳ ୨୨୯ଟି ମାମଲାରେ ନିମ୍ନ ଅଦାଲତରେ ରାୟ ପ୍ରକାଶ ପାଇଛି ।

ପ୍ରଧାନ ବିଚାରପତି ଦୀପ ମିଶ୍ର, ଜଷ୍ଟିସ୍‌ ଏଏମ୍‌ ଖାନୱିଲକର, ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୁଡ଼ଙ୍କ ଖଣ୍ଡପୀଠ ଶିଶୁ ଯୌନ ନିର୍ଯାତନା ମାମଲା ନେଇ ଚିନ୍ତା ବ୍ୟକ୍ତ କରିଥିଲେ । ଶିଶୁ ଯୌନ ନିର୍ଯାତନା ମାମଲାଗୁଡ଼ିକର ସମୀକ୍ଷା କରି ମାସେ ମଧ୍ୟରେ ପ୍ରଦାନ କରିବାକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଦେଶର ସମସ୍ତ ହାଇକୋର୍ଟଙ୍କୁ ନିର୍ଦେଶ ଦେଇଛନ୍ତି । ଏଭଳି ଅପରାଧକୁ ଗୁରୁତର ସହ ନେବା ସହ ସମସ୍ୟାର ମୁକାବିଲା ପାଇଁ ବିକଳ୍ପର ଚିନ୍ତା କରିବାକୁ କହିଥିଲେ ।

Leave A Reply