www.samajalive.in
Sunday, December 14, 2025
26.1 C
Bhubaneswar

ମା’ ବାସୁଳି କପ୍ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ମୂଷାଖୋରୀ ଗ୍ରାମର ସାମ୍ବା ଯୁବକ ସଂଘ ପକ୍ଷରୁ ଅନୁଷ୍ଠିତ ମା’ ବାସୁଳୀ କପ୍ କ୍ରିକେଟ ପ୍ରତିଯୋଗିତା ୨୦୨୧କୁ ବୁଧବାର ମୁଖ୍ୟ ଅତିଥି ଅଲିଭା ମହିଳା ମହାସଂଘର ସଭାନେତ୍ରୀ ତଥା ସରପଞ୍ଚ ଭାମାମଣି ଦାସ ଉଦଘାଟନ କରିଛନ୍ତି। ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ସଦସ୍ୟ ସୁରେଶ ଚନ୍ଦ୍ର ନାଏକ, ସରପଞ୍ଚ ନରେନ୍ଦ୍ର ପାଲଟା ସିଂ, ଓଡ଼ିଶା କୁଡୁମୀ ସେନା ରାଜ୍ୟ ଉପ ସଭାପତି ମିତ୍ରଭାନୁ ମହାନ୍ତ, ସମିତି ସଭ୍ୟା ରାଣୀ ମାଝୀ ଓ ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ରବୀନ୍ଦ୍ର ନାଥ ସେଠୀଙ୍କ ଅଧ୍ୟକ୍ଷତାରେ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ବଛା ବଛା ୧୬ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ପ୍ରାରମ୍ଭିକ ଖେଳ ବୋଦାପଳସା ଦଳ ଓ ଢେଙ୍କିକୋଟ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଛି। ଭାଷ୍ୟକାର ଭାବେ ଅରୁଣ କୁମାର ମହାନ୍ତ ଓ ଅମ୍ପାୟାର ଭାବେ ରଜତ କୁମାର ସେଠୀ ଓ ନରହରି ନାଏକ ଗଣନାକାର ଭାବେ ବୁବୁନ ଓ ବିକି ନିଜ ଦାୟିତ୍ୱ ସମ୍ପାଦନ କରୁଥିବା ବେଳେ ଯୁବକ ସଂଘର ଆଲୋକ କୁମାର ସେଠୀ, ପ୍ରଦୀପ, ସୁନିଲ, ପୀଙ୍ଗୁ, ସୁଶିଲ, ବାପି, ସୁଜିତ୍, ବୁବୁନ, କରୁଣାକର, ସୁଦ୍ର ଓ ସତ୍ୟବ୍ରତ ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରୁଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories